ନୂଆଦିଲ୍ଲୀ: ଦିଲ୍ଲୀରେ ଦିଲ୍ଲୀ-ବେଙ୍ଗଲ ରଣଜୀ ଟ୍ରଫି କ୍ରିକେଟ୍ ମ୍ୟାଚ୍ ବେଳେ ଅପ୍ରୀତିକର ଘଟଣା ଘଟିଛି। ଦିଲ୍ଲୀ ଅଧିନାୟକ ତଥା ଅନ୍ତର୍ଜାତୀୟ ଖେଳାଳି ଗୌତମ ଗମ୍ଭୀର ମ୍ୟାଚ ବେଳେ ଅମ୍ପାୟାରଙ୍କୁ ଉତ୍ତେଜିତ ହୋଇ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଗମ୍ଭୀରଙ୍କ ଉପରେ ବ୍ୟାନ୍ ଲାଗିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଗତକାଲି ରଣଜୀ ଟ୍ରଫିର ଏକ ମ୍ୟାଚ ବେଳେ ବେଙ୍ଗଲ ବ୍ୟାଟସମ୍ୟାନ୍ ତଥା ଅଧିନାୟକ ମନୋଜ ତିୱାରୀ ବ୍ୟାଟିଂ ପାଇଁ ପଡିଆକୁ ଆସିଥିଲେ। ବଲକୁ ସାମ୍ନା କରିବା ପୂର୍ବରୁ ମନୋଜ ହେଲମେଟ୍ ଆଣିବାକୁ ଟ୍ରେସିଂ ରୁମକୁ ଇସାରା ଦେଇଥିଲେ। ଯାହାକୁ ବିରୋଧ କରିଥିଲେ ଦିଲ୍ଲୀ ଖେଳାଳି। ପରେ ଏହାକୁ ନେଇ ଗମ୍ଭୀର ଓ ମନୋଜ ତିୱାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅମ୍ପାୟାର ଶ୍ରୀନାଥ ଉଭୟଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରୁଥିବା ବେଳେ ଗମ୍ଭୀର ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଉଭୟ ଗମ୍ଭୀର ଓ ମନୋଜଙ୍କୁ ମ୍ୟାଚ୍ ରେଫରୀ ସମନ ଜାରି କରିଛନ୍ତି। ଘଟଣା ପାଇଁ ଡିଡିସିଏ ଗମ୍ଭୀରଙ୍କୁ ତାଙ୍କ ମ୍ୟାଚ୍ ଫି'ର ୫୦ ପ୍ରତିଶତ ଜରିମାନା କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।