ଦିଲ୍ଲୀ ଡେୟାରଡେଭିଲ୍ସର ଭଲ ପ୍ରଦର୍ଶନର ଶ୍ରେୟ ଦ୍ରାବିଡ଼ଙ୍କର

ନୂଆଦିଲ୍ଲୀ: ବିଗତ ବର୍ଷଗୁଡ଼ିକ ଅପେକ୍ଷା ଏ ଥର ଆଇପିଏଲ୍‌ରେ ଏଯାବତ୍ ଭଲ ପ୍ରଦର୍ଶନ କରିଛି ଦିଲ୍ଲୀ ଡେୟାରଡେଭିଲ୍ସ। ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍ ଖେଳିଥିବା ବେଳେ ୩ଟିରେ ବିଜୟୀ ହୋଇଛି ଓ ପଏଣ୍ଟ୍ ତାଲିକାରେ କୋଲକାତା ଓ ଗୁଜରାଟ ପରେ ତୃତୀୟ ସ୍ଥାନରେ ରହିଛି। ଦଳର ଏହି ପ୍ରଦର୍ଶନ ପାଇଁ ମେଣ୍ଟର ରାହୁଲ ଦ୍ରାବିଡ଼ଙ୍କୁ ଶ୍ରେୟ ଦେଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମ୍‌ସନ୍। ସେ କହିଛନ୍ତି,“ଦିଲ୍ଲୀ ଏବେ ଏକ ୟଙ୍ଗ୍ ଓ ଫ୍ରେସ୍ ଟିମ୍। ଆମ […]

dravid

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 04:08 PM IST

ନୂଆଦିଲ୍ଲୀ: ବିଗତ ବର୍ଷଗୁଡ଼ିକ ଅପେକ୍ଷା ଏ ଥର ଆଇପିଏଲ୍‌ରେ ଏଯାବତ୍ ଭଲ ପ୍ରଦର୍ଶନ କରିଛି ଦିଲ୍ଲୀ ଡେୟାରଡେଭିଲ୍ସ। ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍ ଖେଳିଥିବା ବେଳେ ୩ଟିରେ ବିଜୟୀ ହୋଇଛି ଓ ପଏଣ୍ଟ୍ ତାଲିକାରେ କୋଲକାତା ଓ ଗୁଜରାଟ ପରେ ତୃତୀୟ ସ୍ଥାନରେ ରହିଛି। ଦଳର ଏହି ପ୍ରଦର୍ଶନ ପାଇଁ ମେଣ୍ଟର ରାହୁଲ ଦ୍ରାବିଡ଼ଙ୍କୁ ଶ୍ରେୟ ଦେଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମ୍‌ସନ୍।

ସେ କହିଛନ୍ତି,“ଦିଲ୍ଲୀ ଏବେ ଏକ ୟଙ୍ଗ୍ ଓ ଫ୍ରେସ୍ ଟିମ୍। ଆମ ଦଳରେ ଏବେ ଅନେକ ଯୁବ ଖେଳାଳି ଅଛନ୍ତି। ଆଉ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଦଳ ସହିତ ଅଛନ୍ତି ରାହୁଲ ଦ୍ରାବିଡ଼। ସେ ହେଉଛନ୍ତି ସମସ୍ତଙ୍କ ପ୍ରେରଣାର ଉତ୍ସ। ଭଲ ଖେଳିବା ପାଇଁ ସେ ଆମକୁ ପ୍ରୋତ୍ସାହିତ କରୁଛନ୍ତି ଓ ଟିପ୍ସ ଦେଉଛନ୍ତି। ତାଙ୍କ ଅଧୀନରେ ଆମେ ସମସ୍ତେ ଭଲ ଖେଳୁ ଥିବା ଦେଖି ବହୁତ ଖୁସି ଲାଗୁଛି।”

ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ୯ ୱିକେଟ୍‌ରେ ହାରିବା ପରେ ଟୁର୍ଣ୍ଣାମେଣ୍ଟକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି ଦିଲ୍ଲୀ ଡେୟାରଡେଭିଲ୍ସ।

ଆସନ୍ତାକାଲି ଦଳ ତା’ର ପଞ୍ଚମ ମ୍ୟାଚ୍‌ରେ ସୁରେଶ ରାଇନାଙ୍କ ନେତୃତ୍ୱାଧୀନ ଗୁଜରାଟ ଲାୟନ୍ସକୁ ଭେଟିବ। ଏହି ମ୍ୟାଚ୍‌ରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି। କାରଣ ନୂଆ ଟିମ୍ ହେଲେ ବି ଗୁଜରାଟ ଲାୟନ୍ସ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଆସିଛି। ଦଳ ଏଯାବତ ୫ଟି ମ୍ୟାଚ୍‌ରୁ ୪ଟିରେ ଜିତି ୮ ପଏଣ୍ଟ ସହିତ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ

Related story