ନେଦରଲ୍ୟାଣ୍ଡ୍ କ୍ଲବ୍ ସହ ଚୁକ୍ତି କଲେ ଦେବିନ୍ଦର ଓ ହରଜିତ୍

ନୂଆଦିଲ୍ଲୀ: ଭାରତୀୟ ହକି ଖେଳାଳି ଦେବିନ୍ଦର ବାଲ୍ମିକି ଓ ହରଜିତ୍ ସିଂହ ନେଦରଲ୍ୟାଣ୍ଡ୍ କ୍ଲବ୍ ଏଚସିଜି ସହ ୨୦୧୯-୨୦ ସିଜନ୍ ପାଇଁ ଚୁକ୍ତି କରିଛନ୍ତି ଏବଂ ଏହା ମଧ୍ୟରେ ଦୁହେଁ ଆଗାମୀ ୟୁରୋ ହକି ଲିଗର ମ୍ୟାଚ୍ ଖେଳିବେ। ଉଭୟେ ବାଲ୍ମିକି ଓ ହରଜିତ୍ ମିଲଫିଲ୍ଡର୍ ଏବଂ ବର୍ତ୍ତମାନ ସେମାନେ ଜାତୀୟ ଦଳ ସହ ନାହାନ୍ତି। ଦୁହେଁ ଅକ୍ଟୋବର ୪ ତାରିଖରେ ବାର୍ସିଲୋନାରେ ୟୁରୋ ହକି ଲିଗରେ ପଦାର୍ପଣ କରିବେ। ଏଚସିଜି ୨୦୧୧ରେ ୟୁରୋ ହକି ଲିଗ୍ […]

hockey

hockey

Ranjit Kumar Jena
  • Published: Wednesday, 24 July 2019
  • Updated: 24 July 2019, 08:33 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ହକି ଖେଳାଳି ଦେବିନ୍ଦର ବାଲ୍ମିକି ଓ ହରଜିତ୍ ସିଂହ ନେଦରଲ୍ୟାଣ୍ଡ୍ କ୍ଲବ୍ ଏଚସିଜି ସହ ୨୦୧୯-୨୦ ସିଜନ୍ ପାଇଁ ଚୁକ୍ତି କରିଛନ୍ତି ଏବଂ ଏହା ମଧ୍ୟରେ ଦୁହେଁ ଆଗାମୀ ୟୁରୋ ହକି ଲିଗର ମ୍ୟାଚ୍ ଖେଳିବେ।

ଉଭୟେ ବାଲ୍ମିକି ଓ ହରଜିତ୍ ମିଲଫିଲ୍ଡର୍ ଏବଂ ବର୍ତ୍ତମାନ ସେମାନେ ଜାତୀୟ ଦଳ ସହ ନାହାନ୍ତି। ଦୁହେଁ ଅକ୍ଟୋବର ୪ ତାରିଖରେ ବାର୍ସିଲୋନାରେ ୟୁରୋ ହକି ଲିଗରେ ପଦାର୍ପଣ କରିବେ। ଏଚସିଜି ୨୦୧୧ରେ ୟୁରୋ ହକି ଲିଗ୍ ଟାଇଟଲ୍ ଜିତିଥିଲା। କିନ୍ତୁ ଏହା ପରେ ପ୍ରଥମଥର ପାଇଁ ଏହି କ୍ଲବ୍ ୟୁରୋ ହକି ଲିଗ୍ ଟୁର୍ଣ୍ଣାମେଣ୍ଟ ଖେଳିବ।

ବାଲ୍ମିକି ୨୦୧୬ରେ ଆୟୋଜିତ ରିଓ ଅଲିମ୍ପିକ୍ସରେ ଭାରତୀୟ ଟିମର ସଦସ୍ୟ ଥିଲେ। ସେ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ୪୮ ମ୍ୟାଚ୍ ଖେଳିଛନ୍ତି। ହରଜିତ୍ ୨୦୧୬ରେ ଜୁନିୟର ବିଶ୍ୱକପ୍ ବିଜେତା ଭାରତୀୟ ଟିମର ସଦସ୍ୟ ଥିଲେ। ସେ ଜାତୀୟ ଦଳ ପକ୍ଷରୁ ୫୨ ମ୍ୟାଚ୍ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos