ୱାର୍ଣ୍ଣରଙ୍କ ଲଢୁଆ ୭୦ *, ସନରାଇଜର୍ସ ୧୫୦/୪

ଚଣ୍ଡିଗଡ଼: ଡେଭିଡ୍ ୱାର୍ଣ୍ଣରଙ୍କ ଲଢୁଆ ଇନିଂସ୍ ସତ୍ତେ୍ୱ ସନରାଇଜର୍ସ ହାଇଦ୍ରାବାଦ ସୋମବାର ଖେଳାଯାଇଥିବା କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୫୦ ରନ୍ କରିଛି। ୱାର୍ଣ୍ଣର ସର୍ବାଧିକ ୭୦* (୬୨ ବଲ, ୬ ଚୌକା, ୧ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ପଞ୍ଜାବକୁ ନିର୍ଦ୍ଧାରିତ ଓଭରରେ ୧୫୧ ରନ୍ କରିବାକୁ ପଡ଼ିବ। […]

ipl22

Ranjit Kumar Jena
  • Published: Monday, 08 April 2019
  • , Updated: 08 April 2019, 09:54 PM IST

ଚଣ୍ଡିଗଡ଼: ଡେଭିଡ୍ ୱାର୍ଣ୍ଣରଙ୍କ ଲଢୁଆ ଇନିଂସ୍ ସତ୍ତେ୍ୱ ସନରାଇଜର୍ସ ହାଇଦ୍ରାବାଦ ସୋମବାର ଖେଳାଯାଇଥିବା କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୫୦ ରନ୍ କରିଛି।

ୱାର୍ଣ୍ଣର ସର୍ବାଧିକ ୭୦* (୬୨ ବଲ, ୬ ଚୌକା, ୧ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ଏହି ମ୍ୟାଚକୁ ଜିତିବା ପାଇଁ ପଞ୍ଜାବକୁ ନିର୍ଦ୍ଧାରିତ ଓଭରରେ ୧୫୧ ରନ୍ କରିବାକୁ ପଡ଼ିବ।

ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏସନ୍ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଦ୍ୱିତୀୟ ଓଭରରେ ଝଟକା ଲାଗିଥିଲା। ଇନଫର୍ମ ଓପ୍ନର ଜନ୍ନି ବେୟାରଷ୍ଟୋ ୧ ରନ୍ କରି ମୁଜୀବ-ଉର-ରେହମାନଙ୍କ ଶିକାର ହୋଇଥିଲେ।

ଏହା ପରେ ୱାର୍ଣ୍ଣର ଓ ବିଜୟ ଶଙ୍କର ଦ୍ୱିତୀୟ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ। ଶଙ୍କର ୨୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମହମ୍ମଦ ନବି (୧୨) ରନଆଉଟ୍ ହୋଇଥିଲେ। ତେବେ ଗୋଟିଏ ପଟେ ୱାର୍ଣ୍ଣର ପିଚର ଆବଶ୍ୟକ ଅନୁଯାୟୀ ରନ୍ କରି ହାଇଦ୍ରାବାଦକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ଶେଷଭାଗରେ ଦୀପକ ହୁଡା ମାତ୍ର ୩ ବଲରେ ୨ ଚୌକା ଓ ୧ ଛକା ସହ ୧୪ ରନ୍ କରି ଅପରାଜିତ ଥିବା ବେଳେ ମନିଷ ପାଣ୍ଡେ ୧୯ ରନ୍ କରି ଆଉଟ୍ ହୋଇଥିଲେ। ପଞ୍ଜାବ ପକ୍ଷରୁ ମୁଜୀବ, ମହମ୍ମଦ ଶାମି ଓ ଅଶ୍ୱିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story