ଦେବାଶିଷ ମହାନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଚୟନକର୍ତ୍ତା

ନୂଆଦିଲ୍ଲୀ: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ତଥା ଓଡ଼ିଶାର ପୂର୍ବତନ ପେସ୍ ବୋଲର ଦେବାଶିଷ ମହାନ୍ତି ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଅହମ୍ମଦାବାଦରେ ଆଜି ବିସିସିଆଇ ଏଜିମେରେ ଏହି ବଡ଼ ଘୋଷଣା କରାଯାଇଛି। ସେହିପରି ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଭାରତର ପୂର୍ବତନ ପେସ୍ ବୋଲର ଚେତନ ଶର୍ମା। ଭାରତର ଅନ୍ୟତମ ପୂର୍ବତନ ପେସର ଆବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟି ପ୍ୟାନେଲରେ ନିଯୁକ୍ତି ପାଇଛନ୍ତି। […]

ebasish

ebasish

Ranjit Kumar Jena
  • Published: Thursday, 24 December 2020
  • Updated: 24 December 2020, 09:25 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ତଥା ଓଡ଼ିଶାର ପୂର୍ବତନ ପେସ୍ ବୋଲର ଦେବାଶିଷ ମହାନ୍ତି ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଅହମ୍ମଦାବାଦରେ ଆଜି ବିସିସିଆଇ ଏଜିମେରେ ଏହି ବଡ଼ ଘୋଷଣା କରାଯାଇଛି। ସେହିପରି ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଭାରତର ପୂର୍ବତନ ପେସ୍ ବୋଲର ଚେତନ ଶର୍ମା।

ଭାରତର ଅନ୍ୟତମ ପୂର୍ବତନ ପେସର ଆବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟି ପ୍ୟାନେଲରେ ନିଯୁକ୍ତି ପାଇଛନ୍ତି। ପୂର୍ବତନ ପେସ୍ ବୋଲର ମଦଲ ଲାଲଙ୍କ ନେତୃତ୍ୱାଧୀନ ବିସିସିଆଇ କ୍ରିକେଟ୍ କମିଟି (ସିଏସି) ଏହି ନିଯୁକ୍ତି କରିଛି। ମଦନ ଲାଲଙ୍କ ବ୍ୟତୀତ କମିଟିରେ ଆରପି ସିଂହ ଓ ସୁଲକ୍ଷଣା ନାଏକ ଅଛନ୍ତି।

ବିସିସିଆଇ ଚୟନ କମିଟି ପାଇଁ ଦେବାଶିଷ ଆବେଦନ କରିଥିଲେ। ଦେବାଶିଷଙ୍କ ବ୍ୟତୀତ ଶିବସୁନ୍ଦର ଦାସ ମଧ୍ୟ ଚୟନ କମିଟି ସଦସ୍ୟ ପଦବୀ ପାଇଁ ଆବେଦନ କରିଥିଲେ। କିନ୍ତୁ ଭାରତ ପକ୍ଷରୁ ବିଶ୍ୱକପ୍ ଖେଳିଥିବା ଦେବାଶିଷଙ୍କ ଉପରେ ଅଧିକ ଭରସା ଦେଖାଇଛି ବିସିସିଆଇ ସିଏସି। ଦେବାଶିଷ ମଧ୍ୟ ଜୁନିୟର ଚୟନ କମିଟି ପ୍ୟାନେଲରେ ମଧ୍ୟ ରହିଆସିଛନ୍ତି। ଦେବାଶିଷଙ୍କ ପାଖରେ ୪୫ ଦିନିକିଆ ଓ ୨ଟି ଟେଷ୍ଟ ଖେଳିବାର ଅଭିଜ୍ଞତା ରହିଛି। ସେ ଦିନିକିଆରେ ୫୭ ଏବଂ ଟେଷ୍ଟରେ ୪ଟି ୱିକେଟ୍ ନେଇଛନ୍ତି।

ସେହିପରି ଚୟନ କମିଟି ଅଧ୍ୟକ୍ଷ ହୋଇଥିବା ଚେତନ ଶର୍ମା ଭାରତ ପକ୍ଷରୁ ୨୩ ଟେଷ୍ଟ ୬୫ ଦିନିକିଆ ଖେଳିଛନ୍ତି। ସେ ଜାତୀୟ ପୁରୁଷ ଦଳର ଚୟନକର୍ତ୍ତା ଅଧ୍ୟକ୍ଷ ଥିବା ସୁନୀଲ ଯୋଶୀଙ୍କ ସ୍ଥାନ ନେବେ। ସୁନୀଲ ଯୋଶୀଙ୍କ ସହ ହରବିନ୍ଦର ସିଂହ ଚୟନ କମିଟିର ସଦସ୍ୟ ରହିବେ।

ପୂର୍ବତନ ପେସ୍ ବୋଲର ଅଜିତ୍ ଅଗରକର, ନୟନ ମୋଙ୍ଗିଆ ଓ ଆବେ କୁରୁଭିଲ୍ଲା ୱେଷ୍ଟ ଜୋନ୍ ଚୟନ କମିଟି ପାଇଁ ଆବେଦନ କରିଥିଲେ। ସେହିପରି ଚେତନ ଶର୍ମାଙ୍କ ସହ ମନିନ୍ଦର ସିଂହ, ବିଜୟ ଦାହିୟା, ଅଜୟ ରାତ୍ରା ଓ ନିଖିଲ ଚୋପ୍ରା ନର୍ଥ ଜୋନ୍ ଏବଂ ଇଷ୍ଟଜୋନ୍ ପାଇଁ ଦେବାଶିଷ ଓ ଶିବସୁନ୍ଦରଙ୍କ ବ୍ୟତୀତ ରାଣାଦେବ ବୋଷ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos