କଟକ: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ତିଆରି ଚାଲିଛି ହାଇସ୍କୋରିଂ ପିଚ୍

କଟକ: ଅକ୍ଟୋବର ୫ ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି ଇଣ୍ଟରନ୍ୟାସନାଲ୍ ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ଓସିଏ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଦର୍ଶକ ବି ମ୍ୟାଚକୁ ନେଇ ଉତ୍ସାହିତ।  ୨୦୧୪ ମେ’ ୭ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା ଆଇପିଏଲ୍ ଟି-ଟ୍ୱେଣ୍ଟି ମ୍ୟାଚ୍। ସାମ୍ନାସାମ୍ନି ହୋଇଥିଲେ କିଙ୍ଗସ୍ ଇଲେଭେନ୍ ପଞ୍ଜ।ବ ଓ ଚେନ୍ନାଇ ସୁପରକିଙ୍ଗସ୍। ୪୦ ଓଭରରେ ହୋଇଥିଲା ମୋଟ୍ ୪୧୮ ରନ୍। ପୁରା […]

ind-vs-Sa-t-20

ind-vs-Sa-t-20

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 04:15 PM IST

Sports

Latest News

ind-vs-SA-match

କଟକ: ଅକ୍ଟୋବର ୫ ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି ଇଣ୍ଟରନ୍ୟାସନାଲ୍ ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ଓସିଏ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଦର୍ଶକ ବି ମ୍ୟାଚକୁ ନେଇ ଉତ୍ସାହିତ।  ୨୦୧୪ ମେ’ ୭ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା ଆଇପିଏଲ୍ ଟି-ଟ୍ୱେଣ୍ଟି ମ୍ୟାଚ୍। ସାମ୍ନାସାମ୍ନି ହୋଇଥିଲେ କିଙ୍ଗସ୍ ଇଲେଭେନ୍ ପଞ୍ଜ।ବ ଓ ଚେନ୍ନାଇ ସୁପରକିଙ୍ଗସ୍। ୪୦ ଓଭରରେ ହୋଇଥିଲା ମୋଟ୍ ୪୧୮ ରନ୍। ପୁରା ମ୍ୟାଚରେ ବର୍ଷିଥିଲା ୧୨ଟି ଛକା ଓ ୧୭ଟି ଚୌକା। ପୂର୍ବରୁ କମ୍ ରନ ସ୍କୋର ହେଉଥିବା ବାରବାଟୀ ମ୍ୟାଚରେ ହାଇସ୍କୋରକୁ  ନେଇ ବେଶ୍ ମଜା ଉଠେଇଥିଲେ ଦର୍ଶକ। ତେବେ ପ୍ରଥମଥର ପାଇଁ ଅକ୍ଟୋବର ୫ରେ ବାରବାଟୀରେ ଖେଳାଯିବ ଇଣ୍ଟରନ୍ୟାସନାଲ୍ ଟି-୨୦ ମ୍ୟାଚ୍। ସାମ୍ନାସାମ୍ନି ହେଉଛନ୍ତି ସର୍ଟକର୍ଟ କ୍ରିକେଟର ଦୁଇ ପାୱାର ହାଉସ୍ ଭାରତ ଓ ଦକ୍ଷିଣ ଆଫ୍ରିକା। ଏକ ହାଇସ୍କୋରିଂ ଓ ରୋମାଞ୍ଚକର ମ୍ୟାଚ୍ ଅପେକ୍ଷାରେ କ୍ରିକେଟପ୍ରେମୀ। ସେପଟେ ମ୍ୟାଚ୍ ପାଇଁ ପିଚ୍ ବି ପ୍ରସ୍ତୁତ। ବଡସ୍କୋର ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଆଉଟ୍ ଫିଲଡକୁ ଫାଷ୍ଟ୍ କରିବା ପାଇଁ ମଧ୍ୟ ପ୍ରୟାସ ମଧ୍ୟ ହୋଇଛି। ସେପଟେ ମ୍ୟାଚରେ କାହାର ପଲ୍ଲା ଭାରି ରହିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏବେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୫ର ମହାମୁକାବିଲାକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos