ପୁଣି ଏକ ଟାଇଟଲ ଜିତିଲେ ଧୋନି, ଜାଣନ୍ତୁ ଏଥର କେଉଁଥିରେ

ରାଞ୍ଚି: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ରିକେଟରୁ ଦୂରେଇ ରହିଥିଲେ ହେଁ ଚର୍ଚ୍ଚାରୁ ଦୂରେଇ ନାହାନ୍ତି। ସେ କ୍ରିକେଟ୍‌ ନୁହେଁ ବରଂ ଟେନିସରେ କମାଲ ଦେଖାଇ ଚାମ୍ପିୟନ ହୋଇଛନ୍ତି। କ୍ରିକେଟ୍‌ରେ ଅନେକ ଥର ଟ୍ରଫି ଜିତିଥିବା ଧୋନି ଏଥର ଜେଏସ୍‌ସିଏ କଣ୍ଟ୍ରୀ କ୍ରିକେଟ୍‌ କ୍ଲବ ଟେନିସ୍ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ଧୋନି ପୁରୁଷ ଡବଲ୍‌ରେ ଭାଗ ନେଇଥିଲେ। ଏଥିରେ ଧୋନିଙ୍କ ପାର୍ଟନର ଥିଲେ ସ୍ଥାନୀୟ ଅଞ୍ଚଳ ସୁମିତ କୁମାର ନାମକ ଜଣେ ଖେଳାଳି। ତେବେ ଧୋନି ଓ […]

dy

Hemant Lenka
  • Published: Saturday, 01 December 2018
  • , Updated: 01 December 2018, 04:42 PM IST

ରାଞ୍ଚି: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ରିକେଟରୁ ଦୂରେଇ ରହିଥିଲେ ହେଁ ଚର୍ଚ୍ଚାରୁ ଦୂରେଇ ନାହାନ୍ତି। ସେ କ୍ରିକେଟ୍‌ ନୁହେଁ ବରଂ ଟେନିସରେ କମାଲ ଦେଖାଇ ଚାମ୍ପିୟନ ହୋଇଛନ୍ତି।

କ୍ରିକେଟ୍‌ରେ ଅନେକ ଥର ଟ୍ରଫି ଜିତିଥିବା ଧୋନି ଏଥର ଜେଏସ୍‌ସିଏ କଣ୍ଟ୍ରୀ କ୍ରିକେଟ୍‌ କ୍ଲବ ଟେନିସ୍ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ଧୋନି ପୁରୁଷ ଡବଲ୍‌ରେ ଭାଗ ନେଇଥିଲେ। ଏଥିରେ ଧୋନିଙ୍କ ପାର୍ଟନର ଥିଲେ ସ୍ଥାନୀୟ ଅଞ୍ଚଳ ସୁମିତ କୁମାର ନାମକ ଜଣେ ଖେଳାଳି। ତେବେ ଧୋନି ଓ ସୁମିତ ଯୋଡ଼ି ଫାଇନାଲ୍‌ରେ ସିଧାସଳଖ ୬-୩ ଓ ୬-୩ରେ ଜିତି ଟ୍ରଫି ହାତେଇଛନ୍ତି।

ଯାହାକୁ ନେଇ ସୋଶାଲ୍‌ ମିଡିଆରେ ଧୋନିଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।

୨୦୧୮ରେ ଧୋନି କ୍ରିକେଟରେ ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଏଥିପାଇଁ ତାଙ୍କୁ ୱେଷ୍ଟଇଣ୍ଡିଜ୍‌ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରୁ ବାଦ ଦିଆଯାଇଥିଲା। କ୍ରିକେଟରୁ ଛୁଟି ପାଇଥିବା ଧୋନି ସର୍ବଦା ଫୁଟବଲ୍‌ ଖେଳି ଚର୍ଚ୍ଚାରେ ରହୁଥିଲେ। କିନ୍ତୁ ପ୍ରଥମଥର ଧୋନି ଟେନିସ୍ ଖେଳି ନିଜର ଯାଦ ଦେଖାଇଛନ୍ତି।

Related story