ବକ୍ସିଂ କ୍ୱାର୍ଟରରେ ପୂଜା ରାଣୀ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବକ୍ସରଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ଲଭଲିନା ବୋର୍ଗୋହେନଙ୍କ ପରେ ଏବେ ପୂଜା ରାଣୀ ମଧ୍ୟ କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ପୂଜା ରାଣୀ ମହିଳା ୭୫ କେଜି ମିଡଲୱେଟ୍ ବର୍ଗର ପ୍ରି-କ୍ୱାର୍ଟର୍ ଫାଇନାଲରେ ଆଲଜେରିଆର ଇଚରକ୍ ଚାଏବଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ୩୦ ବର୍ଷୀୟ ଭାରତୀୟ ବକ୍ସର ପୂରା ମ୍ୟାଚରେ ନିଜ ଠାରୁ ୧୦ ବର୍ଷ ସାନ ଜୁନିୟର ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଦବଦବା ବଜାୟ ରଖିଥିଲେ। ଦୁଇଥରର […]

pooja-rani

pooja-rani

Ranjit Kumar Jena
  • Published: Wednesday, 28 July 2021
  • Updated: 28 July 2021, 04:41 PM IST

Sports

Latest News

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବକ୍ସରଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ଲଭଲିନା ବୋର୍ଗୋହେନଙ୍କ ପରେ ଏବେ ପୂଜା ରାଣୀ ମଧ୍ୟ କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ପୂଜା ରାଣୀ ମହିଳା ୭୫ କେଜି ମିଡଲୱେଟ୍ ବର୍ଗର ପ୍ରି-କ୍ୱାର୍ଟର୍ ଫାଇନାଲରେ ଆଲଜେରିଆର ଇଚରକ୍ ଚାଏବଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ୩୦ ବର୍ଷୀୟ ଭାରତୀୟ ବକ୍ସର ପୂରା ମ୍ୟାଚରେ ନିଜ ଠାରୁ ୧୦ ବର୍ଷ ସାନ ଜୁନିୟର ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଦବଦବା ବଜାୟ ରଖିଥିଲେ।

ଦୁଇଥରର ଏସିଆନ୍ ଚାମ୍ପିୟନ୍ ରହିସାରିଥିବା ପୂଜା ପୂରା ମ୍ୟାଚରେ ନିଜର ଦମଦାର ପଞ୍ଚ୍ ଦ୍ୱାରା ନିୟନ୍ତ୍ରଣ ବଜାୟ ରଖିଥିଲେ। ପୂଜା ପ୍ରଥମ ଦୁଇଟି ରାଉଣ୍ଡରେ ଆକ୍ରମଣାତ୍ମକ ଖେଳ ଦ୍ୱାରା ଚାଏବଙ୍କ ଉପରେ ଅଗ୍ରଣୀ ହାସଲ କରି ନେଇଥିଲେ। ଆଲଜେରିଆର ଅନଭିଜ୍ଞ ବକ୍ସର ଭଲ ପ୍ରୟାସ କରିଥିଲେ, କିନ୍ତୁ ପୂଜାଙ୍କ ପଞ୍ଚ୍ ଅଧିକ ସାର୍ପ ଥିଲା, ଯାହା ସିଧାସଳଖ ଚାଏବଙ୍କ ମୁହଁରେ ବାଜୁଥିଲା।

ପ୍ରଥମ ରାଉଣ୍ଡରେ ପୂଜା ୫-୦ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ରାଉଣ୍ଡକୁ ମଧ୍ୟ ସମାନ ବ୍ୟବଧାନରେ ଜିତି ବିଜୟ ଆଡ଼କୁ ଅଗ୍ରସର ହୋଇଥିଲେ। ତୃତୀୟ ରାଉଣ୍ଡରେ ମଧ୍ୟ ରାଣୀ ନିଜର ଆକ୍ରମଣାତ୍ମକ ପଞ୍ଚ୍ ଜାରି ରଖି ଚାଏବଙ୍କୁ ୫-୦ରେ ହରାଇଥିଲେ। ପୂରା ମ୍ୟାଚରେ ଚାଏବ ଗୋଟିଏ ବି ଗେମ୍ ଜିତି ପାରିନଥିଲେ।

ଏହା ପୂର୍ବରୁ ଭାରତର ସବୁଠାରୁ ଅଭିଜ୍ଞ ଖେଳାଳି ଏମସି ମ୍ୟାରୀ କମ୍ ଓ ଲଭଲିନା ମଧ୍ୟ ନିଜର ପ୍ରଥମ ମୁକାବିଲା ଜିତି ସାରିଛନ୍ତି। ଲଭଲିନା ବୋର୍ଗୋହେନ୍ ୬୯ କେଜି ବର୍ଗର ପ୍ରି-କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଲଭଲିନା ଜର୍ମାନୀର ଭେଟେରାନ୍ ବକ୍ସର୍ ନାଡିନ୍ ଆପେଜଙ୍କୁ ୩-୨ ପଏଣ୍ଟରେ ହରାଇଥିଲେ। ସେହିପରି ମ୍ୟାରୀ କମ୍ ପ୍ରି-କ୍ୱାର୍ଟର୍ ଫାଇନାଲରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos