ବାରବାଟୀରେ ବାଉନ୍ସ ବ୍ୟାକ କରିବ ଟିମ ଇଣ୍ଡିଆ! ଡେବ୍ୟୁ କରିବେ କି ଉମ୍ରାନ ମଲିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଦିଲ୍‌ ଭାଙ୍ଗିବା ପରେ ବାରବାଟୀରେ ବାଉନ୍ସ ବ୍ୟାକ୍‌ ଲକ୍ଷ୍ୟ ନେଇ ଆସନ୍ତାକାଲି ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ରବିବାର ସନ୍ଧ୍ୟା ୭ଟାରେ କଟକର ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦। ୫ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଋଷଭ ପନ୍ତ ଆଣ୍ଡ କୋ ୭ ୱିକେଟରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା। ବିଶାଳ ୨୧୧ ରନ୍‌ ସ୍କୋର କରି ମଧ୍ୟ ବୋଲିଂ ଦୁର୍ବଳତା ପାଇଁ ଦଳକୁ ମ୍ୟାଚ୍‌ […]

Barbati

Barbati

Hemant Lenka
  • Published: Saturday, 11 June 2022
  • Updated: 11 June 2022, 02:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଦିଲ୍‌ ଭାଙ୍ଗିବା ପରେ ବାରବାଟୀରେ ବାଉନ୍ସ ବ୍ୟାକ୍‌ ଲକ୍ଷ୍ୟ ନେଇ ଆସନ୍ତାକାଲି ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ରବିବାର ସନ୍ଧ୍ୟା ୭ଟାରେ କଟକର ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦। ୫ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଋଷଭ ପନ୍ତ ଆଣ୍ଡ କୋ ୭ ୱିକେଟରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା। ବିଶାଳ ୨୧୧ ରନ୍‌ ସ୍କୋର କରି ମଧ୍ୟ ବୋଲିଂ ଦୁର୍ବଳତା ପାଇଁ ଦଳକୁ ମ୍ୟାଚ୍‌ ହାରିବାକୁ ପଡ଼ିଥିଲା। ତେଣୁ ବାଟବାଟୀରେ ଜିତି ଦଳ ସ୍ଥିତିକୁ ୧-୧ରେ ବରାବର କରିବା ଲକ୍ଷ୍ୟରେ ରହିଛି।

ବାରବାଟୀରେ ଶେଷଥର ପାଇଁ ଟିମ ଇଣ୍ଡିଆ ୨୦୧୯ ମସିହା ଡିସେମ୍ବର ୨୨ରେ ଖେଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦିନିକିଆକୁ ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ ଜିତି ବାରବାଟୀରେ ସିରିଜ କବଜା କରିଥିଲା। ଏହାପୂର୍ବରୁ ଶ୍ରୀଲଙ୍କାକୁ ମଧ୍ୟ ଗୋଟିଏ ଟି-୨୦ ମ୍ୟାଚ୍‌ରେ ଭାରତ ୯୩ ରନ୍‌ରେ ହରାଇଥିଲା। ଅବଶ୍ୟ ୨୦୧୫ରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ଦଳ ହାରିଥିଲା। ଉକ୍ତ ମ୍ୟାଚ୍‌ ଖେଳୁଥିବା କୌଣସି ଖେଳାଳି ଏଥର ଟିମ୍‌ ଇଣ୍ଡିଆର ସ୍କ୍ୱାଡରେ ନାହାନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିସିସିଆଇ ଚୟନ କମିଟି ବିଶ୍ରାମ ଦେଇଛି।

ଏପରି ସ୍ଥିତିରେ ଯୁବ ଅଧିନାୟକ ପନ୍ତଙ୍କୁ ବାରବାଟୀରେ ବାଉନ୍ସ ବ୍ୟାକ୍‌ କରିବା ସେତେଟା ସହଜ ହୋଇ ନପାରେ। କିନ୍ତୁ ଦଳ ପାଖରେ ଏକାଧିକ ମ୍ୟାଚ୍‌ ୱିନର ରହିଛନ୍ତି। ପ୍ରାୟ ଅଧିକାଂଶ ବ୍ୟାଟର ଫର୍ମରେ ଥିବା ପ୍ରଥମ ଟି-୨୦ରେ ପ୍ରମାଣ ଦେଖାଇଛନ୍ତି। ବ୍ୟାଟିଂକୁ ନେଇ ଟିମ୍‌ ଇଣ୍ଡିଆ ଆଦୌ ଚିନ୍ତିତ ନୁହେଁ। ବିସ୍ଫୋରକ ଆରମ୍ଭ ଦେବାକୁ ଈଶାନ କିଶନ ଥିବା ବେଳେ ଫିନିଶର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ମଧ୍ୟକ୍ରମରେ ଶ୍ରେୟସ ଆୟର ଓ ଋଷଭ ପନ୍ତ ଅଛନ୍ତି। ଭେଟରାନ ଦୀନେଶ କାର୍ତ୍ତିକ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରି ପୁଣି ଟିମ୍‌ ଇଣ୍ଡିଆକୁ କମବ୍ୟାକ କରିଛନ୍ତି। ତେଣୁ ବ୍ୟାଟିଂ ଲାଇନଅପକୁ ନେଇ କୌଣସି ପରୀକ୍ଷାନୀରିକ୍ଷା ଆସନ୍ତାକାଲି କରାଯାଇ ନପାରେ।

[caption id="" align="aligncenter" width="956"] ଉମ୍ରାନ ମଲିକ[/caption]

