ଜନତା କର୍ଫ୍ୟୁଙ୍କୁ ସମର୍ଥନ ଜଣାଇଲେ କ୍ରିକେଟର୍

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ତେବେ ଏହାର ପ୍ରଭାବ ଆଜି ସାରା ଦେଶରେ ଦେଖିବାକୁ ମିଳିଛି। ମୋଦିଙ୍କ ଏହି ଜନତା କର୍ଫ୍ୟୁକୁ ଚାରିଆଡ଼ୁ ସମର୍ଥନ ମିଳିଛି ଏବଂ ସମସ୍ତେ ଏଥିରେ ସାମିଲ୍ ହୋଇଛନ୍ତି। ଜନତା କର୍ଫ୍ୟୁର ପ୍ରଭାବରେ ସାରା ଦେଶର ରାସ୍ତାଘାଟ ଶୂନଶାନ୍ ଏବଂ ଗଳିକନ୍ଦି ଚୁପ୍ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ କ୍ରିକେଟରମାନେ ମଧ୍ୟ ଖୁବ୍ […]

ashwin

ashwin

Ranjit Kumar Jena
  • Published: Sunday, 22 March 2020
  • Updated: 22 March 2020, 04:41 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ତେବେ ଏହାର ପ୍ରଭାବ ଆଜି ସାରା ଦେଶରେ ଦେଖିବାକୁ ମିଳିଛି। ମୋଦିଙ୍କ ଏହି ଜନତା କର୍ଫ୍ୟୁକୁ ଚାରିଆଡ଼ୁ ସମର୍ଥନ ମିଳିଛି ଏବଂ ସମସ୍ତେ ଏଥିରେ ସାମିଲ୍ ହୋଇଛନ୍ତି। ଜନତା କର୍ଫ୍ୟୁର ପ୍ରଭାବରେ ସାରା ଦେଶର ରାସ୍ତାଘାଟ ଶୂନଶାନ୍ ଏବଂ ଗଳିକନ୍ଦି ଚୁପ୍ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ କ୍ରିକେଟରମାନେ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ଟିମ୍ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଡାଇରେକ୍ଟର୍ ମାଇକ୍ ହେସନ୍ ଜନତା କର୍ଫ୍ୟୁ ଏବଂ ବିଭିନ୍ନ ରାଜ୍ୟ ଲକ୍ ଡାଉନର ପ୍ରଶଂସା କରିଛନ୍ତି।


ଅଶ୍ୱିନ୍ ଟ୍ୱିଟ୍ କରି ଲେଖିଛନ୍ତି, ଜନତା କର୍ଫ୍ୟୁର ଅଦ୍ଭୁତ ଶୁଭାରମ୍ଭ, ଯେପରି ସ୍କୁଲରେ ଆମକୁ କୁହାଯାଉଥିଲା ଯେ ପିନ୍ ଡ୍ରପ୍ ସାଇଲେନ୍ସ। ଆଶା କରୁଛି ଏଭଳି ପରିସ୍ଥିତି ଆଗାମୀ ଦିନରେ ମଧ୍ୟ ଜାରି ରହିବ ଏବଂ ପରବର୍ତ୍ତୀ ଦିନ ଗୁଡ଼ିକରେ ମଧ୍ୟ ସାମାଜିକ ଦୂରତ୍ୱର ପାଳନ କରାଯିବ। ଅଶ୍ୱିନ୍ ନିଜର ଏହି ଟ୍ୱିଟକୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।


ଅଶ୍ୱିନଙ୍କ ଭଳି ଆରସିବିର ଡାଇରେକ୍ଟର ହେସନ୍ ମୁମ୍ବାଇରେ ନିଜ ହୋଟେଲରୁ ବାହ୍ୟ ଦୃଶ୍ୟର ଭିଡିଓ ଶେଆର୍ କରିଛନ୍ତି। ହେସନ୍ ଲେଖିଛନ୍ତି, ଗତ କିଛି ବର୍ଷ ହେବ ହୋଟେଲ୍ ରୁମରୁ ମୁଁ ଅନେକଥର ଏହି ଦୃଶ୍ୟକୁ ଦେଖିଆସୁଛି, କିନ୍ତୁ କେବେବି ରାସ୍ତାରେ ୧ହଜାର କମ୍ ସଂଖ୍ୟକ କାର୍ ଚାଲୁନଥିବାର ଦେଖିନାହିଁ। ଭାରତରେ ଆଜି କୋଭିଡ୍‌-୧୯ ବିରୋଧରେ ୧୪ ଘଣ୍ଟାର କର୍ଫ୍ୟୁ। ଏଭଳି ଲାଗୁଛି ଯେପରି ସମସ୍ତେ ଏହି ଜନତା କର୍ଫ୍ୟୁର ପାଳନ କରିଛନ୍ତି।


ସେହିପରି ଭାରତୀୟ କ୍ରିକେଟର୍ ଶିଖର ଧୱନ୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ନିଜ ନିଜର ଘରେ ରହି ଜନତା କର୍ଫ୍ୟୁର ପାଳନ କରିଛନ୍ତି। ଧୱନ୍ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେ ସମସ୍ତଙ୍କୁ ଘରେ ରହିବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ସଞ୍ଜୁ ସାମସନ୍ ମଧ୍ୟ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରି କହିଛନ୍ତି, ମୁଁ ଘରେ ନିଜ ଘନିଷ୍ଠଙ୍କ ସହ ଅଛି। ଆଶା କରୁଛି ଅନ୍ୟମାନେ ମଧ୍ୟ ଠିକ୍ ଏହା କରୁଥିବେ।


ସେହିପରି ପୂର୍ବତନ କ୍ରିକେଟର୍ ଆକାଶ ଚୋପ୍ରା ଟ୍ୱିଟ୍ କରିଛନ୍ତ ଯେ ମୁଁ ଆଜି ଘରୁ ବାହାରକୁ ଯାଇନାହିଁ। ଆସନ୍ତୁ ଆମେ ସମସ୍ତେ ଏହି ଜନତା କର୍ଫ୍ୟୁର ସମର୍ଥନ କରିବା ଏବଂ ନୂଆ ବିପ୍ଳବ ଆରମ୍ଭ କରିବା। ଏହାକୁ ଆମେ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଜାରି ରଖିବା, ଯାହା ଫଳରେ ଆମେ ସମସ୍ତେ ସୁସ୍ଥ ରହିବା। ଦୁନିଆର ସବୁଠାରୁ ବଡ଼ ବିପ୍ଳବ ହେଉଛି, ସମସ୍ତଙ୍କୁ ବନ୍ଦ ଘର ଭିତରେ ରହିବା ଦରକାର, ଯାହାକି ଆଦୌ ସହଜ ନୁହେଁ।


ସୂଚନାଯୋଗ୍ୟ, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୨୨ ତାରିଖ ଅର୍ଥାତ୍ ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ଭାରତରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ୬ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos