ମ୍ୟାଚ୍‌ ବେଳେ ପଡ଼ିଆ ଭିତରକୁ ପଶି ଆସିଲେ ଧୋନୀଙ୍କ କୁନି ଝିଅ ? ଦର୍ଶକ ତାଜୁବ୍‌

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ କ୍ରିକେଟ୍ ଖେଳାଳି ଓ ବଲିଉଡ ଅଭିନେତାଙ୍କ ମଧ୍ୟରେ ଖେଳାଯାଉଥିବା ଫୁଟବଲ ମ୍ୟାଚ୍‌ରେ ବିରାଟ କୋହଲି ଦଳ ବିଜୟ ହୋଇଛି। ମହେନ୍ଦ୍ର ସିଂ ଧୋନୀ ଦୁଇଟି ଗୋଲ୍ କରି ଦଳକୁ ଜିତାଇଛନ୍ତି। ଏହି ଗୋଲ୍ ସହିତ ଧୋନି ପ୍ରମାଣ କରିଦେଇଛନ୍ତି ଯେ, ସେ ଖାଲି କ୍ରିକେଟ ନୁହଁ ଫୁଟବଲ ଖେଳରେ ବି ମାହିର। ଏହି ମ୍ୟାଚ୍ ଅଲ୍ ହାର୍ଟ ଏଫ୍‌ସି ବନାମ ଅଲ ଷ୍ଟାର୍ସ ଏଫ୍‌ସି ଦଳ ମଧ୍ୟରେ ଖେଳାଯାଇଥିଲା। ଏଥିରେ ବିରାଟ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 07:34 PM IST

Sports

Latest News

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ କ୍ରିକେଟ୍ ଖେଳାଳି ଓ ବଲିଉଡ ଅଭିନେତାଙ୍କ ମଧ୍ୟରେ ଖେଳାଯାଉଥିବା ଫୁଟବଲ ମ୍ୟାଚ୍‌ରେ ବିରାଟ କୋହଲି ଦଳ ବିଜୟ ହୋଇଛିମହେନ୍ଦ୍ର ସିଂ ଧୋନୀ ଦୁଇଟି ଗୋଲ୍ କରି ଦଳକୁ ଜିତାଇଛନ୍ତି ଏହି ଗୋଲ୍ ସହିତ ଧୋନି ପ୍ରମାଣ କରିଦେଇଛନ୍ତି ଯେ, ସେ ଖାଲି କ୍ରିକେଟ ନୁହଁ ଫୁଟବଲ ଖେଳରେ ବି ମାହିର। ଏହି ମ୍ୟାଚ୍ ଅଲ୍ ହାର୍ଟ ଏଫ୍‌ସି ବନାମ ଅଲ ଷ୍ଟାର୍ସ ଏଫ୍‌ସି ଦଳ ମଧ୍ୟରେ ଖେଳାଯାଇଥିଲା ଏଥିରେ ବିରାଟ କୋହଲିଙ୍କ ନେତୃତ୍ୱରେ ଅଲ୍ ହାର୍ଟ ଏଫ୍‌ସି ଦଳ ରଣବୀର ସିଂଙ୍କ ଅଲ ଷ୍ଟାର୍ସ ଏଫ୍‌ସି ଦଳକୁ ୭-୩  ପଏଣ୍ଟରେ ହରାଇ ଦେଇଥିଲାମ୍ୟାଚରେ ଧୋନୀଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।  ଫାଉଣ୍ଡେସନ ଚାରିଟି ପାଇଁ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଅଭିଷେକ ବଚ୍ଚନ ଓ ବିରାଟ କୋହଲି ଏହି ମ୍ୟାଚ୍‌ର ଆୟୋଜନ କରିଥିଲେ।

 

କ୍ରିକେଟ ଷ୍ଟାର ଓ ଫିଲ୍ମ ଷ୍ଟାର ମଧ୍ୟରେ ଖେଳାଯାଉଥିବା ମ୍ୟାଚର  ଭରପୂର ମଜା ଉଠାଇଥିଲେ ଦର୍ଶକ  ତେବେ ଖେଳର ମୁଖ୍ୟ ଆକର୍ଷଣ ଏହାର ଶେଷ ଦୃଶ୍ୟଟି ଥିଲା ମ୍ୟାଚ୍ ଶେଷରେ ଧୋନୀଙ୍କୁ ଶୋଷ ଲାଗିଥିଲା। ଠିକ୍ ଏତିକି ବେଳେ  ଧୋନୀଙ୍କ ଝିଅ ଜିଭା ପାଣି ବୋତଲ ଧରି ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ।  ଧୋନୀଙ୍କୁ ନିଜ ହାତରେ ପାଣି ପିଆଇଥିଲେ ସେକୁନି ଝିଅ ଜିଭା ଧୋନୀଙ୍କୁ ପାଣି ପିଆଉଥିବାର ଦୃଶ୍ୟ ଦେଖି ଦର୍ଶକେ ଖୁସିରେ ଝୁମି ଉଠିଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos