ଇଂଲଣ୍ଡ ଗସ୍ତରେ ଥିବା ଭାରତକୁ ପୁଣି ଝଟକା: ସିରିଜ୍‌ରୁ ବାଦ୍‌ ପଡ଼ିଲେ ଏହି ଷ୍ଟାର ଖେଳାଳି

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜ୍‌ ପୂର୍ବରୁ ଆହତ ସମସ୍ୟା ଟିମ୍‌ ଇଣ୍ଡିଆ ପିଛା ଛାଡ଼ୁନି। ଜଣଙ୍କ ପରେ ଜଣେ ଜଣେ ଖେଳାଳି ଆହତ କାରଣରୁ ସିରିଜ୍‌ରୁ ବାଦ୍‌ ପଡ଼ିବାରେ ଲାଗିଛନ୍ତି। ଏହି ଆହତ ତାଲିକାରେ ପୂର୍ବରୁ ଶୁବମନ ଗିଲ ଓ ଅଭେଶ ଖାନ୍‌ ଥିବା ବେଳେ ଏବେ ଯୁବ ଅଲରାଛଣ୍ଡର ୱାଶିଂଟନ ସୁନ୍ଦରଙ୍କ ନାଁ ଯୋଡ଼ି ହୋଇଯାଇଛି। ଏହି ୩ ଖେଳାଳି ପୂରା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଦ୍ୱିତୀୟ ଥର […]

Washington-Sundar

Hemant Lenka
  • Published: Thursday, 22 July 2021
  • , Updated: 06 December 2021, 05:10 PM IST

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜ୍‌ ପୂର୍ବରୁ ଆହତ ସମସ୍ୟା ଟିମ୍‌ ଇଣ୍ଡିଆ ପିଛା ଛାଡ଼ୁନି। ଜଣଙ୍କ ପରେ ଜଣେ ଜଣେ ଖେଳାଳି ଆହତ କାରଣରୁ ସିରିଜ୍‌ରୁ ବାଦ୍‌ ପଡ଼ିବାରେ ଲାଗିଛନ୍ତି। ଏହି ଆହତ ତାଲିକାରେ ପୂର୍ବରୁ ଶୁବମନ ଗିଲ ଓ ଅଭେଶ ଖାନ୍‌ ଥିବା ବେଳେ ଏବେ ଯୁବ ଅଲରାଛଣ୍ଡର ୱାଶିଂଟନ ସୁନ୍ଦରଙ୍କ ନାଁ ଯୋଡ଼ି ହୋଇଯାଇଛି। ଏହି ୩ ଖେଳାଳି ପୂରା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି।

ଦ୍ୱିତୀୟ ଥର ପାଇଁ ଆହତ ଯୋଗୁ ୱାଶିଂଟନ ସୁନ୍ଦର ଇଂଲଣ୍ଡରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପୂର୍ବରୁ ସ୍ୱଦେଶ ଫେରିଛନ୍ତି। ୨୦୧୮ରେ ସେ ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବା ବେଳେ ଗୋଇଠି ଜନିତ ଆହତର ଶିକାର ହୋଇଥିଲେ। ଏହା ସତ୍ତ୍ୱେ ଆୟର୍ଲ୍ୟାଣ୍ଡରୁ ସେ ଇଂଲଣ୍ଡ ଯାଇଥିଲେ। କିନ୍ତୁ ସେଠାରେ ମ୍ୟାଚ୍‌ ଖେଳିବା ପୂର୍ବରୁ ତାଙ୍କୁ ସ୍ୱଦେଶ ଫେରିବାକୁ ପଡ଼ିଥିଲା। ଏଥର ମଧ୍ୟ ସେ ଇଂଲଣ୍ଡରେ ସିରିଜ୍‌ ଖେଳିବା ପୂର୍ବରୁ ଆହତ ହୋଇଛନ୍ତି।

ଭାରତ ଓ କାଉଣ୍ଟି ଏକାଦଶ ମଧ୍ୟରେ ଏବେ ଅଭ୍ୟାସ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଦିନରେ ମହମ୍ମଦ ସିରାଜଙ୍କ ଗୋଟିଏ ବଲ୍‌ ସୁନ୍ଦରଙ୍କ ଆଙ୍ଗୁଳିରେ ବାଜିଥିଲା। ବଲ୍‌ ମାଡ଼ ହେବା ପରେ ସେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ସ୍କାନ ପରେ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ତେଣୁ ସେ ପୂରା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି।

ଅନ୍ୟପକ୍ଷରେ ପିଠିରେ ସମସ୍ୟା ଉପୁଜିବାରୁ ଦଳର ଅଧିନାୟକ ବିରାଟ କୋହଲି ଅଭ୍ୟାସ ମ୍ୟାଚ୍‌ ଖେଳୁ ନାହାନ୍ତି। ସେହିପରି ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ ମାଂସପେଶୀରେ ଯନ୍ତ୍ରଣା ଯୋଗୁ ଅଭ୍ୟାସ ମ୍ୟାଚ୍‌ରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଅଭ୍ୟାସ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଉଛନ୍ତି।

ସୂଚନାଯୋଗ୍ୟ, ଅଭେଶ ଖାନ ମଧ୍ୟ ଅଭ୍ୟାସ ମ୍ୟାଚ୍ ବେଳେ ଆହତ ହୋଇଥିଲେ। ବଲ୍‌ ମାଡ଼ ହେବା ଯୋଗୁ ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳି ଭାଙ୍ଗି ଯାଇଛି। ଏହି କାରଣରୁ ସେ ପୂରା ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି।

ଉଭୟ ସୁନ୍ଦର ଓ ଅଭେଶ ଖାନ ଭାରତ ବିପକ୍ଷରେ କାଉଣ୍ଟି ଏକାଦଶ ପକ୍ଷରୁ ଏହି ଅଭ୍ୟାସ ମ୍ୟାଚ୍‌ ଖେଳୁଥିଲେ।

Related story