କିନ୍ତୁ ବୋଲିଂ ଦୁର୍ବଳତା ଗତ ମ୍ୟାଚ୍‌ରେ ପଦାରେ ପଡ଼ିଛି। ଦଳର ୩ ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଆଭେଶ ଖାନ ଓ ହର୍ଷଲ ପଟେଲ ୧୦ରୁ ଅଧିକ ହାରରେ ରନ ବ୍ୟୟ କରିଛନ୍ତି। ବିଶେଷ କରି ୧୫ରୁ ୨୦ ଓଭର୍‌ର ମଧ୍ୟରେ ଏମାନେ ବହୁତ ରନ ଦେଇଥିଲେ। ଏଥିସହ ସହ ଆଇପିଏଲରେ ସର୍ବାଧିକ ୱିକେଟ ଦଖଲ କରି ବାଇଗଣୀ କ୍ୟାପ ହାସଲ କରିଥିବା ୟୁଜବେନ୍ଦର ଚହଲ ଦିଲ୍ଲୀ ପଡ଼ିଆରେ ଆଦୌ ନିଜର ପ୍ରଭାବ ଦେଖାଇ ପାରି ନଥିଲେ।

ତାଙ୍କୁ ମଧ୍ୟ ପନ୍ତ କେବଳ ୨ ଓଭର ବୋଲିଂ କରିବାକୁ ଦେଇଥିଲେ। ଚହଲଙ୍କ କୋଟା ନ ସାରିବା ପନ୍ତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ଅନେକ କ୍ରିକେଟ ପଣ୍ଡିତ ମତ ରଖିଛନ୍ତି। ସେହିପରି ୫ମ ବୋଲର ଭାବେ ଅକ୍ଷର ପଟେଲ ମାତ୍ର ଗୋଟିଏ ୱିକେଟ ନେଇ ପାରିଛନ୍ତି। ଭଲ ଫର୍ମରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଓଭର ବୋଲିଂ କରିଥିଲେ ମଧ୍ୟ ୧୮ ରନ ବ୍ୟୟ କରିଥିଲେ। ଏପରି ସ୍ଥିତିରେ ଟିମ୍‌ ମ୍ୟାନେଜମେଣ୍ଟ ବୋଲିଂ ଲାଇନ ଅପରେ ପରିବର୍ତ୍ତନ କରିପାରେ।

ବାରବାଟୀ ପିଚ୍‌ ଉଭୟ ସ୍ପିନ ଓ ଦ୍ରୁତ ବୋଲରଙ୍କୁ ସୁହାଇବ। ସେହିପରି ଆକାଶ ମେଘାଚ୍ଛନ ରହିବା ସହ ପବନ ବୋହିବାର ସମ୍ଭାବନା ରହିଛି। ଏହା ନିଶ୍ଚିତ ଭାବେ ଦ୍ରୁତ ବୋଲରଙ୍କୁ ସାମାନ୍ୟ ଫାଇଦା ଦେବ। ତେଣୁ ଆଭେଶ ଖାନଙ୍କ ବଦଳରେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ ମଲିକଙ୍କୁ ଡେବ୍ୟୁ ପାଇଁ ସୁଯୋଗ ମିଳିପାରେ। ତାଙ୍କ ବ୍ୟତୀତ ବାମହାତୀ ବୋଲୀ ଅର୍ଶଦୀପ ସିଂହ ମଧ୍ୟ ରହିଛନ୍ତି। ସେ ସୁଇଂରେ ବେଶ ପାରଙ୍ଗମ। ଉମ୍ରାନ ଓ ଅର୍ଶଦୀପଙ୍କ ମଧ୍ୟରୁ କାଲିର ମ୍ୟାଚ୍‌ରେ ଜଣେ କେହି ଖେଳି ପାରନ୍ତି। ଏହା ବ୍ୟତୀତ ଦଳରେ ଆଉ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ।

କଟକରେ ଟି-୨୦ରେ ସର୍ବାଧିକ ୱିକେଟ ନେବା ତାଲିକାରେ ୟୁଜବେନ୍ଦର ଚହଲ ରହିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ୨୩ ରନ୍‌ ଦେଇ ବାରବାଟୀରେ ୪ ୱିକେଟ ଦଖଲ କରିଥିଲେ। ତାଙ୍କ ଇକୋନୋମି ୫.୭୫ ରହିଛି। ଆଜି ଯାଏ ଏହାକୁ କେହି ବି ଭାଙ୍ଗି ପାରି ନାହାନ୍ତି। ଏଥର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ନୂଆ ପିଚ୍‌ ତିଆରି କରାଯାଇଛି। ଏହା ଉଭୟ ବ୍ୟାଟିଂ ଓ ବୋଲିଂକୁ ସୁହାଇବ ବୋଲି କୁହାଯାଉଛି। ସେହିପରି ନୂଆ ଆଉଟ ଫିଲ୍ଡ ଯୋଗୁ ଭଲ ସ୍କୋର ହେବ। ବାରବାଟୀରେ ଏଲଇଡି ଫ୍ଲଡ ଲାଇଟର ମଧ୍ୟ ବ୍ୟବସ୍ଥା ହୋଇଛି।

ଅନ୍ୟପକ୍ଷରେ ଗତ ମ୍ୟାଚ୍‌ର ହିରୋ ଡାଭିଡ ମିଲର ଓ ରସି ଭାନ ଡେର ଡୁସେନ ଜବରଦସ୍ତ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପ ବେଶ ଶକ୍ତିଶାଳୀ। ତେଣୁ ଆସନ୍ତାକାଲି ଭାରତର ବୋଲିଂ ଲାଇନ ଅପର ଅସଲ ପରୀକ୍ଷା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story