'ମୋ ହାତରେ କିଛି ନାହିଁ, ପରଫର୍ମ କର ଚାନ୍ସ ନିଅ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ପୂର୍ବତନ କ୍ରିକେଟର ତଥା ଓଡ଼ିଶାର ଗୌରବ କୁହାଯାଉଥିବା ଦେବାଶିଷ ମହାନ୍ତି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଚୟନକମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ନିଯୁକ୍ତ ଖବର ମିଳିବା ପରେ ରାଜ୍ୟ କ୍ରିକେଟରେ ଖୁସିର ଲହରି ଖେଳିଯାଇଛି। ନିଯୁକ୍ତି ପାଇବାର ଦିନକ ପରେ ଦେବାଶିଷ ଆଜି ପ୍ରେସ୍ ମିଟ୍ କରିଛନ୍ତି। ଜାତୀୟ ଦଳର ଚୟନକର୍ତ୍ତା ହେବା ନେଇ ଖୁସି ପ୍ରକାଶ କରିଛନ୍ତି ଦେବାଶିଷ। ଦେବାଶିଷ ଏଥିପାଇଁ ବିସିସିଆଇ, କ୍ରିକେଟ୍‌ ଆଡଭାଇଜରୀ […]

debasish

debasish

Ranjit Kumar Jena
  • Published: Friday, 25 December 2020
  • Updated: 25 December 2020, 07:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ପୂର୍ବତନ କ୍ରିକେଟର ତଥା ଓଡ଼ିଶାର ଗୌରବ କୁହାଯାଉଥିବା ଦେବାଶିଷ ମହାନ୍ତି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଚୟନକମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ନିଯୁକ୍ତ ଖବର ମିଳିବା ପରେ ରାଜ୍ୟ କ୍ରିକେଟରେ ଖୁସିର ଲହରି ଖେଳିଯାଇଛି। ନିଯୁକ୍ତି ପାଇବାର ଦିନକ ପରେ ଦେବାଶିଷ ଆଜି ପ୍ରେସ୍ ମିଟ୍ କରିଛନ୍ତି।

ଜାତୀୟ ଦଳର ଚୟନକର୍ତ୍ତା ହେବା ନେଇ ଖୁସି ପ୍ରକାଶ କରିଛନ୍ତି ଦେବାଶିଷ। ଦେବାଶିଷ ଏଥିପାଇଁ ବିସିସିଆଇ, କ୍ରିକେଟ୍‌ ଆଡଭାଇଜରୀ କମିଟି (CAC) ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)କୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷକରି ସେ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଧନ୍ୟବାଦ ଦେଇଛନ୍ତି। ଦେବାଶିଷଙ୍କ ଚୟନ କମିଟି ସଦସ୍ୟ ହେବା ପରେ ଏବେ ଓଡ଼ିଆ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ମିଳିବାର ଆଶା ମଧ୍ୟ ଉଜ୍ଜୀବିତ ହୋଇଛି।

ଏହାକୁ ନେଇ ଦେବାଶିଷ କହିଛନ୍ତି, ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଦରକାର ପ୍ରଦର୍ଶନ। ମୋ ମାଧ୍ୟମରେ ଜାତୀୟ ଦଳରେ ସ୍ଥାନ ପାଇବା ଚିନ୍ତାଧାରା ଭୁଲ୍। ମୁଁ ଚୟନକମିଟିର ସଦସ୍ୟ ହୋଇଛି ମାନେ ନୁହେଁ ଯେ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ମିଳିବ। ଯଦି ଜଣେ ପ୍ରଦର୍ଶନ କରୁଛି, ତାହେଲେ ଚୟନକର୍ତ୍ତା ନିଶ୍ଚୟ ତାଙ୍କ ଉପରେ ଦୃଷ୍ଟି ପକାଇବେ। ପ୍ରଦର୍ଶନ ବିନା ଟିମରେ ସ୍ଥାନ ପାଇବା କଷ୍ଟକର।

