ଡେନମାର୍କ ଓପନ୍‌: ପ୍ରି-କ୍ୱାର୍ଟରରେ ପିଭି ସିନ୍ଧୁ

ଓଡେନ୍ସ: ୱାର୍ଲ୍ଡ ଚାମ୍ପିୟନ୍ ପିଭି ସିନ୍ଧୁ ୭୭୫ହଜାର ଡଲାର୍ ପୁରସ୍କାର ରାଶି ବିଶିଷ୍ଟ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଶୁଭାରମ୍ଭ କରିଛନ୍ତି। ସିନ୍ଧୁ ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆର ଗ୍ରିଗୋରିଆ ତୁନଜୁଙ୍ଗଙ୍କୁ ୨୨-୨୦, ୨୧-୧୮ ଗେମରେ ହରାଇ ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ପଞ୍ଚମ ସିଡ୍ ଭାରତୀୟ ଖେଳାଳି ପ୍ରଥମ ରାଉଣ୍ଡ ଜିତି ଚଳିତ ସିଜନରେ ହେବାକୁଥିବା ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ପାଇଁ ଆଶା ଉଜ୍ଜୀବିତ କରିଛନ୍ତି। ଏହି ବିଜୟ ସହ ଗ୍ରିଗୋରିଆଙ୍କ […]

pv

pv

Ranjit Kumar Jena
  • Published: Tuesday, 15 October 2019
  • Updated: 15 October 2019, 06:54 PM IST

Sports

Latest News

ଓଡେନ୍ସ: ୱାର୍ଲ୍ଡ ଚାମ୍ପିୟନ୍ ପିଭି ସିନ୍ଧୁ ୭୭୫ହଜାର ଡଲାର୍ ପୁରସ୍କାର ରାଶି ବିଶିଷ୍ଟ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଶୁଭାରମ୍ଭ କରିଛନ୍ତି। ସିନ୍ଧୁ ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆର ଗ୍ରିଗୋରିଆ ତୁନଜୁଙ୍ଗଙ୍କୁ ୨୨-୨୦, ୨୧-୧୮ ଗେମରେ ହରାଇ ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ପଞ୍ଚମ ସିଡ୍ ଭାରତୀୟ ଖେଳାଳି ପ୍ରଥମ ରାଉଣ୍ଡ ଜିତି ଚଳିତ ସିଜନରେ ହେବାକୁଥିବା ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଟାଇଟଲ୍ ପାଇଁ ଆଶା ଉଜ୍ଜୀବିତ କରିଛନ୍ତି।

ଏହି ବିଜୟ ସହ ଗ୍ରିଗୋରିଆଙ୍କ ବିପକ୍ଷରେ ସିନ୍ଧୁଙ୍କ ରେକର୍ଡ ୬-୦ ହୋଇଛି। ଚଳିତ ବର୍ଷ ଅଗଷ୍ଟରେ ୱାର୍ଲ୍ଡ ଚାମ୍ପିୟନଶିପ୍ ଟାଇଟଲ୍ ଜିତିବା ପରେ ସିନ୍ଧୁ ଗତମାସରେ ଚାଇନା ଓପନ୍ ଓ କୋରିଆ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପ୍ରଥମ ରାଉଣ୍ଡ ଜିତିବା ପାଇଁ ସିନ୍ଧୁଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ପ୍ରଥମ ଗେମ୍ ଏକ ସମୟରେ ୨୦-୨୦ରେ ବରାବର ସ୍ଥିତିରେ ଥିଲା। କିନ୍ତୁ ସିନ୍ଧୁ ଲଗାତାର ଦୁଇ ପଏଣ୍ଟ ହାସଲ କରି ଗେମକୁ ଜିତି ନେଇଥିଲେ। ସେହିଭଳି ଦ୍ୱିତୀୟ ଗେମ୍ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ, ସିନ୍ଧୁ ଏହାକୁ ଜିତିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ରାଉଣ୍ଡରେ ସିନ୍ଧୁ କୋରିଆର ଆନ୍ ସି ୟଙ୍ଗଙ୍କୁ ଭେଟିବେ।

