ବହୁ ଅପ୍ରୀତିକର ସ୍ଥିତିରେ ଅଶ୍ୱିନ୍ ମୋତେ ସାହାଯ୍ୟ କରିଛନ୍ତି : ଧୋନି

ମୁମ୍ବାଇ: ବହୁ ଅପ୍ରୀତିକର ପରିସ୍ଥିତି ସମୟରେ ଅଶ୍ୱିନ୍ ମୋତେ ସାହାଯ୍ୟ କରିଛନ୍ତି। ସେ ମ୍ୟାଚ୍‌ର ପ୍ରଥମରୁ ବୋଲିଂ କରନ୍ତୁ, ଅବା ଷଷ୍ଠ ସ୍ଥାନରେ ବୋଲିଂ କରନ୍ତୁ ଅବା ଶେଷର ଓଭରରେ, ସେ ସବୁ ସମୟରେ ଦଳ ଉପଯୋଗୀ ବୋଲିଂ କରିଥା’ନ୍ତି। ସେ ଜଣେ ମାତ୍ର ବୋଲର ଯିଏ କି ଯେତେବେଳେ ବୋଲିଂ କରିବାକୁ ଆସିଲେ ମଧ୍ୟ ଭଲ ବୋଲିଂ କରନ୍ତି। ରବିବାର ଏହା କହିଛନ୍ତି ଭାରତର ଟି-୨୦ ତଥା ପୁଣେ ରାଇଜିଂର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। […]

dhoni-ashiwn-pune-IPL

dhoni-ashiwn-pune-IPL

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 12:06 PM IST

Sports

Latest News

ମୁମ୍ବାଇ: ବହୁ ଅପ୍ରୀତିକର ପରିସ୍ଥିତି ସମୟରେ ଅଶ୍ୱିନ୍ ମୋତେ ସାହାଯ୍ୟ କରିଛନ୍ତି। ସେ ମ୍ୟାଚ୍‌ର ପ୍ରଥମରୁ ବୋଲିଂ କରନ୍ତୁ, ଅବା ଷଷ୍ଠ ସ୍ଥାନରେ ବୋଲିଂ କରନ୍ତୁ ଅବା ଶେଷର ଓଭରରେ, ସେ ସବୁ ସମୟରେ ଦଳ ଉପଯୋଗୀ ବୋଲିଂ କରିଥା’ନ୍ତି। ସେ ଜଣେ ମାତ୍ର ବୋଲର ଯିଏ କି ଯେତେବେଳେ ବୋଲିଂ କରିବାକୁ ଆସିଲେ ମଧ୍ୟ ଭଲ ବୋଲିଂ କରନ୍ତି। ରବିବାର ଏହା କହିଛନ୍ତି ଭାରତର ଟି-୨୦ ତଥା ପୁଣେ ରାଇଜିଂର ଅଧିନାୟକ ମହେନ୍ଦ୍ର ସିଂହ ଧୋନି।

ଲାଭା ମୋବାଇଲର ବ୍ରାଣ୍ଡ ଆମ୍ବାସଡର ଭାବେ ଆଜି ନିଯୁକ୍ତି ପାଇବା ପରେ ସେ କହିଛନ୍ତି,“ଅଶ୍ୱିନ୍‌ ଜଣେ ପରିପକ୍ୱ ବୋଲର। ସେ ଖେଳର ଯେକୌଣସି ସମୟରେ ବୋଲିଂ କରିପାରିବେ।”

ସୂଚନାଯୋଗ୍ୟ, ଆଇପିଏଲ୍‌ର ନବମ ସଂସ୍କରଣରେ ଗତକାଲି ମୁମ୍ବାଇକୁ ୯ ୱିକେଟରେ ହରାଇଥିଲା ପୁଣେ ରାଇଜିଂ। ମୁମ୍ବାଇ ବ୍ୟାଟିଂ କରୁଥିବା ବେଳେ ଅଶ୍ୱିନ୍‌କୁ ଦଳର ଅଧିନାୟକ ବହୁ ଡେରିରେ ବୋଲିଂ ପାଇଁ ଡାକିଥିଲେ। ଏହାକୁ ନେଇ ଗତକାଲି ଆଲୋଡନ ସୃଷ୍ଟି ହୋଇଥିଲା। ଗତକାଲି ଅଶ୍ୱିନ୍‌ ମାତ୍ର ଗୋଟିଏ ଓଭର ବୋଲିଂ କରି ୭ ରନ୍‌ ଦେଇ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos