ଡେନମାର୍କ ଓପନ: ସିନ୍ଧୁଙ୍କ ଅଭିଯାନ ଶେଷ

ଓଡେନ୍ସ: ବିଶ୍ୱ ଚାମ୍ପିୟନ୍ ପିଭି ସିନ୍ଧୁ କୋରିଆର ୧୭ ବର୍ଷୀୟା ଶଟଲର୍ ଆନ୍ ସି-ୟଙ୍ଗଙ୍କଠାରୁ ହାରି ଚଳିତ ଡେନମାର୍କ ଓପନରୁ ବିଦାୟ ନେଇଛନ୍ତି। ପଞ୍ଚମ ସିଡ୍ ସିନ୍ଧୁ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ୧୪-୨୧, ୧୭-୨୧ ଗେମରେ ଏହି କୋରିଆ ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ଅଗଷ୍ଟରେ ୱାର୍ଲ୍ଡ ଚାମ୍ପିୟନଶିପ୍ ଟାଇଟଲ୍ ଜିତିବା ପରେ ସିନ୍ଧୁ ତୃତୀୟଥର ପାଇଁ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ କ୍ୱାର୍ଟରଫାଇନାଲରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛନ୍ତି। ଏହା ପୂର୍ବରୁ ସିନ୍ଧୁ ଚାଇନା ଓ […]

pv

pv

Ranjit Kumar Jena
  • Published: Thursday, 17 October 2019
  • Updated: 17 October 2019, 06:33 PM IST

Sports

Latest News

ଓଡେନ୍ସ: ବିଶ୍ୱ ଚାମ୍ପିୟନ୍ ପିଭି ସିନ୍ଧୁ କୋରିଆର ୧୭ ବର୍ଷୀୟା ଶଟଲର୍ ଆନ୍ ସି-ୟଙ୍ଗଙ୍କଠାରୁ ହାରି ଚଳିତ ଡେନମାର୍କ ଓପନରୁ ବିଦାୟ ନେଇଛନ୍ତି। ପଞ୍ଚମ ସିଡ୍ ସିନ୍ଧୁ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ୧୪-୨୧, ୧୭-୨୧ ଗେମରେ ଏହି କୋରିଆ ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ଅଗଷ୍ଟରେ ୱାର୍ଲ୍ଡ ଚାମ୍ପିୟନଶିପ୍ ଟାଇଟଲ୍ ଜିତିବା ପରେ ସିନ୍ଧୁ ତୃତୀୟଥର ପାଇଁ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ କ୍ୱାର୍ଟରଫାଇନାଲରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛନ୍ତି।

ଏହା ପୂର୍ବରୁ ସିନ୍ଧୁ ଚାଇନା ଓ କୋରିଆ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ବିଶ୍ୱର ୬ ନମ୍ବର ଖେଳାଳି ସିନ୍ଧୁ ଚଳିତ ସିଜନରେ ଗୋଟିଏ ବି ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଟ୍ରଫି ଜିତିପାରି ନାହାନ୍ତି। ପୂର୍ବରୁ ଭାରତର ସମୀର ବର୍ମା ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ଅଲିମ୍ପିକ୍ ଚାମ୍ପିୟନ୍ ଚେନ୍ ଲଙ୍ଗଙ୍କ ନିକଟରୁ ୧୨-୧୨, ୧୦-୨୧ ଗେମରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ।

ଭାରତର ଅନ୍ୟତମ ତାରକା ଶଟଲର୍ ସାଇନା ନେହ୍ୱାଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ହିଁ ଆଉଟ୍ ହୋଇଥିଲେ। ସାଇନା ଜାପାନର ସାୟାକା ତାକାହାଶିଙ୍କ ନିକଟରୁ ପରାସ୍ତ ହୋଇଥିଲେ। ସେହିପରି ପୁରୁଷ ସିଙ୍ଗଲ୍ସରେ କିଦାମ୍ବୀ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ଘରୋଇ ତାରକା ଆଣ୍ଡର୍ସ ଆଣ୍ଟନସେନଙ୍କଠାରୁ ୧୪-୨୧, ୧୮-୨୧ ଗେମରେ ପରାସ୍ତ ହୋଇଥିଲେ।

ପୁରୁଷ ଡବଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ୧୬-୨୧, ୧୫-୨୧ ଗେମରେ ଚାଇନାର ହାନ୍ ଚେଙ୍ଗ କାଇ ଓ ଝୌ ହାଓ ଡଙ୍ଗଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos