ୱେଷ୍ଟଇଣ୍ଡିଜକୁ ୧୮୯ ରନର ବିଜୟ ଲକ୍ଷ୍ୟ ଦେଲା ଭାରତୀୟ ଟିମ୍

ଫ୍ଲୋରିଡା: ଟି-ଟ୍ୱେଣ୍ଟି ସିରିଜ୍‌ର ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖିଛି। ୨୦ ଓଭରରେ ୭ ୱିକେଟ ହରାଇ ଭାରତ ୧୮୮ ରନ କରିଥିଲା। ଶ୍ରେୟସ ଆୟର ସର୍ବାଧିକ ୬୪ ରନ କରିଥିଲେ। ଏହାଛଡ଼ା ମ୍ୟାଚ୍‌ରେ ଦୀପକ ହୋଡ଼ା ଓ କ୍ୟାପଟେନ୍ ଭାର ତୁଲାଉଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଖେଳ ମଧ୍ୟ ଦେଖିବାକୁ ମିଳିଥିଲା। ସେମାନେ ଯଥାକ୍ରମେ ୨୫ ବଲ୍‌ରେ ୩୮ ରନ୍ ଓ  ୧୬ […]

hardik

  • Published: Sunday, 07 August 2022
  • , Updated: 08 August 2022, 07:25 AM IST

ଫ୍ଲୋରିଡା: ଟି-ଟ୍ୱେଣ୍ଟି ସିରିଜ୍‌ର ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖିଛି। ୨୦ ଓଭରରେ ୭ ୱିକେଟ ହରାଇ ଭାରତ ୧୮୮ ରନ କରିଥିଲା। ଶ୍ରେୟସ ଆୟର ସର୍ବାଧିକ ୬୪ ରନ କରିଥିଲେ। ଏହାଛଡ଼ା ମ୍ୟାଚ୍‌ରେ ଦୀପକ ହୋଡ଼ା ଓ କ୍ୟାପଟେନ୍ ଭାର ତୁଲାଉଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଖେଳ ମଧ୍ୟ ଦେଖିବାକୁ ମିଳିଥିଲା।

ସେମାନେ ଯଥାକ୍ରମେ ୨୫ ବଲ୍‌ରେ ୩୮ ରନ୍ ଓ  ୧୬ ବଲ୍‌ରେ ୨୮ ରନ କରିଥିଲେ। ୱେଷ୍ଟଇଣ୍ଡିଜ ପକ୍ଷରୁ ଓଡେନ୍ ସ୍ମିଥ୍ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ସୂଚନାଯୋଗ୍ୟ, ଚଳିତ ୫ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ରେ ୱେଷ୍ଟଇଣ୍ଡିଜ କେବଳ ଗୋଟିଏ ମ୍ୟାଚ୍ ଭାରତ ବିପକ୍ଷରେ ଜିତିଛି। ଶନିବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌କୁ ୫୯ ରନ୍‌ରେ ଜିତିବା ସହିତ ଟିମ୍ ଇଣ୍ଡିଆ ୩-୧ରେ ସିରିଜ୍‌ ହାତେଇ ନେଇଥିଲା। ଆଜି ଚୂଡ଼ାନ୍ତ ମ୍ୟାଚ୍ ଖେଳାଯାଉଛି।

Related story