ଶୁକ୍ରବାର ଦ୍ୱିତୀୟ କ୍ୱାଲିଫାୟର୍: ଐତିହାସିକ ଫାଇନାଲରୁ ପାଦେ ଦୂରରେ ଦିଲ୍ଲୀ

ବିଶାଖାପଟ୍ଟନମ୍: ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ଜିତି ଦିଲ୍ଲୀ ପ୍ରଥମଥର ଆଇପିଏଲ୍ ଫାଇନାଲରେ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଚେନ୍ନାଇକୁ ହରାଇବା ଦିଲ୍ଲୀ ପକ୍ଷେ ସହଜ ହେବନି। ଲିଗ୍ ପର୍ଯ୍ୟାୟରେ ଚେନ୍ନାଇ ୮୦ ରନରେ ଦିଲ୍ଲୀକୁ ହରାଇ ଶୀର୍ଷ ଦୁଇ ସ୍ଥାନ ହାସଲ କରିବାକୁ ରୋକିଥିଲା। ଏବେ ପୁଣି କ୍ୱାଲିଫାୟରରେ ଦୁଇ ଦଳ […]

ipl q

Hemant Lenka
  • Published: Thursday, 09 May 2019
  • , Updated: 09 May 2019, 08:09 PM IST

ବିଶାଖାପଟ୍ଟନମ୍: ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ଜିତି ଦିଲ୍ଲୀ ପ୍ରଥମଥର ଆଇପିଏଲ୍ ଫାଇନାଲରେ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଚେନ୍ନାଇକୁ ହରାଇବା ଦିଲ୍ଲୀ ପକ୍ଷେ ସହଜ ହେବନି। ଲିଗ୍ ପର୍ଯ୍ୟାୟରେ ଚେନ୍ନାଇ ୮୦ ରନରେ ଦିଲ୍ଲୀକୁ ହରାଇ ଶୀର୍ଷ ଦୁଇ ସ୍ଥାନ ହାସଲ କରିବାକୁ ରୋକିଥିଲା। ଏବେ ପୁଣି କ୍ୱାଲିଫାୟରରେ ଦୁଇ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ବୁଧବାର ଏଲିମିନେଟରର ଅନ୍ତିମ ଓଭରରେ ଦିଲ୍ଲୀକୁ ମିଳିଥିବା ବିଜୟରେ ଋଷଭ ପନ୍ତ ପ୍ରମୁଖ ଭୂମିକା ତୁଲାଇଥିଲେ। ଏହି ବିଜୟ ଦ୍ୱାରା ଦିଲ୍ଲୀର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ପନ୍ତ ଭଲ ପ୍ରଦର୍ଶନ କରିଥିଲେ ହେଁ, ମ୍ୟାଚ୍ ଫିନିଶ୍ କରିପାରିନଥିଲେ ଏବଂ ଏହି କାରଣରୁ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିପାରେ। ଦ୍ୱିତୀୟ କ୍ୱାଲିଫାୟରରେ ଭଲ ପ୍ରଦର୍ଶନ କରି ସେ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଚାହିଁବେ। ଟିମର ଅନ୍ୟଏକ ଯୁବ ଖେଳାଳି ହେଉଛନ୍ତି ପୃଥ୍ୱୀ ଶ', ଯିଏ ଠିକଣା ସମୟରେ ଫର୍ମକୁ ଫେରିଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏଲିମିନେଟର ମୁକାବିଲାରେ ୫୬ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ।

ଦିଲ୍ଲୀର ଏଠାରେ ପୂର୍ବରୁ ଗୋଟିଏ ମ୍ୟାଚ୍ (ଏଲିମିନେଟର) ଖେଳିସାରିଛି। ଏଠାରେ ଦିଲ୍ଲୀ ସନରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟରେ ପରାସ୍ତ କରିଥିଲା। ତେଣୁ ଏଠାକାର ପରିସ୍ଥିତି ସହ ଦିଲ୍ଲୀ ଭଲଭାବେ ଅଭ୍ୟସ୍ତ ହୋଇସାରିଛି। କାଗିସୋ ରବାଡାଙ୍କ ଅନୁପସ୍ଥିତିରେ ଟିମର ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଈଶାନ୍ତ ଶର୍ମା ଭଲ ପ୍ରଦର୍ଶନ କରୁଛନ୍ତି।