ପୂର୍ବରୁ ଭାରତର ପାରୁପଲ୍ଲୀ କଶ୍ୟପ୍ ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ସେ ୧୩-୨୧, ୧୨-୨୧ ଗେମରେ ଥାଇଲ୍ୟାଣ୍ଡର ସିଥିକମ୍ ଥାମାସିନଙ୍କଠାରୁ ପରାସ୍ତ ହୋଇଛନ୍ତି। ଗତମାସରେ କଶ୍ୟପ୍ କୋରିଆ ଓପନର ସେମିଫାଇନାଲରେ ପହଞ୍ଚିଥିଲେ, ଯେଉଁଠି ସେ ବିଶ୍ୱର ଏକ ନମ୍ବର ଏବଂ ଦୁଇଥରର ବିଶ୍ୱ ଚାମ୍ପିୟନ୍ କେଣ୍ଟୋ ମୋମୋତାଙ୍କ ନିକଟରୁ ହାରିଯାଇଥିଲେ। ଚଳିତ ଓପନରେ ବିଶ୍ୱର ୮ନମ୍ବର ଖେଳାଳି ସାଇନା ନେହ୍ୱାଲ ବୁଧବାର ନିଜର ଅଭିଯାନ ଆରମ୍ଭ କରିବେ। ଏହି ଭାରତୀୟ ଶଟଲରଙ୍କ ପାଇଁ ଫିଟନେସ୍ ସମସ୍ୟା ମୁଖ୍ୟ ଚିନ୍ତାର ବିଷୟ ହୋଇଛି। କିନ୍ତୁ ସେ ପୁଣିଥରେ ଫିଟ୍ ହୋଇ ଚଳିତ ଓପନ୍ ଜରିଆରେ କୋର୍ଟକୁ ଫେରିଛନ୍ତି।

ସେହିପରି ଭାରତର ଅନ୍ୟତମ ଷ୍ଟାର୍ ଶଟଲର୍ ବି. ସାଇ ପ୍ରଣୀତ ନିଜର ପ୍ରଥମ ରାଉଣ୍ଡରେ ପୂର୍ବତନ ଅଲିମ୍ପିକ୍ ଏବଂ ବିଶ୍ୱ ଚାମ୍ପିୟନ୍ ଲିନ୍ ଡାନଙ୍କୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ସାଇ ପ୍ରଣୀତ ୨୧-୧୪, ୨୧-୧୭ ଗେମରେ ପୂର୍ବତନ ଏକ ନମ୍ବର ଖେଳାଳିଙ୍କୁ ହରାଇଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ସେ ୩୫ ମିନିଟ୍ ସମୟ ନେଇଥିଲେ। ସେହିପରି ଭାରତର ସୌରଭ ବର୍ମା ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ହାଇଦ୍ରାବାଦ ଓପନ୍ ଟାଇଟଲ୍ ଜିତିଥିବା ସୌରଭ ନେଦରଲ୍ୟାଣ୍ଡର ମାର୍କ କାଲଜୌଙ୍କ ନିକଟରୁ ୨୧-୧୯, ୧୧-୨୧, ୧୭-୨୧ ଗେମରେ ପରାସ୍ତ ହୋଇଛନ୍ତି।

ଥାଇଲ୍ୟାଣ୍ଡ୍ ଓପନ୍ ଚାମ୍ପିୟନ୍ ଭାରତୀୟ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ପ୍ରଥମ ରାଉଣ୍ଡରେ କୋରିଆର କିମ୍ ଜି ଜଙ୍ଗ ଓ ଲି ୟଙ୍ଗ ଡାଇଙ୍କୁ ୨୪-୨୨, ୨୧-୧୧ ଗେମରେ ପରାସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story