କ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କୁ କରୋନା

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଫୁଟବଲ ତାରକା ତଥା ପର୍ତ୍ତୁଗାଲ ଷ୍ଟାର କ୍ରୀଷ୍ଟିଆନୋ ରୋନାଲ୍ଡୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଥିବା ଜଣାପଡ଼ିଛି। ପର୍ତ୍ତୁଗିଜ ଫୁଟବଲ ଫେଡରେସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି କାରଣରୁ ସେ ସ୍ୱିଡେନ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଛନ୍ତି। ଏଫପି ରିପୋର୍ଟ ଅନୁଯାୟୀ, ରୋନାଲ୍ଡୋଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ତାଙ୍କର କୌଣସି କରୋନା ଲକ୍ଷଣ ଦେଖାଯାଇ ନାହିଁ। ସେହିପରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। […]

d

Tapas Behera
  • Published: Tuesday, 13 October 2020
  • , Updated: 13 October 2020, 08:35 PM IST

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଫୁଟବଲ ତାରକା ତଥା ପର୍ତ୍ତୁଗାଲ ଷ୍ଟାର କ୍ରୀଷ୍ଟିଆନୋ ରୋନାଲ୍ଡୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଥିବା ଜଣାପଡ଼ିଛି। ପର୍ତ୍ତୁଗିଜ ଫୁଟବଲ ଫେଡରେସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି କାରଣରୁ ସେ ସ୍ୱିଡେନ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଛନ୍ତି।

ଏଫପି ରିପୋର୍ଟ ଅନୁଯାୟୀ, ରୋନାଲ୍ଡୋଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ତାଙ୍କର କୌଣସି କରୋନା ଲକ୍ଷଣ ଦେଖାଯାଇ ନାହିଁ। ସେହିପରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ସ୍ୱିଡେନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସବୁ ପର୍ତ୍ତୁଗାଲ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏହି ସମୟରେ  ପର୍ତ୍ତୁଗାଲର ଏକମାତ୍ର ଖେଳାଳି ଭାବେ ରୋନାଲ୍ଡୋଙ୍କ ରିପୋର୍ଟ ହିଁ ପଜିଟିଭ ଆସିଛି। ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବାରୁ ସେମାନେ ସ୍ୱିଡେନ ବିପକ୍ଷ ମ୍ୟାଚ୍‌ ଖେଳି ପାରିବେ।

ଏବେ ରୋନାଲ୍ଡୋ ପର୍ତ୍ତୁଗିଜ ଟ୍ରେନିଂ କ୍ୟାମ୍ପ ଛାଡ଼ି ଆଇସୋଲେସନରେ ରହିଛନ୍ତି। ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଥିବା ଜଣାପଡ଼ିଛି।

Related story