ଦିବା-ରାତ୍ର ଟେଷ୍ଟ ନେଇ ଇସିବି ଓ ସିଏ ସହ ଆଲୋଚନା କରିବ ବିସିସିଆଇ

ନୂଆଦିଲ୍ଲୀ: ଦିବା-ରାତ୍ର ଟେଷ୍ଟ ନେଇ ଭାରତର ଅନୁରୋଧକୁ ନ୍ୟୁଜିଲାଣ୍ଡ ମନା କରିବା ପରେ ବିସିସିଆଇ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ସହ ଆଲୋଚନା କରିବାକୁ ସ୍ଥିର କରିଛି। ଆସନ୍ତା ବର୍ଷ ଭାରତୀୟ ଟିମ୍‌ର ଏହି ଦୁଇ ଦେଶ ଗସ୍ତ ବେଳେ ଆଲୋଚନା କରାଯିବ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଗୋଲାପୀ ବଲ୍‌ରେ ଭାରତରେ ଦିବାରାତ୍ର ମ୍ୟାଚ୍‌ ଖେଳିବା ନେଇ ନ୍ୟୁଜିଲାଣ୍ଡ ଆଗ୍ରହ ପ୍ରକାଶ କରିନାହିଁ। ତେଣୁ ବିସିସିଆଇ ଇସିବି ଓ ସିଏ ସହ ଏନେଇ ଆଲୋଚନା କରିବ। ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିଥିଲା। କିନ୍ତୁ ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ଓ ବୋଲିଂରେ ଲୟ ପାଇ ନ ଥିଲା। ଏହି ଦୃଷ୍ଟିକୋଣରୁ ଦଳ ମନା କରି ଥାଇପାରେ।”

ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗାର୍ଡନ୍‌ କିମ୍ବା ମୁମ୍ବାଇର ୱେଙ୍ଖଡେ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା