ହାଇକୋର୍ଟ ଗଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ଗତବର୍ଷ ଦଳିତ ସମାଜକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ଗିରଫଦାରୀରୁ ବଞ୍ଚିବା ପାଇଁ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯୁବରାଜ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖାରଜ କରିବା ସହ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ଦାବି କରିଛନ୍ତି। ଏହି ମାମଲାରେ ଗୁରୁବାର ଚଣ୍ଡୀଗଡ଼ରେ ଶୁଣାଣି ହେବ। ଯୁବରାଜଙ୍କ ଉପରେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ହରିୟାଣା ପୁଲିସ୍ ଏସସି-ଏସଟି […]

yuvi

Ranjit Kumar Jena
  • Published: Wednesday, 24 February 2021
  • , Updated: 24 February 2021, 10:05 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ଗତବର୍ଷ ଦଳିତ ସମାଜକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ଗିରଫଦାରୀରୁ ବଞ୍ଚିବା ପାଇଁ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯୁବରାଜ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖାରଜ କରିବା ସହ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ଦାବି କରିଛନ୍ତି। ଏହି ମାମଲାରେ ଗୁରୁବାର ଚଣ୍ଡୀଗଡ଼ରେ ଶୁଣାଣି ହେବ। ଯୁବରାଜଙ୍କ ଉପରେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ହରିୟାଣା ପୁଲିସ୍ ଏସସି-ଏସଟି ଆକ୍ଟ ଆଧାରରେ ମାମଲା ଦାୟର କରିଥିଲା।

ସୂଚନାଯୋଗ୍ୟ, ଗତବର୍ଷ ଜୁନ୍ ମାସରେ ଯୁବରାଜ ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ କରୁଥିଲେ। ଏହି ସମୟରେ ସେ ଜାତିଆଣ ଶବ୍ଦର ବ୍ୟବହାର କରିଥିଲା। ଇନଷ୍ଟାଗ୍ରାମରେ ଲାଇଭ୍ ଚାଟ୍ ବେଳେ ଯୁବରାଜ ଓ ରୋହିତ୍ କଥା ହେଉଥିବା ବେଳେ କୁଲଦୀପ ଯାଦବ ଅନଲାଇନ୍ ଆସିଥିଲେ। ଏହି ଅନଲାଇନ୍ ଲାଇଭ୍ ଚାଟ୍ ବେଳେ ଯୁବରାଜ ଦଳିତଙ୍କ ପ୍ରତି ଅଶାଳୀନ ଶବ୍ଦରେ ପ୍ରୟୋଗ କରିଥିବା ନେଇ ଅଭିଯୋଗ ଆସିଥିଲା।

ଯାହା ପରେ ଯୁବରାଜଙ୍କ ବିରୋଧରେ ହରିୟାଣା ପୁଲିସ୍ କିଛି ସଙ୍ଗୀନ ଧାରା ଲଗାଇ ଏଫଆଇଆର୍ ଦାୟର କରିଛି। ଓକିଲ ଓ ନ୍ୟାଶନାଲ୍ ଆଲିଆନ୍ସ ଏବଂ ଦଳିତ ହ୍ୟୁମାନ୍ ରାଇଟ୍ସର ସଂଯୋଜକ ରଜତ କଲସନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ପାଖାପାଖି ୮ମାସ ପରେ ଏହି ଏଫଆଇଆର୍ ଦାୟର କରିଛି। ଯୁବରାଜଙ୍କ ବିରୋଧରେ ପୁଲିସ୍ ଆଇପିସି ଧାରା 153, 153 A, 295, 505 ବ୍ୟତୀତ ଏସସି ଓ ଏସଟି ଆକ୍ଟର ଧାରା 3 {1) (r) ତଥା 3(1)(s) ଆଧାରରେ ଏଫଆଇଆର୍ ଦାୟର କରାଯାଇଛି।

Related story