ରାଜକୋଟ: କରୋନା ଭାଇରସ୍ ମହାମାରୀ କାରଣରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ମ୍ୟାଚର ପଞ୍ଚମ ତଥା ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀ ପରେ ବିସିସିଆଇ ଗୁରୁବାର ଏହି ଘୋଷଣା କରିଛି।
ବିସିସିଆଇର ଜେନେରାଲ୍ ମ୍ୟାନେଜର୍ ସବା କରିମ୍ କହିଛନ୍ତି, ଅନ୍ତିମ ଦିବସରେ ଦର୍ଶକଙ୍କୁ ଷ୍ଟାଡିୟମ ଆସିବା ପାଇଁ ଅନୁମତି ମିଳିବ ନାହିଁ । କେବଳ ଖେଳାଳି, ମ୍ୟାଚ୍ ଅଫିସିଆଲ୍ସ ଏବଂ ମିଡିଆକୁ ହିଁ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ମିଳିବ।
ସୂଚନାଯୋଗ୍ୟ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ସବୁ କ୍ରୀଡ଼ା ମହାସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଟୁର୍ଣ୍ଣାମେଣ୍ଟରେ ଯେପରି ଦର୍ଶକଙ୍କ ଜନଗହଳି ଦେଖିବାକୁ ନମିଳେ। ଏପରିକି ସବୁ ମ୍ୟାଚ୍ ଗୁଡ଼ିକୁ ବନ୍ଦ କବାଟ ଅର୍ଥାତ୍ ବିନା ଦର୍ଶକରେ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଜିତ କୁମାରଙ୍କ ଭୟଙ୍କର କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ଦୁବାଇ ଗ୍ରାଣ୍ଡ ଫିକ୍ସରେ ଅଭ୍ୟାସ ବେଳେ ନିୟନ୍ତ୍ରଣ ହରାଇ ରେସିଂ ଟ୍ରାକ୍ କଡ଼ରେ ଥିବା କାନ୍ଥରେ ପିଟି ହୋଇଥିଲା ଅଜିତଙ୍କ କାର। ଦୁର୍ଘଟଣାରେ ଅଭିନେତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।
National
ବ୍ରିଜ ଉପରୁ ୩୧ଟି କୁକୁରଙ୍କୁ ଫୋପାଡ଼ି ଦେଲେ
ଗୋଟିଏ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏନେଇ ପୁଲିସ୍ରେ ଅଭିଯୋଗ କରାଯାଇଛି। ସେମାନଙ୍କ କହିବା କଥା ଯେ ଜାନୁଆରୀ ୪ ତାରିଖରେ ଇଡୁମୈଲାରାମ ଗାଁ ନିକଟ ବ୍ରିଜରେ ପୂରା ଘଟଣା ଘଟିଛି।
National
ସଲମାନ୍ ଖାନଙ୍କ ଘରେ ଲାଗିଲା ବୁଲେଟ୍ ପ୍ରୁଫ୍ ଗ୍ଲାସ୍
ସଲମାନଙ୍କ ଘର ସମ୍ମୁଖରେ ପୁଣିଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ବାନ୍ଦ୍ରାସ୍ଥିତ ଘରେ ଏଥର ଜନ୍ମଦିନ ପାଳନ କରିନଥିଲେ ସଲମାନ।
National
ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ
୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ଏହାର ୪ ବର୍ଷ ପରେ କେନ୍ଦ୍ର ସରକାର ପ୍ରଣବ ଦା’ଙ୍କ ସ୍ମାରକୀ ପାଇଁ ଜମି ଦେଇଛନ୍ତି।