ଏହା ପୂର୍ବରୁ ଦେବାଶିଷ ଜୁନିୟର ଚୟନ କମିଟିରେ ରହିଥିଲେ। କିନ୍ତୁ ସିନିୟର ଚୟନ କମିଟିରେ ତାଙ୍କ ଟାସ୍କ ଆହୁରି କଷ୍ଟକର ହେବ ବୋଲି ଦେବାଶିଷ କହିଛନ୍ତି। ଦେବାଶିଷ କହିଛନ୍ତି, ଜୁନିୟର ଟିମ୍ ଚୟନ ବେଳେ ସେତେଟା ରିସ୍କ ନଥାଏ। କିନ୍ତୁ ସିନିୟର ଟିମ୍ ଚୟନ ବେଳେ ସବୁଆଡ଼ୁ ନଜର ପକାଇବାକୁ ପଡ଼ିବ। ଟିମ୍ ଚୟନ କରିବା ପୂର୍ବରୁ ପ୍ରଥମେ ଦଳର ଆମ୍ବିସନ୍ କ'ଣ, ତାହା ଜାଣିବାକୁ ପଡ଼ିବ। ଏହା ପରେ ହିଁ ଖେଳାଳି ଚୟନ ହେବ।

ଚୟନକର୍ତ୍ତା ଭାବେ ଦେବାଶିଷଙ୍କର ପ୍ରଥମ ଟାସ୍କ କେବେଠାରୁ ଆରମ୍ଭ ହେବ? ସେ ସମ୍ବନ୍ଧରେ ଦେବାଶିଷ କହିଛନ୍ତି, ବର୍ତ୍ତମାନ କୋଭିଡ୍ କଟକଣା ଯୋଗୁ ଫୋନରେ ଯୋଗାଯୋଗ ଚାଲିଛି। ତା'ଛଡ଼ା ଆସନ୍ତାବର୍ଷ ୨ୟ ସପ୍ତାହରେ ସୟଦ ମୁସ୍ତାକ ଅଲି ଟ୍ରଫି ହେବ। ଏହି ଟୁର୍ଣ୍ଣାମେଣ୍ଟ ପ୍ରଦର୍ଶନ ଆଧାରରେ ଆଇପିଏଲ୍ ପାଇଁ ଖେଳାଳି ନିଲାମ ହେବେ। ମୁସ୍ତାକ ଅଲି କିମ୍ବା ଆଇପିଏଲରେ ଭଲ ପ୍ରଦର୍ଶନ କରିଦେଲେ, ଚୟନ ହୋଇପାରିବ ନାହିଁ। ମୋ ମତରେ ରଣଜୀ ଟ୍ରଫିର ପ୍ରଦର୍ଶନ ଉପରେ ଆମେ ଫୋକସ କରିବୁ ବୋଲି ଦେବାଶିଷ କହିଛନ୍ତି।

ସୂଚନାଯୋଗ୍ୟ, ଦେବାଶିଷ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ୱାର୍ଲ୍ଡ କପରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଦେବାଶିଷ ୧୯୯୯ରେ ଇଂଲଣ୍ଡରେ ଆୟୋଜିତ ୱାର୍ଲ୍ଡ କପ୍ ଖେଳିଥିଲେ। ସେ ଏହି ଟୁର୍ଣ୍ଣାମେଣ୍‌ଟରେ ୧୦ଟି ୱିକେଟ୍‌ ନେଇଥିଲେ। ଭାରତ ପକ୍ଷରୁ ଦେବାଶିଷ ୪୫ ଦିନିକିଆ ଖେଳି ୫୭ ଏବଂ ୨ଟି ଟେଷ୍ଟ ଖେଳି ୪ଟି ୱିକେଟ୍ ନେଇଛନ୍ତି। ଦେବାଶିଷ ଏହା ପୂର୍ବରୁ ଓଡ଼ିଶା ରଣଜୀ ଦଳର ମୁଖ୍ୟ କୋଚ୍ ଥିବା ବେଳେ ଜାତୀୟ ଜୁନିୟର ଦଳର ଚୟନକର୍ତ୍ତା ମଧ୍ୟ ରହିସାରିଛନ୍ତି। ତେଣୁ ସିନିୟର ଦଳର ଚୟନକର୍ତ୍ତା ହେବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story