ଧୋନୀଙ୍କୁ ପଦ୍ମଭୂଷଣ ଦିଆଯିବା ନେଇ ବିସିସିଆଇ ଦେଲା ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ତାଙ୍କ ଅଧିନାୟକତ୍ୱ ସମୟରେ ଭାରତ ବଶ୍ୱକପ୍‌ ଓ ଟି-୨୦ ବିଶ୍ୱକପ୍‌ ଜିତିଥିଲା। ସେଥିପାଇଁ ସମ୍ମାନଜନକ ପଦ୍ମ ଭୂଷଣ ପ୍ରଦାନ ପାଇଁ ଧୋନୀଙ୍କ ନାଁକୁ ବିସିସିଆଇ ପ୍ରସ୍ତାବ ଦେଇଛି। ଏନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି-“ସମସ୍ତଙ୍କ ସହ ଆଲୋଚନା ପରେ ଧୋନୀଙ୍କ ନାଁ ସ୍ଥିର କରାଯାଇଛି। ଏଥିରେ କାହାରି କୌଣସି ମତଭେଦ ନାହିଁ।” ଧୋନୀଙ୍କୁ ଭାରତର ସର୍ବଶ୍ରେଷ୍ଠ କ୍ୟାପଟେନ୍ କୁହାଯାଏ। ତାଙ୍କ ଅଧିନାୟକତ୍ୱରେ […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 04:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ର ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ତାଙ୍କ ଅଧିନାୟକତ୍ୱ ସମୟରେ ଭାରତ ବଶ୍ୱକପ୍‌ ଓ ଟି-୨୦ ବିଶ୍ୱକପ୍‌ ଜିତିଥିଲା। ସେଥିପାଇଁ ସମ୍ମାନଜନକ ପଦ୍ମ ଭୂଷଣ ପ୍ରଦାନ ପାଇଁ ଧୋନୀଙ୍କ ନାଁକୁ ବିସିସିଆଇ ପ୍ରସ୍ତାବ ଦେଇଛି।

ଏନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି-“ସମସ୍ତଙ୍କ ସହ ଆଲୋଚନା ପରେ ଧୋନୀଙ୍କ ନାଁ ସ୍ଥିର କରାଯାଇଛି। ଏଥିରେ କାହାରି କୌଣସି ମତଭେଦ ନାହିଁ।” ଧୋନୀଙ୍କୁ ଭାରତର ସର୍ବଶ୍ରେଷ୍ଠ କ୍ୟାପଟେନ୍ କୁହାଯାଏ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୧ ମସିହାରେ ବିଶ୍ୱକପ୍ ଓ ୨୦୦୭ରେ ଟି-୨୦ ବିଶ୍ୱକପ୍ ଜିତିଥିଲା। ଏକ ଦିବସୀୟ ମ୍ୟାଚରେ ଧୋନୀ ପାଖାପାଖି ୧୦,୦୦୦ ରନ୍ କରିଛନ୍ତି। ସେ ୯୦ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି।

ଧୋନିଙ୍କୁ ପୂର୍ବରୁ ଖେଳରତ୍ନ, ପଦ୍ମଶ୍ରୀ ଓ ଅର୍ଜୁନ ଆୱାର୍ଡ ମିଳିସାରିଛି। ଯଦି ଧୋନିଙ୍କ ନାଁ ପଦ୍ମଭୂଷଣ ପାଇଁ ଫାଇନାଲ ହୁଏ, ତେବେ ସେ ୧୧ ତମ କ୍ରିକେଟର ଭାବେ ଏହି ପୁରସ୍କାର ପାଇବେ। ପୂର୍ବରୁ କପିଲ ଦେବ, ସଚିନ୍ ତେନ୍ଦୁଲକର, ସୁନିଲ ଗାଭାସ୍କର, ରାହୁଲ ଦ୍ରାଭିଡ ଓ ଚନ୍ଦୁ ବୋଡେ ଏହି ସମ୍ମାନ ପାଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos