ଆଇପିଏଲ୍‌-୯: ଆସନ୍ତାକାଲି ଦିଲ୍ଲୀ-ପଞ୍ଜାବ ମୁକାବିଲା

ଦିଲ୍ଲୀ: ଆଇପିଏଲ୍‌ର ନବମ ସଂସ୍କରଣରେ ବଢୁଛି ଉତ୍କଣ୍ଠା। ଆସନ୍ତାକାଲି ଆଇପିଏଲ୍‌ ମହାସମରର ସପ୍ତମ ମ୍ୟାଚ୍‌ ରାତି ୮ଟାରେ ଫିରୋଜଶାହ କୋଟଲାରେ ଖେଳାଯିବ। ଏହି ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ ଡେୟାରଡେଭିଲ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ। ଦେଖିବାକୁ ମିଳିବ ଦେଶୀ (ଜାହିର ଖାନ୍‌)ଓ ବିଦେଶୀ ଅଧିନାୟକ(ଡେଭିଡ୍‌ ମିଲର)ଙ୍କ ନେତୃତ୍ୱରେ ଚୌକା ଓ ଛକାର ବର୍ଷା। ଦୁଇଦଳ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ୍‌ ହାରିଛନ୍ତି। ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ କିଙ୍ଗ୍ସ ଏକାଦଶ ପଞ୍ଜାବ ରହିଥିବା ବେଳେ ସପ୍ତମ […]

DELHI DAREDEVILS VS KINGS XI PUNJAB

Rakesh Mallick
  • Published: Thursday, 14 April 2016
  • , Updated: 15 April 2016, 03:46 AM IST

ଦିଲ୍ଲୀ: ଆଇପିଏଲ୍‌ର ନବମ ସଂସ୍କରଣରେ ବଢୁଛି ଉତ୍କଣ୍ଠା। ଆସନ୍ତାକାଲି ଆଇପିଏଲ୍‌ ମହାସମରର ସପ୍ତମ ମ୍ୟାଚ୍‌ ରାତି ୮ଟାରେ ଫିରୋଜଶାହ କୋଟଲାରେ ଖେଳାଯିବ। ଏହି ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ ଡେୟାରଡେଭିଲ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ। ଦେଖିବାକୁ ମିଳିବ ଦେଶୀ (ଜାହିର ଖାନ୍‌)ଓ ବିଦେଶୀ ଅଧିନାୟକ(ଡେଭିଡ୍‌ ମିଲର)ଙ୍କ ନେତୃତ୍ୱରେ ଚୌକା ଓ ଛକାର ବର୍ଷା।

ଦୁଇଦଳ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ୍‌ ହାରିଛନ୍ତି। ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ କିଙ୍ଗ୍ସ ଏକାଦଶ ପଞ୍ଜାବ ରହିଥିବା ବେଳେ ସପ୍ତମ ସ୍ଥାନରେ ଦିଲ୍ଲୀ ରହିଛି।

ସୋମବାର ମୋହାଲିରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୫ ୱିକେଟ୍‌ରେ ହରାଇଥିଲା ଗୁଜରାଟ ଲାଇୟନ୍ସ। ସେହିପରି ରବିବାର ଦିନ କୋଲକାତାରେ ଦିଲ୍ଲୀକୁ ୯ ୱିକେଟରେ ହରାଥିଲା କୋଲକାତା ନାଇଡ୍‌ ରାଇଡର୍ସ।

ଆସନ୍ତାକାଲିର ମ୍ୟାଚ୍‌ ଦିଲ୍ଲୀର ହୋମ୍‌ଗ୍ରାଉଣ୍ଡରେ ହେଉଥିବାରୁ ଦଳ ଏହାର ଫାଇଦା ନେବାକୁ ଆଶା ରଖିଥିବା ବେଳେ ପଞ୍ଜାବ ଗତ ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ସୁଧାରି ପଡିଆକୁ ଓହ୍ଲେଇବ।

ଦିଲ୍ଲୀ ଡେୟାରଡେଭିଲ୍ସ ସମ୍ଭାବ୍ୟ ଦଳ: ଜାହିର ଖାନ୍(ଅଧିନାୟକ),ମୟଙ୍କ ଅଗ୍ରୱାଲ୍‌, ଖଲିଲ୍‌ ଅହମ୍ମଦ, ସାମ୍‌ ବିଲିଂ, ସି.ବ୍ରାଥ୍‌ୱାଟ୍‌, ଏନ୍‌ସି.ନାଇଲ୍‌, କ୍ୟୁ.ଡି. କକ୍‌, ଜେପି ଡୁମିନି, ଏ.ୱାଦେକର, ଶ୍ରେୟସ୍‌ ଆୟର, ମହିପାଲ୍‌ ଲୋମରୋରର, ଚାମ୍ପା ମିଲିଣ୍ଡ, ଅମିତ ମିଶ୍ରା, ମହମ୍ମଦ ଶାମି, ସି. ମୋରିସ୍‌, ଶାହବାଜ୍‌ ନାଦୀମ, କରୁନ୍ନ୍ ନାୟାର, ପୱାନ ନେଭୀ, ରିଷଭ ପନ୍ଥ, ଜେ.ପାରିସ୍‌, ପ୍ରତ୍ୟୁଷ ସିଂହ, ସଞ୍ଜୁ  ସାମସନ୍‌, ପୱନ୍‌ ସୁୟାଲ୍‌ ଓ ଜୟନ୍ତ ଯାଦବ।

କିଙ୍ଗ୍ସ ଏକାଦଶ ପଞ୍ଜାବ ସମ୍ଭାବ୍ୟ ଦଳ: ଡେଭିଡ୍‌ ମିଲର (ଅଧିନାୟକ), କେ.ଅବୋଟ୍‌, ଅନୁରିତ୍‌ ସିଂହ, ଅରମାନ୍‌ ଜାଫର, ଫରାହାନ୍‌ ବେହାରିଦିଆନ୍‌, କେ.ସି ଚେରିଆପ୍ପା, ଋଷି ଧାୱନ୍, ଗୁରୁକୀରତ ମନ୍‌ ସିଂହ, ମିଚେଲ ଜନସନ୍‌, ଶନ୍ ମାର୍ସ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ନିଖିଲ୍‌ ନାଏକ୍‌, ଅକ୍ଷର ପଟେଲ, ରିଦ୍ଧିମାନ୍‌ ଶାହ, ପ୍ରଦୀପ ସାହୁ, ସନ୍ଦୀପ ଶର୍ମା, ମୋହିତ ସିଂହ, ସ୍ୱପ୍ନିଲ୍‌ ସିଂହ, ଏସ୍‌.ଠାକୁର, ମୂରଲୀ ବିଜୟ ଓ ମନନ୍‌ ଭୋରା।

Related story