ଜାହିରଙ୍କ ରିସେପ୍ସନ ପାର୍ଟିକୁ ଆସିଲେ ନାହିଁ ଧୋନି ଓ ଗାଙ୍ଗୁଲି: ଯୁବରାଜ ଓ ନେହେରାଙ୍କ ପତ୍ନୀ ମଚାଇଲେ ଧୁମ୍‌  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ପୂର୍ବତନ କ୍ରିକେଟର ଜାହିର ଖାନ୍‌ଙ୍କ ରିସେପ୍ସନ ୨୭ ନଭେମ୍ବର ମୁମ୍ବାଇର ତାଜ ପ୍ୟାଲେସ ହୋଟଲରେ ଅନୁଷ୍ଟିତ ହୋଇଯାଇଛି। ଏହି ଗ୍ରାଣ୍ଡ ରିସେପ୍ସନ ପାର୍ଟିରେ ବଲିଉଡ୍ ଓ ସ୍ପୋର୍ଟ୍ସ ଜଗତର ଅନେକ ଜଣାଶୁଣା ଚେହେରା ପହଞ୍ଚିଥିଲେ। ଯେଉଁଥିରେ ମାଷ୍ଟାର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ବିରେନ୍ଦ୍ର ସହେୱାଗ, ହରଭଜନ ସିଂ, ବିରାଟ କୋହଲି, ଯୁବରାଜ ସିଂ, ଆଶିଷ ନେହେରା, ଅଗରକର ଓ ମହମ୍ମଦ କୈଫ୍‌ ଭଳି ଖେଳାଳି ସାମଲ ହୋଇଥିଲେ। କେବଳ ଏତିକି ନୁହେଁ ଫିଲ୍ମ ଜଗତର ମଧ୍ୟ ଅନେକ ଚେହେରା ଏହି ରିସେପ୍ସନ ପାର୍ଟିରେ ପହଞ୍ଚିଥିଲେ। କିନ୍ତୁ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଓ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଏହି ପାର୍ଟିରେ ଦେଖିବାକୁ ମିଳିନଥିଲା। ଧୋନି ଓ ଗାଙ୍ଗୁଲି ଏହି ଦୁଇ ଜଣ ଜାହିର ଖାନଙ୍କ ଘନିଷ୍ଟ ବନ୍ଧୁ ଭାବେ ଜଣାଶୁଣା। ଜାହିର ଖାନଙ୍କୁ ଧୋନି ବୋଲିଂର ସଚିନ ତେନ୍ଦୁଲକର ଆଖ୍ୟା ଦେଇଥିଲେ। ଏବଂ ନିକଟରେ ଗାଙ୍ଗୁଲି ଜାହିରଙ୍କୁ ଭାରତୀୟ ଟିମ୍‌ରେ ବୋଲିଂ କୋଚ କରିବାକୁ ମଧ୍ୟ ଚାହିଁଥିଲେ। ହେଲେ ଏହି ଦୁଇ ଖେଳାଳିଙ୍କୁ କିନ୍ତୁ ପାର୍ଟିରେ ଦେଖିବାକୁ ମିଳିନଥିଲା। ଧୋନି ଓ ଗାଙ୍ଗୁଲିଙ୍କ ବ୍ୟତୀତ ଜାହିରଙ୍କ ସହିତ ଟିମ୍‌ ଇଣ୍ଡିଆରେ ଖେଳିଆସିଥିବା ଗୌତମ ଗମ୍ଭୀର, ଇରଫାନ୍‌ ପଠାନ, ୟୁସୁଫ ପଠାନଙ୍କ ଭଳି କ୍ରକେଟର ମଧ୍ୟ ଆସିନଥିଲେ।

ଅନ୍ୟପଟେ ପାର୍ଟିରେ ଯୁବରାଜ ଓ ତାଙ୍କ ପତ୍ନୀଙ୍କ ସହ ପହଞ୍ଚିଥିଲେ। ଯୁବରାଜ ଓ ତାଙ୍କ ପତ୍ନୀ ଏହି ପାର୍ଟିରେ ଡ୍ୟାନ୍ସ କରୁଥିବାର ନଜରକୁ ଆସିଥିଲେ। କେବଳ ଯୁବରାଜ ନୁହଁନ୍ତି ନେହାର ତାଙ୍କ ପତ୍ନୀଙ୍କ ସହ ପହଞ୍ଚିଥିବା ବେଳେ ବିରାଟ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଅନୁଷ୍କା ପାର୍ଟିରେ ଡ୍ୟାନ୍ସିଂ ମୁଡ୍‌ରେ ନଜରକୁ ଆସିଥିଲେ। ଯୁବରାଜଙ୍କ ପତ୍ନୀ ଓ ନେହେରାଙ୍କ ପତ୍ନୀ ଏମିତି ଡ୍ୟାନ୍ସ କରିଥିଲେ ଯାହା ପାର୍ଟିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।