କ’ଣ ଖାଇ ଫିଟ୍‌ ରୁହନ୍ତି ବିରାଟ, ରୋହିତ ଓ ଧୋନି: ଜାଣନ୍ତୁ ଏମାନଙ୍କ ମନପସନ୍ଦର ଖାଦ୍ୟ ସମ୍ପର୍କରେ

କେମିତି ଫିଟ୍‌ ରୁହନ୍ତି ଭାରତୀୟ କ୍ରିକେଟର। ସୁସ୍ଥ ଏବଂ ମଜଭୁତ ଶରୀର ପାଇଁ ସେମାନେ କଣ ସବୁ ଖାଦ୍ୟ ସେବନ କରିନ୍ତି। କେମିତି କରନ୍ତି ଏକ୍ସରସାଇଜ୍‌।ଏହି ଫିଟ୍‌ନେସ ରହିବା ପାଇଁ ସେମାନେ ଡାଏଟିଂ କରିଥାନ୍ତି। ସ୍ୱାସ୍ଥ୍ୟ ଠିକ୍ ରହିଲେ ପରଫରମାନ୍ସ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା କ୍ରିକେଟରଙ୍କ ଡାଏଟିଂ ବିଷୟରେ । ବିରାଟ କୋହଲି; ଟିମ୍‌ ଇଣ୍ଡିଆର ଅଧିନାୟକ ହେଉଛନ୍ତି ବିରାଟ କୋହଲି। ତାଙ୍କର ସଫଳତାର ରାଜ ହେଉଛି ଫିଟନେସ୍‌। ଫିଟ୍‌ ରହିବା ପାଇଁ ବିରାଟ ମଟନ, […]

team india

team india

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 06:23 PM IST

Sports

Latest News

କେମିତି ଫିଟ୍‌ ରୁହନ୍ତି ଭାରତୀୟ କ୍ରିକେଟର। ସୁସ୍ଥ ଏବଂ ମଜଭୁତ ଶରୀର ପାଇଁ ସେମାନେ କଣ ସବୁ ଖାଦ୍ୟ ସେବନ କରିନ୍ତି। କେମିତି କରନ୍ତି ଏକ୍ସରସାଇଜ୍‌।ଏହି ଫିଟ୍‌ନେସ ରହିବା ପାଇଁ ସେମାନେ ଡାଏଟିଂ କରିଥାନ୍ତି। ସ୍ୱାସ୍ଥ୍ୟ ଠିକ୍ ରହିଲେ ପରଫରମାନ୍ସ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା କ୍ରିକେଟରଙ୍କ ଡାଏଟିଂ ବିଷୟରେ ।

ବିରାଟ କୋହଲି; ଟିମ୍‌ ଇଣ୍ଡିଆର ଅଧିନାୟକ ହେଉଛନ୍ତି ବିରାଟ କୋହଲି। ତାଙ୍କର ସଫଳତାର ରାଜ ହେଉଛି ଫିଟନେସ୍‌। ଫିଟ୍‌ ରହିବା ପାଇଁ ବିରାଟ ମଟନ, ମାଛ, ଓ ଗ୍ରୀନ୍‌ ସାଲାଟ୍‌ ଅଧିକ ଖାଇଥାନ୍ତି। ବିରାଟଙ୍କ ସବୁଠୁ ପସନ୍ଦ ହେଉଛି ପ୍ରୋଟିନଯୁକ୍ତ ଖାଦ୍ୟ। ବିରାଟ ସପ୍ତାହର ୫ ଦିନ ବ୍ୟାୟମ କରନ୍ତି। ଶରୀରରୁ ଝାଳ ବାହାରିବା ପର୍ଯ୍ୟନ୍ତ ସେ ଏକ୍ସରସାଇଜ୍‌ରେ ମାତନ୍ତି।  ପେଟ ବଢ଼ାଇବାକୁ ଦିଅନ୍ତି ନାହିଁ।

 ରୋହିତ ଶର୍ମା; ଦିନିକିଆରେ ୩ଥର ଡବଲ ସେଞ୍ଚୁରୀ ମାରିବାରେ ବିଶ୍ୱର ଏକମାତ୍ର ବ୍ୟାଟସ୍‌ମ୍ୟାନ ହେଉଛନ୍ତି ରୋହିତ ଶର୍ମା। ଅଧିକ ସ୍କୋର  ପାଇଁ  ସେ ଫିଟନେସ୍‌ ଓ ଡାଏଟିଂ  ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ଏଥିପାଇଁ ରୋହିତଙ୍କ ବେଶୀ ପସନ୍ଦ ହେଉଛି ସିଝା ଅଣ୍ଡା। ଏଥିସହ ସେ  ଡାଏଟିସିଆନଙ୍କ ପରାମର୍ଶରେ ବିଭିନ୍ନ ଫଳ ଖାଇଥାନ୍ତି।

ମହେନ୍ଦ୍ର ସିଂହ ଧୋନି; ଭାରତୀୟ କ୍ରିକେଟ୍‌ରେ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ତାଙ୍କ ସଫତାର ବଡ଼ ରାଜ ବ୍ୟାୟାମ  କରିବା।  ଏଥିସହ ସେ ଫୁଟବଲ ଖେଳିଥାନ୍ତି। ଧୋନି ଜଳଖିଆରେ ହାଲୁଆ, ଆଲମଣ୍ଡ ଓ ଫଳ ଖାଇଥାନ୍ତି। ଲଞ୍ଚ ଓ ଡିନର ଭୋଜନରେ ସେ ଚପାତି, ଡାଲି ଓ ଚିକେନ୍‌ ଖାଇବାକୁ ଅଧିକ ପସନ୍ଦ କରନ୍ତି।

 

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos