ଏସିଆନ୍ ଆର୍ଚେରୀ ଚାମ୍ପିୟନଶିପ୍‌: ଦୀପିକା ଓ ଅଙ୍କିତାଙ୍କୁ ଅଲିମ୍ପିକ୍ ଟିକେଟ୍‌

ଏବ୍ୟାଙ୍ଗକକ୍‌: ଭାରତୀୟ ଷ୍ଟାର୍ ଆର୍ଚର୍ ଦୀପିକା କୁମାରୀ ଏଠାରେ ଚାଲିଥିବା ୨୧ତମ ଏସିଆନ୍ ଆର୍ଚେରୀ ଚାମ୍ପିୟନଶିପର ମହାଦ୍ୱୀପ କ୍ୱାଲିଫିକେଶନର ମହିଳା ରିକର୍ଭ ଇଭେଣ୍ଟରେ ସ୍ୱର୍ଣ୍ଣ ଏବଂ ଅଙ୍କିତ ଭକତ ରୌପ୍ୟ ପଦକ ଜିତି ଭାରତ ପାଇଁ ଅଲିମ୍ପିକ୍ କୋଟା ସୁନିଶ୍ଚିତ କରିଛନ୍ତି। ସସପେଣ୍ଡ କାରଣରୁ ଜାତୀୟ ଧ୍ୱଜା ବିନା ଖେଳୁଥିବା ଭାରତୀୟ ତୀରନ୍ଦାଜ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶେଷକରି ଟପ୍ ସିଡ୍ ଦୀପିକା ଓ ଷଷ୍ଠ ସିଡ୍ ଅଙ୍କିତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ବିଶ୍ୱର ଏକ ନମ୍ବର […]

deepika

deepika

Ranjit Kumar Jena
  • Published: Thursday, 28 November 2019
  • Updated: 28 November 2019, 08:03 PM IST

Sports

Latest News

ଏବ୍ୟାଙ୍ଗକକ୍‌: ଭାରତୀୟ ଷ୍ଟାର୍ ଆର୍ଚର୍ ଦୀପିକା କୁମାରୀ ଏଠାରେ ଚାଲିଥିବା ୨୧ତମ ଏସିଆନ୍ ଆର୍ଚେରୀ ଚାମ୍ପିୟନଶିପର ମହାଦ୍ୱୀପ କ୍ୱାଲିଫିକେଶନର ମହିଳା ରିକର୍ଭ ଇଭେଣ୍ଟରେ ସ୍ୱର୍ଣ୍ଣ ଏବଂ ଅଙ୍କିତ ଭକତ ରୌପ୍ୟ ପଦକ ଜିତି ଭାରତ ପାଇଁ ଅଲିମ୍ପିକ୍ କୋଟା ସୁନିଶ୍ଚିତ କରିଛନ୍ତି। ସସପେଣ୍ଡ କାରଣରୁ ଜାତୀୟ ଧ୍ୱଜା ବିନା ଖେଳୁଥିବା ଭାରତୀୟ ତୀରନ୍ଦାଜ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶେଷକରି ଟପ୍ ସିଡ୍ ଦୀପିକା ଓ ଷଷ୍ଠ ସିଡ୍ ଅଙ୍କିତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା।

ବିଶ୍ୱର ଏକ ନମ୍ବର ଆର୍ଚର ଦୀପିକା ଆରମ୍ଭରୁ ହିଁ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଦୀପିକା ମ୍ୟାଲେସିଆର ନୁର୍ ଆଫିସା ଅବଦୁଲ୍ ହଲିଲଙ୍କୁ ୭-୨, ଇରାନର ଜାହରା ନେମାତିଙ୍କୁ ୬-୪ ଏବଂ ଘରୋଇ ଖେଳାଳି ନାରିସାରା ଖୁନହିରାନଚାୟୋଙ୍କୁ ୬-୨ରେ ହରାଇ ସେମିଫାଇନାଲରେ ପହଞ୍ଚି ଅଲିମ୍ପିକ୍ କୋଟା ହାସଲ କରିଥିଲେ। ସେମିଫାଇନାଲରେ ଦୀପିକା ଗୁୟେତଙ୍କୁ ଏକତରଫା ଭାବେ ୬-୨ ପଏଣ୍ଟରେ ହରାଇ ଫାଇନାଲରେ ସ୍ଥାନ ହାସଲ କରିଥିଲେ। ତେବେ ଫାଇନାଲରେ ଦୀପିକା ନିଜ ଦେଶର ଅଙ୍କିତାଙ୍କୁ ମଧ୍ୟ ୬-୦ରେ ଏକତରଫା ଭାବେ ହରାଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲେ।

ମ୍ୟାଚ୍ ପୂର୍ବରୁ ଦୀପିକା ନିଜ ସାଥୀ ଖେଳାଳି ଅତନୁଙ୍କୁ ୨୮ ଶଟ୍ ମାରିବା ନେଇ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଦୀପିକା ଦୁଇଟି ପରଫେକ୍ଟ ୧୦ ଶଟ୍ ଏବଂ ଗୋଟିଏ ୯ ଶଟ୍ ମାରି ବିଜୟୀ ହୋଇଥିଲେ। ଦୀପିକାଙ୍କ ଫାଇନାଲ୍ ପ୍ରତିଦ୍ୱନ୍ଦ୍ୱୀ ଅଙ୍କିତା ହଂକଂର ଲାମ ଶୁକ୍ ଚିଙ୍ଗ୍ ଆଡାଙ୍କୁ ୭-୧, ଭିଏତନାମର ଗୁୟେନ୍ ଥି ଫୁଅଙ୍ଗଙ୍କୁ ୬-୦, କଜାଖସ୍ତାନର ଆନାସ୍ତାନିଆ ବାନୋଭାଙ୍କୁ ୬-୪ ଏବଂ ଭୂଟାନର କର୍ମାଙ୍କୁ ୬-୨ରେ ହରାଇ ଫାଇନାଲରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos