୮ ଓଭର୍‌ ମ୍ୟାଚ୍‌ରେ ୭ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ ଏହି ଷ୍ଟାର୍‌ କ୍ରିକେଟର୍‌: କୋହଲିଙ୍କୁ ଦାୟୀ କଲେ ସମର୍ଥକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆ ସିରଜକୁ କବ୍‌ଜା କରିବାପରେ ଟି-ଟ୍ୱେଣ୍ଟି ସିରିଜରେ ମଧ୍ୟ ଭାରତ ବିଜୟୀ ହୋଇଛି। ମଙ୍ଗଳବାର ଦିନ ଖେଳାଯାଇଥିବା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିବା ସତ୍ତ୍ୱେ ଭାରତ ୬ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ହେଲେ ଏହି ମ୍ୟାଚ୍‌ରେ ଭାରତର ବ୍ୟାଟିଂ ଶେଷ ହେବା ପରେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏହି ମ୍ୟାଚ୍‌ରେ ଧୋନୀଙ୍କୁ ୭ମ ନମ୍ବରରେ ବ୍ୟାଟିଂ କରିବାକୁ ପଠାଯାଇଥିଲା। ଏବଂ ଯେଉଁଥିରେ ଗୋଟିଏ ବି ମ୍ୟାଚ୍‌ […]

26780

26780

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 09:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନିକିଆ ସିରଜକୁ କବ୍‌ଜା କରିବାପରେ ଟି-ଟ୍ୱେଣ୍ଟି ସିରିଜରେ ମଧ୍ୟ ଭାରତ ବିଜୟୀ ହୋଇଛି। ମଙ୍ଗଳବାର ଦିନ ଖେଳାଯାଇଥିବା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିବା ସତ୍ତ୍ୱେ ଭାରତ ୬ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ହେଲେ ଏହି ମ୍ୟାଚ୍‌ରେ ଭାରତର ବ୍ୟାଟିଂ ଶେଷ ହେବା ପରେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏହି ମ୍ୟାଚ୍‌ରେ ଧୋନୀଙ୍କୁ ୭ମ ନମ୍ବରରେ ବ୍ୟାଟିଂ କରିବାକୁ ପଠାଯାଇଥିଲା। ଏବଂ ଯେଉଁଥିରେ ଗୋଟିଏ ବି ମ୍ୟାଚ୍‌ ଖେଳିବାକୁ ଧୋନିଙ୍କୁ ମିଳିନଥିଲା। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା ପ୍ରଥମ ଥର ହୋଇନାହିଁ ଏହା ପୂର୍ବରୁ ମଧ୍ୟ ଅନେକ ଥର ମ୍ୟାଚ୍‌ର ଶେଷ ସମୟରେ ଧୋନିଙ୍କୁ ବ୍ୟାଟିଂ ପାଇଁ ପଠାଯାଇଛି। ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ମଧ୍ୟ ଯେତେବେଳେ ଦଳକୁ ୬୫ ବଲରେ ୧୩୦ ରନ ଆବଶ୍ୟକ ଥିଲା ସେତେବେଳେ ଧୋନି ପଡିଆକୁ ଓହ୍ଲାଇଥିଲେ। ପୂର୍ବରୁ ଧୋନିଙ୍କ ରେକର୍ଡ ଭଲଥିଲେ ମଧ୍ୟ କଣପାଇଁ ଏବେ ଧୋନିଙ୍କୁ ମ୍ୟାଚ୍‌ର ଶେଷରେ ବ୍ୟାଟିଂ କରିବାକୁ ଦିଆଯାଉଛି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଅଧିନାୟକ କୋହଲିଙ୍କୁ ଧୋନିଙ୍କ ପ୍ରଶଂସକ ଏଥିପାଇଁ ଦାୟୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos