ଶତକୀୟ ପାର୍ଟନରଶିପ୍ ଭାଙ୍ଗିଲେ ଡେବ୍ୟୁଟାଣ୍ଟ ସାଇନି

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ଟେଷ୍ଟର ପ୍ରଥମ ଦିବସରେ ପ୍ରାରମ୍ଭିକ ଝଟକା ପରେ ଅଷ୍ଟ୍ରେଲିଆର ସ୍ଥିତି ସୁଧାରି଼ଛନ୍ତି ଡେବ୍ୟୁଟାଣ୍ଟ ୱିଲ୍ ପୁକୋଭସ୍କି ଓ ମାର୍ନସ୍ ଲାବୁଶେନ୍। ଦୁହେଁ ୨ୟ ୱିକେଟ୍ ପାଇଁ ୧୦୦ ରନର ଭାଗିଦାରୀ କରିଛନ୍ତି। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଛନ୍ତି ଭାରତୀୟ ଡେବ୍ୟୁଟାଣ୍ଟ ନବଦୀପ ସାଇନି। ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ପୁକୋଭସ୍କିଙ୍କୁ ଏଲବିଡବ୍ଲ୍ୟୁ କରିଛନ୍ତି ସାଇନି। ପୁକୋଭସ୍କି ୧୧୦ ବଲରେ ୪ ଚୌକା ସହ […]

saini

Ranjit Kumar Jena
  • Published: Thursday, 07 January 2021
  • , Updated: 07 January 2021, 12:41 PM IST

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ଟେଷ୍ଟର ପ୍ରଥମ ଦିବସରେ ପ୍ରାରମ୍ଭିକ ଝଟକା ପରେ ଅଷ୍ଟ୍ରେଲିଆର ସ୍ଥିତି ସୁଧାରି଼ଛନ୍ତି ଡେବ୍ୟୁଟାଣ୍ଟ ୱିଲ୍ ପୁକୋଭସ୍କି ଓ ମାର୍ନସ୍ ଲାବୁଶେନ୍। ଦୁହେଁ ୨ୟ ୱିକେଟ୍ ପାଇଁ ୧୦୦ ରନର ଭାଗିଦାରୀ କରିଛନ୍ତି। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଛନ୍ତି ଭାରତୀୟ ଡେବ୍ୟୁଟାଣ୍ଟ ନବଦୀପ ସାଇନି।

ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ପୁକୋଭସ୍କିଙ୍କୁ ଏଲବିଡବ୍ଲ୍ୟୁ କରିଛନ୍ତି ସାଇନି। ପୁକୋଭସ୍କି ୧୧୦ ବଲରେ ୪ ଚୌକା ସହ ୬୨ ରନ୍ କରିଛନ୍ତି। ତେବେ ଲାବୁଶେନ୍ ଜବରଦସ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିବା ବେଳେ ତାଙ୍କୁ ସାଥ ଦେଇଛନ୍ତି ଷ୍ଟିଭ୍ ସ୍ମିଥ। ଶେଷ ଖବର ଲେଖା ହେଲା ବେଳକୁ ଅଷ୍ଟ୍ରେଲିଆ ୨ ୱିକେଟ୍ ହରାଇ ୧୪୮ ରନ୍ କରିଛି। ଲାବୁଶେନ୍ ୫୬ ଓ ସ୍ମିଥ୍ ୨୫ ରନ୍‌ରେ ବ୍ୟାଟିଂ କରୁଥିଲେ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। କମବ୍ୟାକ୍ କରିଥିବା ଦଳର ଷ୍ଟାର ଓପ୍ନର ଡେଭିଡ୍ ୱାର୍ଣ୍ଣର ମାତ୍ର ୫ ରନ୍ କରି ମହମ୍ମଜ ସିରାଜଙ୍କ ଶିକାର ହୋଇଥିଲେ।

Related story