କୋହଲିଙ୍କୁ ବଡ଼ ଝଟକା, ଷ୍ଟାର୍ ଅଲରାଉଣ୍ଡର ଆଇପିଏଲରୁ ଆଉଟ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଆଇପିଏଲର ବାକି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଜୁଲାଇ ମାସରେ ଇଂଲଣ୍ଡ ଗସ୍ତରେ ଏକ ପ୍ରଥମଶ୍ରେଣୀ ପ୍ରାକ୍ଟିସ୍ ମ୍ୟାଚରେ ସୁନ୍ଦରଙ୍କୁ ଅଙ୍ଗୁଳି ଫ୍ରାକଚର୍ ହୋଇଥିଲା। ଯେଉଁକାରଣରୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ। ଭାରତ ବିପକ୍ଷ ୱାର୍ମ ଅଫ୍ ଗେମରେ […]

virat-kohli

Ranjit Kumar Jena
  • Published: Monday, 30 August 2021
  • , Updated: 30 August 2021, 02:14 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଆଇପିଏଲର ବାକି ମ୍ୟାଚରୁ ବାଦ୍ ପଡ଼ିଛନ୍ତି।

ଜୁଲାଇ ମାସରେ ଇଂଲଣ୍ଡ ଗସ୍ତରେ ଏକ ପ୍ରଥମଶ୍ରେଣୀ ପ୍ରାକ୍ଟିସ୍ ମ୍ୟାଚରେ ସୁନ୍ଦରଙ୍କୁ ଅଙ୍ଗୁଳି ଫ୍ରାକଚର୍ ହୋଇଥିଲା। ଯେଉଁକାରଣରୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ। ଭାରତ ବିପକ୍ଷ ୱାର୍ମ ଅଫ୍ ଗେମରେ ସୁନ୍ଦର କାଉଣ୍ଟି ସିଲେକ୍ଟ ଏକାଦଶ ପକ୍ଷରୁ ଖେଳୁଥିଲେ। ମହମ୍ମଦ ସିରାଜଙ୍କ ଏକ ବାଉନ୍ସର ସିଧା ସୁନ୍ଦରଙ୍କ ଅଙ୍ଗୁଳିରେ ବାଜିଥିଲା। ସୁନ୍ଦର ସ୍କାନ୍ କରାଯାଇଥିଲା, ଯେଉଁଥିରେ ତାଙ୍କ ଅଙ୍ଗୁଳି ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା।

ଆଇପିଏଲରୁ ବାଦ୍ ପଡ଼ିବା ନେଇ ସୋମବାର ସୂଚନା ଦେଇଛି ଆରସିବି। ସୁନ୍ଦରଙ୍କ ସ୍ଥାନରେ ବେଙ୍ଗଲ କ୍ରିକେଟର ତଥା ଫ୍ରାଞ୍ଚାଇଜିର ନେଟ୍ ବୋଲର ଆକାଶଦୀପଙ୍କୁ ଟିମରେ ସାମିଲ କରାଯାଇଛି। ସୁନ୍ଦରଙ୍କ ଅନୁପସ୍ଥିତି ଦଳ ପାଇଁ କ୍ଷତିକାରକ ହୋଇପାରେ।

୨୦୧୭ରେ ପୁନେ ସୁପର୍ ଜାଏଣ୍ଟ ପକ୍ଷରୁ ଆଇପିଏଲର କ୍ୟାରିୟର ଆରମ୍ଭ କରିଥିଲେ ସୁନ୍ଦରଙ୍କୁ ୨୦୧୮ରେ ଆରସିବି କିଣିଥିଲା। ୨୦୨୧ରେ ଆରସିବି ୩.୨ କୋଟି ଟଙ୍କାରେ ସୁନ୍ଦରଙ୍କୁ ପୁଣି କିଣି ନିଜ ଟିମରେ ରଖିଥିଲା। ସୁନ୍ଦର ଆରସିବି ଦଳର ନିୟମିତ ସଦସ୍ୟ। ପାୱାରପ୍ଲେ’ରେ ତାଙ୍କ ବୋଲିଂ ଟିମ୍ ପାଇଁ ଫଳପ୍ରଦ ହୋଇଥାଏ। ଆଇପିଏଲରେ ସେ ୪୨ ମ୍ୟାଚ୍ ଖେଳି ୨୭ ୱିକେଟ୍ ନେଇଛନ୍ତି।

ପୂର୍ବରୁ ଶ୍ରୀଲଙ୍କା ସ୍ପିନର ହସରଙ୍ଗାଙ୍କୁ ଆରସିବି ଟିମରେ ସାମିଲ୍ କରାଯାଇଛି। ହସରଙ୍ଗା ଅଷ୍ଟ୍ରେଲିଆନ୍ ସ୍ପିନର ଆଡାମ ଜାମ୍ପାଙ୍କ ସ୍ଥାନ ବେବେ। ନିକଟରେ ଭାରତ ବିପକ୍ଷ ଟି-୨୦ ସିରିଜରେ ଶ୍ରୀଲଙ୍କାକୁ ଜିତାଇବାରେ ହସରଙ୍ଗା ମୁଖ୍ୟ ଭୂମିକା ବହନ କରିଥିଲା। ହସରଙ୍ଗା ତିନୋଟି ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ। ତୃତୀୟ ଟି-୨୦ରେ ସେ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିଲେ। ଏହି ମ୍ୟାଚରେ ସେ ୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ବ୍ୟାଟିଂରେ ୧୪ ରନର ଯୋଗଦାନ କରିଥିଲେ। ତାଙ୍କ ବ୍ୟତୀତ ଶ୍ରୀଲଙ୍କାର ଦୁଷ୍ମନ୍ତ ଚମୀରା ଓ ସିଙ୍ଗାପୁର ଅଲରାଉଣ୍ଡର ଟିମ୍ ଡେଭିଡଙ୍କୁ ମଧ୍ୟ ଆରସିବି ଟିମରେ ସାମିଲ୍ କରାଯାଇଛି।

Related story