ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ଓ ଦିନିକିଆ ମ୍ୟାଚରେ ଦର୍ଶକଙ୍କର ଯେଉଁଭଳି ଉତ୍ସାହ ଦେଖିବାକୁ ମିଳେ ଟେଷ୍ଟ ମ୍ୟାଚ୍ରେ କିନ୍ତୁ ସେଭଳି କିଛି ପରିଲିଖିତ ହୁଏନି। ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ଖେଳାଗଲେ କ’ଣ ଦର୍ଶକ ଟେଷ୍ଟ ମ୍ୟାଚ୍ ପ୍ରତି ଅଧିକ ଆକୃଷ୍ଟ ହେବେ। ଏଭଳି ମତ ପ୍ରକାଶ କରିଛନ୍ତି ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଏହି ପୂର୍ବତନ ଅଧିନାୟକ ନୂଆଦିଲ୍ଲୀରେ ବିସିସିଆଇର ଏକ ବୌଠକରେ ଭାଗନେଇ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ସପକ୍ଷରେ କହିଛନ୍ତି। କେବଳ ଗାଙ୍ଗୁଲ ଏକା ନୁହଁନ୍ତି ଅନ୍ୟ କିଛି ଆସୋସିଏସନ ମଧ୍ୟ ଏହା ଚାହିଁଛନ୍ତି।
ଅନ୍ୟପଟେ ଦେଶରେ ଏମିତି ଅନେକ ଆସୋସିଏସନ ଅଛି ଯେଉଁମାନେ ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଇଛାପ୍ରକଟ କରୁନାହାଁନ୍ତି। ଏହାର କାରଣ ହେଉଛି ଟେଷ୍ଟ ମ୍ୟାଚ୍ ପାଇଁ ଦର୍ଶକଙ୍କ ଉତ୍ସାହ ସେତେଟା ଆଉ ନାହିଁ। ତେଣୁ ଷ୍ଟାଡିୟମକୁ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଲୋକେ ଆସିବାକୁ ନାପସନ୍ଦ କରୁଛନ୍ତି। ଫଳରେ ଆସୋସିଏସନକୁ ରାଜସ୍ୱ ମିଳୁନାହିଁ।
ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ନିକଟରେ ଶ୍ରୀଲଙ୍କା-ଭାରତ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଦର୍ଶକଙ୍କ ସଂଖ୍ୟା କମ ଥିବାରୁ ରାଜସ୍ୱ ବହୁ କମ ମିଳିଛି। କୋଲକାତା ଟେଷ୍ଟରେ ୪୨ ଲକ୍ଷ ଟଙ୍କା ରାଜସ୍ୱ ଆସିଥିବା ବେଳେ ନାଗପୁର ଟେଷ୍ଟରେ ୪୯ ଲକ୍ଷ ଟଙ୍କା ରାଜସ୍ୱ ଆସିଥିଲା। ଦିଲ୍ଲୀରେ ଖେଳାଯାଇଥିବା ଟେଷ୍ଟରେ ପରିସ୍ଥିତି ସାମନ୍ୟ ଭଲ ଥିଲା। ଫଳରେ କୋଟ୍ଲା ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଏକ କୋଟି ଟଙ୍କା ରାଜସ୍ୱ ଆସିଥିଲା।
ଏହାର ତୁଳନାରେ ଦିନିକିଆ ଓ ଟି-ଟ୍ୱେଣ୍ଟିରେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଗୋଟିଏ ଦିନରେ ୪ ରୁ ୬ କୋଟି ଟଙ୍କା ରାଜସ୍ୱ ଆସିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।