ଦିନିକିଆ କ୍ରିକେଟରେ ବଦଳିଲା ତିନି ନିୟମ, ଏଣିକି ସବୁ ନୋ ବଲରେ ଫ୍ରି ହିଟ୍

ଦୁବାଇ: ଦିନିକିଆ କ୍ରିକେଟର ନିୟମରେ ତିନୋଟି ପରିବର୍ତ୍ତନ କରାଯାଇଛି। ବାରବଡୋସ ଠାରେ ଚାଲିଥିବା ଆଇସିସିର ବାର୍ଷିକ ସମ୍ମିଳନୀରେ ଶୁକ୍ରବାର ଏହି ପରିବର୍ତ୍ତନ କରାଯାଇଛି। ନୂଆ ନିୟମଗୁଡ଼ିକ ଜୁଲାଇ ୫ ତାରିଖରୁ ଲାଗୁ ହେବ। ପରବର୍ତ୍ତନ କରାଯାଇଥିବା ତିନୋଟି ନିୟମ ହେଉଛି- ୧ ଏବେ ଠାରୁ ସମସ୍ତ ପ୍ରକାର ନୋ’ବଲରେ ବ୍ୟାଟ୍ସମ୍ୟାନଙ୍କୁ ଫ୍ରି ହିଟ‌ ମିଳିବ। ପୂର୍ବରୁ କେବଳ ‘ଓଭର ଷ୍ଟେପି ନୋ ବଲରେ ଫ୍ରି ହିଟ୍ ମିଳୁଥିଲା। ୨- ଶେଷ ୧୦ ଓଭରରେ ଅର୍ଥାତ ୪୧ରୁ୫୦ ଓଭର […]

indian-cricket-

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 06:40 AM IST

ଦୁବାଇ: ଦିନିକିଆ କ୍ରିକେଟର ନିୟମରେ ତିନୋଟି ପରିବର୍ତ୍ତନ କରାଯାଇଛି। ବାରବଡୋସ ଠାରେ ଚାଲିଥିବା ଆଇସିସିର ବାର୍ଷିକ ସମ୍ମିଳନୀରେ ଶୁକ୍ରବାର ଏହି ପରିବର୍ତ୍ତନ କରାଯାଇଛି। ନୂଆ ନିୟମଗୁଡ଼ିକ ଜୁଲାଇ ୫ ତାରିଖରୁ ଲାଗୁ ହେବ। ପରବର୍ତ୍ତନ କରାଯାଇଥିବା ତିନୋଟି ନିୟମ ହେଉଛି- ୧ ଏବେ ଠାରୁ ସମସ୍ତ ପ୍ରକାର ନୋ’ବଲରେ ବ୍ୟାଟ୍ସମ୍ୟାନଙ୍କୁ ଫ୍ରି ହିଟ‌ ମିଳିବ। ପୂର୍ବରୁ କେବଳ ‘ଓଭର ଷ୍ଟେପି ନୋ ବଲରେ ଫ୍ରି ହିଟ୍ ମିଳୁଥିଲା। ୨- ଶେଷ ୧୦ ଓଭରରେ ଅର୍ଥାତ ୪୧ରୁ୫୦ ଓଭର ମଧ୍ୟରେ ୩୦ ୟାର୍ଡ ସର୍କଲ ବାହାରେ ୫ ଜଣ ଫିଲ୍ଡର ରଖିବାକୁ ଅନୁମତି ଦିଆଯାଇଛି। ୩- ୧୫ ରୁ ୪୦ ଓଭର ମଧ୍ୟରେ କୌଣସି ପାୱାର ପ୍ଲେ ନିଆଯାଇ ପାରିବ ନାହିଁ। ଅର୍ଥାତ ବ୍ୟାଟିଂ ପାୱାର ପ୍ଲେ ଅଧ୍ୟାୟ ଖତମ।

ଦିନିକିଆ କ୍ରିକେଟକୁ ସାଧାରଣତଃ ବ୍ୟାଟ୍ସମ୍ୟାନ ମାନଙ୍କ ଖେଳ ବୋଲି କୁହାଯାଏ। ବିଗତ ଦିନଗୁଡ଼ିକରେ ବିଭିନ୍ନ ନିୟମରେ ହୋଇଥିବା ପରିବର୍ତ୍ତନରେ ବ୍ୟାଟ୍ସମ୍ୟାନ ମାନେ ହିଁ ଅଧିକ ଫାଇଦାରେ ରହିଥିଲେ। କିନ୍ତୁ ଗତକାଲି ଯେଉଁ ସବୁ ପରିବର୍ତ୍ତନ କରାଯାଇଛି ସେଥିରେ ବୋଲରମାନଙ୍କୁ ଫାଇଦା ମିଳିବ। ଏବେ ଦିନିକିଆରେ ଆଉ ଦ୍ୱିଶତକ ମାରିବା ସହଜ ହେବ ନାହିଁ ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି।

Related story