ଦମ୍ ଦେଖାଇଲେ ଦୀପିକା, ତୃତୀୟ ରାଉଣ୍ଡରେ ପହଞ୍ଚିଲେ

ଟୋକିଓ: ଭାରତର ଷ୍ଟାର୍ ମହିଳା ତୀରନ୍ଦାଜ ଦୀପିକା କୁମାର ଟୋକିଓ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଇଭେଣ୍ଟର ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ବିଶ୍ୱର ଏକ ନମ୍ବର ତୀରନ୍ଦାଜ ଦୀପିକା ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଜେନିଫର୍ ଫର୍ଣ୍ଣାଣ୍ଡିଜଙ୍କୁ ୬-୪ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏହା ପୂର୍ବରୁ ଦୀପିକା ଏଲିମିନେସନ୍ ରାଉଣ୍ଡ-୬୪ରେ ଭୂଟାନର କର୍ମାଙ୍କୁ ୬-୦ରେ ପରାସ୍ତ କରିଥିଲେ। ରାଉଣ୍ଡ-୩୨ର ପ୍ରଥମ ସେଟରେ ଦୀପିକା ୨୫-୨୬ରେ ହାରିଯାଇଥିଲେ। କିନ୍ତୁ ଦ୍ୱିତୀୟ ସେଟରେ ଦୀପିକା ଜବରଦସ୍ତ କମବ୍ୟାକ୍ କରି ଏହାକୁ ୨୮-୨୫ରେ […]

deepika-kumari1

Ranjit Kumar Jena
  • Published: Wednesday, 28 July 2021
  • , Updated: 28 July 2021, 04:13 PM IST

ଟୋକିଓ: ଭାରତର ଷ୍ଟାର୍ ମହିଳା ତୀରନ୍ଦାଜ ଦୀପିକା କୁମାର ଟୋକିଓ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଇଭେଣ୍ଟର ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ବିଶ୍ୱର ଏକ ନମ୍ବର ତୀରନ୍ଦାଜ ଦୀପିକା ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଜେନିଫର୍ ଫର୍ଣ୍ଣାଣ୍ଡିଜଙ୍କୁ ୬-୪ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏହା ପୂର୍ବରୁ ଦୀପିକା ଏଲିମିନେସନ୍ ରାଉଣ୍ଡ-୬୪ରେ ଭୂଟାନର କର୍ମାଙ୍କୁ ୬-୦ରେ ପରାସ୍ତ କରିଥିଲେ।

ରାଉଣ୍ଡ-୩୨ର ପ୍ରଥମ ସେଟରେ ଦୀପିକା ୨୫-୨୬ରେ ହାରିଯାଇଥିଲେ। କିନ୍ତୁ ଦ୍ୱିତୀୟ ସେଟରେ ଦୀପିକା ଜବରଦସ୍ତ କମବ୍ୟାକ୍ କରି ଏହାକୁ ୨୮-୨୫ରେ ଜିତି ମ୍ୟାଚକୁ ୨-୨ରେ ବରାବର କରିଥିଲେ। ଦୀପିକା ଲୟ ବଜାର ରଖି ତୃତୀୟ ସେଟକୁ ୨୭-୨୫ରେ ଜିତି ୪-୨ରେ ଆଗୁଆ ହୋଇଥିଲେ। କିନ୍ତୁ ଚତୁର୍ଥ ସେଟରେ ସେ ହାରିଯାଇଥିଲେ। ଏହି ସେଟକୁ ଆମେରିକୀୟ ଆର୍ଚର୍ ୨୫-୨୪ରେ ଜିତି ମୁକାବିଲାକୁ ୪-୪ରେ ବରାବର କରିଥିଲେ।

ନିର୍ଣ୍ଣାୟକ ତଥା ପଞ୍ଚମ ସେଟରେ ଦୀପିକା ଯଥାକ୍ରମେ ୯, ୯, ୮ ସହ ମୋଟ ୨୬ ସ୍କୋର କରିଥିବା ବେଳେ ଜେନିଫର୍ ୮, ୮, ୯ ସହ ମୋଟ ୨୫ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଏହିପରି ଭାବେ ଦୀପିକା ପଞ୍ଚମ ସେଟକୁ ଜିତି କ୍ୱାର୍ଟରରେ ସ୍ଥାନ ପକ୍କା କରିଛନ୍ତି।

ଏହା ପୂର୍ବରୁ ଦୀପିକା ରାଉଣ୍ଡ-୬୪ରେ ଏକତରଫା ଭାବେ ଭୂଟାନର କର୍ମାଙ୍କୁ ୬-୦ରେ ପରାସ୍ତ କରିଥିଲେ। ପାଞ୍ଚ ସେଟ୍ ବିଶିଷ୍ଟ ମୁକାବିଲାର ପ୍ରଥମ ତିନୋଟି ସେଟରେ ଦୀପିକା ବିଜୟ ହାସଲ କରିନେଇଥିଲେ। ଦୀପିକା ପ୍ରଥମ ସେଟକୁ ୨୬-୨୩ରେ ଜିତି ଥିବା ବେଳେ ଦ୍ୱିତୀୟ ସେଟକୁ ମଧ୍ୟ ୨୬-୨୩ ଏବଂ ତୃତୀୟ ସେଟରେ ୨୭-୨୪ ସ୍କୋର କରିଥିଲେ। ଶୁକ୍ରବାର ଦୀପିକାଙ୍କ କ୍ୱାର୍ଟର୍ ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ।

Related story