ବିରାଟଙ୍କ ନାଁରେ ହେବ ଏହି ଷ୍ଟାଡିୟମର ଏକ ଷ୍ଟାଣ୍ଡ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଦିଲ୍ଲୀ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ବଡ଼ ସମ୍ମାନ ପ୍ରଦାନ କରିଛି। ଏବେ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ଏକ ଷ୍ଟାଣ୍ଡର ନାମକରଣ କୋହଲିଙ୍କ ସମ୍ମାନରେ କରାଯିବ। ଏହି ନିଷ୍ପତ୍ତି ରବିବାର ଡିଡିସିଏ ନେଇଛି। ଡିଡିସିଏ ପକ୍ଷରୁ କୁହାଯାଇଛି ଯେ, କୋହଲିଙ୍କ ଉପଲବ୍ଧିକୁ ଦୃଷ୍ଟିରେ ରଖି ଫିରୋଜ ଶାହ କୋଟଲା ଷ୍ଟାଡିୟମର ଏକ ଷ୍ଟାଣ୍ଡ ତାଙ୍କ ନାଁରେ କରାଯିବ। ଏହାସହ ୧୨ ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆକୁ […]

kohli1

kohli1

Ranjit Kumar Jena
  • Published: Sunday, 18 August 2019
  • Updated: 18 August 2019, 07:04 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଦିଲ୍ଲୀ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ବଡ଼ ସମ୍ମାନ ପ୍ରଦାନ କରିଛି। ଏବେ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ଏକ ଷ୍ଟାଣ୍ଡର ନାମକରଣ କୋହଲିଙ୍କ ସମ୍ମାନରେ କରାଯିବ। ଏହି ନିଷ୍ପତ୍ତି ରବିବାର ଡିଡିସିଏ ନେଇଛି। ଡିଡିସିଏ ପକ୍ଷରୁ କୁହାଯାଇଛି ଯେ, କୋହଲିଙ୍କ ଉପଲବ୍ଧିକୁ ଦୃଷ୍ଟିରେ ରଖି ଫିରୋଜ ଶାହ କୋଟଲା ଷ୍ଟାଡିୟମର ଏକ ଷ୍ଟାଣ୍ଡ ତାଙ୍କ ନାଁରେ କରାଯିବ। ଏହାସହ ୧୨ ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆକୁ ମଧ୍ୟ ସମ୍ମାନିତ କରାଯିବ।

ତେବେ ବଡ଼ କଥା ହେଉଛି, ଆଜି ଦିନରେ ହିଁ ଅର୍ଥାତ୍ ୧୧ ବର୍ଷ ତଳେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏହିପରି ଭାବେ ନିଜ ଘରୋଇ ଟିମର ବୋର୍ଡ ତରଫରୁ ତାଙ୍କୁ ଏହି ଆକର୍ଷଣୀୟ ଉପହାର ଦିଆଯାଇଛି।

ଡିଡିସିଏର ଅଧ୍ୟକ୍ଷ ରଜତ ଶର୍ମା କହିଛନ୍ତି, "ବିରାଟ୍ ବିଶ୍ୱ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରି ଡିଡିସିଏକୁ ଗୌରବାନ୍ୱିତ କରିଛନ୍ତି। ଏକାଧିକ ବିଶ୍ୱ କୀର୍ତ୍ତିମାନ ଏବଂ କ୍ୟାପଟେନ୍ ଭାବେ ଅତୁଟ ରେକର୍ଡ କରିଥିବା ବିରାଟଙ୍କୁ ସମ୍ମାନିତ କରିବା ନେଇ ଆମେ ବହୁତ ଖୁସି। ଏହି ସବୁ ସ୍ମୃତିକୁ ସତେଜ କରିବା ପାଇଁ ଡିଡିସିଏ ତାଙ୍କ ନାଁରେ ଏକ ଷ୍ଟାଣ୍ଡ୍ ସମର୍ପିତ କରିବାକୁ ଚାହୁଁଛି। ଦିଲ୍ଲୀର ଯୁବ କ୍ରିକେଟରମାନେ ବିରାଟ୍ କୋହଲି ଷ୍ଟାଣ୍ଡରୁ ପ୍ରେରଣା ପାଇବେ ବୋଲି ଆଶା କରୁଛି।"

ରଜତ ଆହୁରି କହିଛନ୍ତି, "ଟିମ୍ ଇଣ୍ଡିଆର ନେତୃତ୍ୱ କେବଳ ଜଣେ ଦିଲ୍ଲୀ ଖେଳାଳି କରୁନାହନ୍ତି, ବରଂ ଟିମରେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍, ଜଣେ ୱିକେଟକିପର ଏବଂ ଜଣେ ପେସ୍ ବୋଲର୍ ମଧ୍ୟ ଡିଡିସିଏରୁ ଅଛନ୍ତି। ପୂରା ଭାରତୀୟ ଟିମ୍ ଏବଂ କୋଚ୍ ରବି ଶାସ୍ତ୍ରୀଙ୍କୁ ସମ୍ମାନିତ କରିବା ଡିଡିସିଏ ପାଇଁ ବଡ଼ ସମ୍ମାନର କଥା।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos