ନୂଆଦିଲ୍ଲୀ: କ୍ରିକେଟକୁ କୁହାଯାଏ ଭଦ୍ର ଲୋକଙ୍କ ଖେଳ। ଆଉ ଏହି ଧାରା ଓ ବିଶ୍ୱାସ ବଜାୟ ରଖିବାରେ ସହାୟକ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)। ଭାରତୀୟ ଦିନିକିଆ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଏହି କଥା କହିଛନ୍ତି। ସେ କହିଛନ୍ତି, ଆଇପିଏଲ ଭଦ୍ର ଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟର ସେହି ଉନ୍ମାଦନାକୁ ବଜାୟ ରଖିଛି। ବିଶ୍ୱର ସସସ୍ତ ଖେଳାଳିଙ୍କୁ ଗୋଟିଏ ସୂତାରେ ଏକତ୍ର କରି ବାନ୍ଧିଛି ଆଇପିଏଲ। ଆଇପିଏଲ କ୍ରିକେଟରୁ ସ୍ଲେଜିଂ (ପରସ୍ପର ପ୍ରତି ଅଶ୍ଳୀଳ ଟିପ୍ପଣୀ ବା ଇଙ୍ଗିତ)କୁ ଦୂରେଇଛି।
ଧୋନୀ କହିଛନ୍ତି,‘ ଆମେ ଏକ ଭଦ୍ର ଲୋକଙ୍କ ଖେଳ ଖେଳୁଛୁ। ଆମେ ଜିତିବାକୁ ଚାହୁଁ। କିନ୍ତୁ ଆମକୁ ଠିକ୍ ଢଙ୍ଗରେ ମ୍ୟାଚ୍ ଜିତିବାକୁ ପଡ଼ିବ। ଆଇପିଏଲ୍ କ୍ରିକେଟରୁ ସ୍ଲେଜିଂକୁ ଦୂରେଇ ଦେଇଛି। ବନ୍ଧୁତ୍ୱପୂର୍ଣ୍ଣ ଭାବେ ଆଇପିଏଲ୍ ମ୍ୟାଚଗୁଡ଼ିକ ଖେଳା ଯାଉଛି। ସ୍ଲେଜିଂରୁ ଦୂରେଇ ରହିବାରେ ଏହା କ୍ରିକେଟରମାନଙ୍କୁ ସାହାଯ୍ୟ କରୁଛି। ଆଇପିଏଲରେ ବିଭିନ୍ନ ଦେଶ ଓ ସଂସ୍କୃତିର ଖେଳାଳି ଗୋଟିଏ ଗୋଟିଏ ଟିମରେ ଖେଳୁଛନ୍ତି। ଗୋଟିଏ ଡ୍ରେସିଂ ରୁମ୍ ସେୟାର କରୁଛନ୍ତି। ପରସ୍ପରର ନିକଟତର ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।