ଆଉ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେନି ରାହାଣେ!

ନୂଆଦିଲ୍ଲୀ: ଦୀର୍ଘବର୍ଷ ଧରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଆସୁଥିବା ଆଜିଙ୍କ୍ୟ ରାହାଣେ ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିପାରନ୍ତି। ଏ ନେଇ ଦୁଇ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଯଦି ଏହି ଆଲୋଚନା ସଫଳ ହୁଏ, ତାହେଲେ ପରବର୍ତ୍ତୀ ସଂସ୍କରଣରେ ରାହାଣେଙ୍କୁ ଦିଲ୍ଲୀ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ। ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ରାହାଣେଙ୍କୁ ନିଜ ସହ ଯୋଡ଼ିବାକୁ ଚାହୁଁଛି, କିନ୍ତୁ ଏବେ କିଛି ବି କହିବା ଠିକ୍ ହେବନାହିଁ। […]

rahane

rahane

Ranjit Kumar Jena
  • Published: Monday, 12 August 2019
  • Updated: 12 August 2019, 05:20 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘବର୍ଷ ଧରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଆସୁଥିବା ଆଜିଙ୍କ୍ୟ ରାହାଣେ ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିପାରନ୍ତି। ଏ ନେଇ ଦୁଇ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଯଦି ଏହି ଆଲୋଚନା ସଫଳ ହୁଏ, ତାହେଲେ ପରବର୍ତ୍ତୀ ସଂସ୍କରଣରେ ରାହାଣେଙ୍କୁ ଦିଲ୍ଲୀ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ।

ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ରାହାଣେଙ୍କୁ ନିଜ ସହ ଯୋଡ଼ିବାକୁ ଚାହୁଁଛି, କିନ୍ତୁ ଏବେ କିଛି ବି କହିବା ଠିକ୍ ହେବନାହିଁ। ଯେହେତୁ ରାହାଣେ ଦୀର୍ଘଦିନ ଧରି ରାଜସ୍ଥାନ ପକ୍ଷରୁ ଖେଳିଆସୁଛନ୍ତି, ତେଣୁ ଏତେ ଶୀଘ୍ର କିଛି ବି ନିଷ୍ପତ୍ତି ନିଆଯାଇପାରିବ ନାହିଁ। ଯଦି ଉଭୟ ଫ୍ରାଞ୍ଚାଇଜି ମଧ୍ୟରେ ଚୁୁକ୍ତିକୁ ନେଇ ସହମତି ହୁଏ, ତାହେଲେ ଦିଲ୍ଲୀ ଟିମ୍ ପାଇଁ ଏହା ବହୁତ ବଡ଼ ଫାଇଦା ହେବ। କାରଣ ଗତ ସିଜନରେ ଦିଲ୍ଲୀ ତିନିଜଣ ଖେଳାଳିଙ୍କୁ ଦେଇ ସନରାଇଜର୍ସ ହାଇଦ୍ରାବାଦର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ହାସଲ କରିଥିଲା । ଧୱନ୍ ଗତ ସିଜନରେ ୫୨୧ ରନ୍ କରିଥିଲେ। ତାଙ୍କର ଏହି ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ଦିଲ୍ଲୀ ୨୦୧୨ ପରେ ପ୍ରଥମଥର ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରିଥିଲା।

ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଅଧିକାରୀ କହିଛନ୍ତି, ଯଦି ରାହାଣେ ଟିମକୁ ଆସନ୍ତି, ତାହେଲେ ଏହା ଆମ ପାଇଁ ଭଲ ହେବ। ରାହାଣେଙ୍କ ଆସିବା ଦ୍ୱାରା ଟିମକୁ ଏକ ନୂଆ ଶକ୍ତି ମିଳିବ। ରାହାଣେ ୨୦୦୮ ଓ ୨୦୦୯ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ।

୨୦୧୦ରେ ସେ ଆଇପିଏଲରେ ଖେଳିନଥିଲେ ଏବଂ ୨୦୧୧ରେ ରାଜସ୍ଥାନ ସହ ଯୋଡ଼ିହୋଇଥିଲେ। ଏହା ପରେ ରାହାଣେ ଓ ରାଜସ୍ଥାନ ଏକାଠି ରହିଆସିଛନ୍ତି। ମଝିରେ ଦୁଇବର୍ଷ ପାଇଁ ରାଜସ୍ଥାନର ବ୍ୟାନ୍ ଯୋଗୁ ରାହାଣେ ପୁଣେ ପକ୍ଷରୁ ଖେଳିଥିଲେ। ଏହା ପରେ ସେ ପୁଣିଥରେ ରାଜସ୍ଥାନ ଟିମକୁ ଫେରିଥିଲେ। କିନ୍ତୁ ଏବେ ଲାଗୁଛି ଯେ, ସ୍ଥିତି ବଦଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos