ବାଙ୍ଗାଲୁରୁ: ଉନ୍ମକ୍ତ ଚାନ୍ଦଙ୍କ ଧୂଆଁଧାର ୮୦ ରନ ବଳରେ ଦିଲ୍ଲୀ ହିମାଚଳ ପ୍ରଦେଶକୁ ୬ ୱିକେଟରେ ହରାଇ ବିଜୟ ହଜାରେ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ଏମ ଚିନାସ୍ୱାମୀ ଷ୍ଟାଡିୟମରେ ଟସ୍ ଜିତି ଦିଲ୍ଲୀ ଅଧିନାୟକ ଗୌତମ ଗମ୍ଭିର ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ ବୋଲରମାନେ ନିର୍ଦ୍ଧାରିତ ୫୦ ଓଭରରେ ହିମାଚଳ ପ୍ରଦେଶର ୨୦୦ ରନରେ ସୀମିତ ରଖିଥିଲେ। ହିମାଚଳ ପ୍ରଦେଶ ତରଫରୁ ବିପ୍ଲବ ଶର୍ମା ୫୧ ବଲରେ ୪୫ ରନ ସଂଗ୍ରହ କରିଥିଲେ। ଏଥିରେ ୪ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଦଳ ୧୩୧ ରନରେ ୭ଟି ୱିକେଟ ହରାଇ ଥିଲା। ଅଷ୍ଟମ ୱିକେଟରେ ଶର୍ମା, ମାୟଙ୍କ ଡଗରଙ୍କୁ ସାଙ୍ଗ କରି ୫୭ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।
୨୦୧ ରନର ବିଜୟ ଲକ୍ଷ୍ୟ ନେଇ ଦିଲ୍ଲୀ ପଡିଆକୁ ଓହ୍ଲାଇ ଥିଲା। ଦଳ ପକ୍ଷରୁ ଚାନ୍ଦ ୮୬ ବଲରେ ୮୦ ରନ କରି ନଟଆଉଟ ରହିଥିଲେ। ଏଥିରେ ୭ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଦଳ ପକ୍ଷରୁ ଶିଖର ଧୱନ ୩୯, ଗୌତମ ଗମ୍ଭିର ୧୬, ରିଶଭ ବାଣ୍ଟ ୧୮, ମିଲନ୍ଦ ୧୦ କରିଥିଲେ। ନିତିଶ ରଣା ୧୯ ରନ୍ କରି ନଟଆଉଟ ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।