ଧୋନିଙ୍କ ଅବସର ପରେ ତାଙ୍କୁ ସାରା କ୍ରୀଡା ଜଗତ ଝୁରିବ: ଜୋନ୍ସ

କୋଲକାତା: ‘ଭାରତର ଟି-୨୦ ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନି ଅବସର ଗ୍ରହଣ କରିବା ପରେ ତାଙ୍କୁ ସାରା କ୍ରୀଡା ଜଗତ ଝୁରି ହେବ।’ସୋମବାର ଏହା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଡିନ୍‌ ଜୋନ୍ସ। ସେ କହିଛନ୍ତି,“ଧୋନି ଅବସର ନେବା ପରେ ଭାରତର ନେତୃତ୍ୱ ନେବାକୁ କୋହଲି ସକ୍ଷମ ହେଲେଣି। କିନ୍ତୁ ଧୋନିଙ୍କ ପରି ପରିପକ୍ୱ ହୋଇନାହାଁନ୍ତି। ତାଙ୍କୁ ଏବେ ଧୋନିଙ୍କଠାରୁ ବହୁତ କିଛି ଶିଖିବାକୁ ଅଛି। ଭାରତର କ୍ରିକେଟ ପାଇଁ ଯାହା ଧୋନି କରିଛନ୍ତି, ତାଙ୍କ […]

ms-dhoni-wicketkp-700

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 06:53 PM IST

କୋଲକାତା: ‘ଭାରତର ଟି-୨୦ ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନି ଅବସର ଗ୍ରହଣ କରିବା ପରେ ତାଙ୍କୁ ସାରା କ୍ରୀଡା ଜଗତ ଝୁରି ହେବ।’ସୋମବାର ଏହା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଡିନ୍‌ ଜୋନ୍ସ।

ସେ କହିଛନ୍ତି,“ଧୋନି ଅବସର ନେବା ପରେ ଭାରତର ନେତୃତ୍ୱ ନେବାକୁ କୋହଲି ସକ୍ଷମ ହେଲେଣି। କିନ୍ତୁ ଧୋନିଙ୍କ ପରି ପରିପକ୍ୱ ହୋଇନାହାଁନ୍ତି। ତାଙ୍କୁ ଏବେ ଧୋନିଙ୍କଠାରୁ ବହୁତ କିଛି ଶିଖିବାକୁ ଅଛି। ଭାରତର କ୍ରିକେଟ ପାଇଁ ଯାହା ଧୋନି କରିଛନ୍ତି, ତାଙ୍କ ଅବସର ପରେ ତାଙ୍କୁ ଭାରତର କ୍ରୀଡା ଜଗତ ନିଶ୍ଚିତ ଝୁରି ହେବ। ତାଙ୍କୁ ହଟାଇ କୋହଲିଙ୍କୁ ସବୁ ଫର୍ମାଟରେ ଅଧିନାୟକ କରିବା ଉଚିତ ହେବ ନାହିଁ ବୋଲି ମୁଁ ଭାବୁଛି। ମୁଁ ଭାବୁଛି ଚାପରେ ପଡି ଧୋନି ଯଦି ଏପରି ନିଷ୍ପତ୍ତି ନିଅନ୍ତି ତେବେ ଭାରତ କ୍ରିକେଟ ଜଗତ କ୍ଷତି ସହିବେ।”

ସୂଚନାଯୋଗ୍ୟ କିଛିଦିନ ତଳେ ଟିମ୍‌ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ରବି ଶାସ୍ତ୍ରୀ ଧୋନି ଅଧିନାୟକ ପଦ ଛାଡି ଦେବା ଉଚିତ ବୋଲି କହିଥିଲେ। ସେ କହିଥିଲେ ବିରାଟ ଏବେ ସବୁ ଫର୍ମାଟରେ ଅଧିନାୟକ ହେବା ପାଇଁ ଯୋଗ୍ୟ ତେଣୁ ଧୋନି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରନ୍ତୁ। ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା।

Related story