ଚେନ୍ନାୟାନ୍‌ ଏଫ୍‌ସି ସହ ଚୁକ୍ତି କଲେ ସୁସି ଓ ପାଲୁସୋ

ଚେନ୍ନାଇ: ଆଇଏସ୍‌ଏଲ୍‌ ଚାମ୍ପିଅନ୍‌ ହୋଇଥିବା ଚେନ୍ନାୟାନ୍‌ ଏଫ୍‌ସି ସହ ଚୁକ୍ତିଭୁକ୍ତ ହୋଇଛନ୍ତି ଇଟାଲିର ଫରୱାଡ ଦିଭିଦେ ସୁସି ଓ ମୌରିଜିଓ ପେଲୁସୋ। ପରବର୍ତ୍ତୀ ସଂସ୍କରଣ ପୂର୍ବରୁ ଏହି ଦଳ ସହ ଚୁକ୍ତି କରିଛନ୍ତି ଇଟାଲିର ଏ ଦୁଇ ଅଭିଜ୍ଞ ଖେଳାଳି।

ଇଟାଲିଆନ୍‌ ସିରି ବି ଆଉଟ୍‌ଫିଟ୍‌ ‘ସେସେନା’ ସହ ଚୁକ୍ତି ଶେଷ ହେବା ପରେ ଇଟାଲିର ଫରୱାଡ ଦିଭିଦେ ସୁସି ଚୁକ୍ତିଭୁକ୍ତ ହୋଇଥିବା ବେଳେ ଇଟାଲିର ସିରି ଡି କ୍ଲବ୍‌ ଆଲ୍ଟୋଭିସେଣ୍ଟିନୋ ଦଳ ଛାଡି ଆଜି ୩୧ ବର୍ଷୀୟ ପେଲୁସୋ ଚୁକ୍ତିଭୁକ୍ତ ହୋଇଛନ୍ତି।

ଚେନ୍ନାୟାନ୍‌ ଦଳରେ ଯୋଗ ଦେଇ ଉଭୟ ଖେଳାଳି ଖୁସିବ୍ୟକ୍ତ କରିଛନ୍ତି। ଦଳକୁ ଶୀର୍ଷକୁ ନେବାକୁ ପ୍ରୟାସ କରିବେ ବୋଲି ଦୁହେଁ କହିଛନ୍ତି।

ଚେନ୍ନାୟାନ ମ୍ୟାନେଜର ମାର୍କୋ ମେଟେରାଜ୍ କହିଛନ୍ତି,“ସୁସିଙ୍କ ଶ୍ରେଣୀ ଓ ଅଭିଜ୍ଞତା ଏବଂ ପେଲୁସୋଙ୍କ ଗୁଣବତ୍ତା ଓ ଚଞ୍ଚଳତା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଶା କରୁଛି ଏମାନେ ଦଳକୁ ପୁଣି ଥରେ ଚାମ୍ପିଅନ୍‌ କରିବେ।”

ଆହୁରି ପଢ଼ନ୍ତୁ

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା

‘ଟିମ୍ ଇଣ୍ଡିଆ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସୌରଭ ଗାଙ୍ଗୁଲି’

ବିସିସିଆଇ ଓ ଚୀନ୍ କମ୍ପାନୀ ଭିଭୋ ସହିତ ଚୁକ୍ତି ବାତିଲ୍ ହେବ କି?