ସେମାନଙ୍କୁ କୀମୋ ପଲ୍ ମଧ୍ୟ ଭରଭୂର ସହଯୋଗ କରୁଛନ୍ତି। ଅଭିଜ୍ଞ ସ୍ପିନର୍ ଅମିତ୍ ମିଶ୍ର ପୁଣିଥରେ ଭଲ ବୋଲିଂ କରିଥିଲେ। ଏଠାକାର ପିଚ୍ ସ୍ପିନର ପାଇଁ ନସୁହାଇବା ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ଆଶ୍ୱସ୍ତିକର ବିଷୟ। ଏହା ସତ୍ତ୍ୱେ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କୁ ଚେନ୍ନାଇର ଅଭିଜ୍ଞ ସ୍ପିନର ଇମ୍ରାନ୍ ତାହିର୍ ଓ ହରଭଜନ ସିଂହଙ୍କ ବିପକ୍ଷରେ ସର୍ତକତାର ସହ ଖେଳିବାକୁ ପଡ଼ିବ।

ଅନ୍ୟପକ୍ଷରେ ଚେନ୍ନାଇ ସୁପର କିଙ୍ଗସ୍ ବଡ଼ ମ୍ୟାଚ୍ ଖେଳିବାରେ ମାହିର୍। ବଡ଼ ମ୍ୟାଚକୁ କିପରି ଜିତିବାକୁ ହୁଏ, ତାହା ଚେନ୍ନାଇକୁ ଭଲଭାବେ ଜଣା। ଚେନ୍ନାଇ ତିନିଥର ଟାଇଟଲ୍ ଜିତିବା ସହ ଚାରିଥର ରନର୍ସଅପ୍ ମଧ୍ୟ ରହିଆସିଛି। କ୍ୱାଲିଫାୟରରେ ମହେନ୍ଦ୍ର ସିଂହ ଧୋନିଙ୍କ ଏହି ଟିମ ମୁମ୍ବାଇ ଇଣ୍ଡିଆନ୍ସଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଏହି ପରାଜୟ ଟିମର ଚିନ୍ତା ବଢ଼ାଇ ଦେଇଛି।

ମୁମ୍ବାଇ ବିପକ୍ଷ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଧୋନି ନିଜ ବ୍ୟାଟ୍ସମ୍ୟାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିଛନ୍ତି। ଓପନିଂ ବ୍ୟାଟ୍ସମ୍ୟାନ୍ ଶେନ୍ ୱାଟସନ୍ ଏପ୍ରିଲ୍ ୨୩ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ୫୩ ବଲରେ ୯୬ ରନର ଇନିଂସ୍ ଖେଳିବା ପରେ ସେତେଟା ଭଲ ପ୍ରଦର୍ଶନ କରିନାହାନ୍ତି। ତଥାପି ଧୋନି ତାଙ୍କ ଉପରେ ଆସ୍ଥା ବଜାୟ ରଖିଛନ୍ତି। ମୁମ୍ବାଇ ବିପକ୍ଷ ପରାଜୟ ପରେ ଅଧିନାୟକ ଧୋନି ସ୍ୱୀକାର କରିଥିଲେ ଯେ, ତାଙ୍କ ଟିମର ବ୍ୟାଟ୍ସମ୍ୟାନ୍ ଆଶାନୁରୂପ ପ୍ରଦର୍ଶନ କରିନାହାନ୍ତି। କିନ୍ତୁ ପରବର୍ତ୍ତୀ ମୁକାବିଲାରେ ସେମାନେ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ।

Related story