୧୮୮୯ ପରେ ପ୍ରଥମ, କ୍ରମାଗତ ୨ଟି ଟେଷ୍ଟ ମ୍ୟାଚ୍‌ ୨ ଦିନ ଭିତରେ ସରିଲା

ଅବୁଧାବି: ବୁଧବାର ଜିମ୍ବାୱେ ପ୍ରତିପକ୍ଷ ଆଫଗାନିସ୍ତାନକୁ ଅବୁଧାବି ଟେଷ୍ଟରେ ୧୦ ୱିକେଟରେ ପରାସ୍ତ କରିଛି। ଏଥିସହ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଦଳ ୧-୦ରେ ଆଗୁଆ ହୋଇଯାଇଛି। ଟେଷ୍ଟ ମ୍ୟାଚ୍‌ ୫ ଦିନ ବିଶିଷ୍ଟ ହୋଇଥିଲେ ହେଁ ଏହି ମ୍ୟାଚ୍‌ଟି ୨ ଦିନ ମଧ୍ୟରେ ଶେଷ ହୋଇଛି। ଉଭୟ ଦଳ ମିଳିତ ଭାବେ ୧୬୭.୫ ଓଭର୍‌ ବ୍ୟାଟିଂ କରିଛନ୍ତି। ଏହାପୂର୍ବରୁ ଅର୍ଥାତ ୬ ଦିନ ତଳେ ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପିଙ୍କ […]

ICC

Hemant Lenka
  • Published: Wednesday, 03 March 2021
  • , Updated: 03 March 2021, 08:32 PM IST

ଅବୁଧାବି: ବୁଧବାର ଜିମ୍ବାୱେ ପ୍ରତିପକ୍ଷ ଆଫଗାନିସ୍ତାନକୁ ଅବୁଧାବି ଟେଷ୍ଟରେ ୧୦ ୱିକେଟରେ ପରାସ୍ତ କରିଛି। ଏଥିସହ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଦଳ ୧-୦ରେ ଆଗୁଆ ହୋଇଯାଇଛି। ଟେଷ୍ଟ ମ୍ୟାଚ୍‌ ୫ ଦିନ ବିଶିଷ୍ଟ ହୋଇଥିଲେ ହେଁ ଏହି ମ୍ୟାଚ୍‌ଟି ୨ ଦିନ ମଧ୍ୟରେ ଶେଷ ହୋଇଛି। ଉଭୟ ଦଳ ମିଳିତ ଭାବେ ୧୬୭.୫ ଓଭର୍‌ ବ୍ୟାଟିଂ କରିଛନ୍ତି।

ଏହାପୂର୍ବରୁ ଅର୍ଥାତ ୬ ଦିନ ତଳେ ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପିଙ୍କ ବଲ ଟେଷ୍ଟ ୨ ଦିନ ଭିତରେ ଶେଷ ହୋଇଥିଲା। ଭ୍ରମଣକାରୀ ଇଂଲଣ୍ଡକୁ ଟିମ୍‌ ଇଣ୍ଡିଆ ୧୦ ୱିକେଟ୍‌ରେ ପରାସ୍ତ କରିଥିଲା। ୧୮୮୯ ମସିହା ପରେ ବିଶ୍ୱ କ୍ରିକେଟ୍‌ରେ ପ୍ରଥମଥର ପାଇଁ କ୍ରମାଗତ ଦୁଇଟି ଟେଷ୍ଟ ମ୍ୟାଚ୍‌ ଦୁଇ ଦିନ ଭିତରେ ଶେଷ ହେବାର ବିରଳ ଘଟଣା ଘଟିଛି।

ବୁଧବାର ଜିମ୍ବାୱେ ବେଶ ଆରାମରେ ଆଫିଗାନିସ୍ତାନ ଦେଇଥିବା ୧୭ ରନର ବିଜୟ ଲକ୍ଷ୍ୟକୁ ବିନା କୌଣସି ୱିକେଟ୍‌ ହରାଇ ୩.୨ ଓଭର୍‌ରେ ହାସଲ କରିନେଇଛି। ଶେଖ ଜାୟଦ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଦଳ ମାତ୍ର ୧୩୧ ରନରେ ଅଲଆଉଟ ହୋଇଯାଇଥିଲା। ଜିମ୍ବାୱେ ପକ୍ଷରୁ ମୁଜାରାବାନି ୪ଟି ଓ ଭିକ୍ଟୋର ନୟାଚୁ ୩ଟି ୱିକେଟ ନେଇଥିଲେ।


ଏହାର ଜବାବରେ ଜିମ୍ବାୱେ ୧୦୯ ରନ୍‌ରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସେନ ୱିଲିୟମ୍ସ ନିଜ ଟିମ୍‌କୁ ଏହା ମଧ୍ୟରୁ ଉଦ୍ଧାର କରିଥିଲେ। ସେ ଏକାକୀ ୧୭୪ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୩ୟ ଶତକ। ସେ ଏହି ଶତକୀୟ ଇନିଂସ୍‌ ବେଳେ ସିକନ୍ଦର ରାଜା(୪୩) ଓ ରେଗିସ ଛକାଭା(୪୪)ଙ୍କ ସହ ମିଶି ଯଥାକ୍ରମେ ୭୧ ଓ ୭୫ ରନ୍‌ର ଭାଗିଦାରୀ କରିଥିଲେ। ଶେଷରେ ଜିମ୍ବାୱେ ୨୫୦ ରନ୍‌ କରି ଅଲଆଉଟ ହୋଇଯାଇଥିଲା।

ପ୍ରଥମ ଇନିଂସରେ ଜିମ୍ବାୱେ ଠାରୁ ପଛରେ ରହିଥିବା ଆଫଗାନିସ୍ତାନ ଦ୍ୱିତୀୟ ଇନିଂସରେ ବି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦଳ ମାତ୍ର ୧୩୫ ରନରେ ଅଲଆଉଟ ହୋଇଯିବାରୁ ଜିମ୍ବାୱେକୁ ଜିତିବା ପାଇଁ ୧୭ ରନର ଟାର୍ଗେଟ ମିଳିଥିଲା। ଏହାକୁ ଦଳ ବିନା କୌଣସି ୱିକେଟ ହରାଇ ହାସଲ କରିନେଇଛି।

Related story