ଅଷ୍ଟ୍ରେଲିଆନ୍ ଓପନ୍‌: ଫେଡେରରଙ୍କୁ ହରାଇ ଫାଇନାଲରେ ଜୋକୋଭିଚ୍‌

ମେଲବର୍ଣ୍ଣ: ସର୍ବିୟା ଟେନିସ୍ ତାରକା ନୋଭାକ୍ ଜୋକୋଭିଚ୍ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ପହଞ୍ଚିଛନ୍ତି। ଗୁରୁବାର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଜୋକୋଭିଚ୍ ସ୍ୱିଜରଲ୍ୟାଣ୍ଡର କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରରଙ୍କୁ ୭-୬ (୭/୧), ୬-୪, ୬-୩ ସେଟରେ ପରାସ୍ତ କରିଛନ୍ତି। ଏହି ପରାଜୟ ସହ ୩୮ ବର୍ଷୀୟ ଫେଡେରରଙ୍କ ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବାର ସ୍ୱପ୍ନ ଧୂଳିସାତ ହୋଇଯାଇଛି। ରେକର୍ଡ ଅଷ୍ଟମ ଟାଇଟଲ୍ ଜିତିବା ଲକ୍ଷ୍ୟରେ କୋର୍ଟକୁ ଓହ୍ଲାଇଥିବା ୩୨ […]

novak-and-roger

Ranjit Kumar Jena
  • Published: Thursday, 30 January 2020
  • , Updated: 30 January 2020, 06:13 PM IST

ମେଲବର୍ଣ୍ଣ: ସର୍ବିୟା ଟେନିସ୍ ତାରକା ନୋଭାକ୍ ଜୋକୋଭିଚ୍ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ପହଞ୍ଚିଛନ୍ତି। ଗୁରୁବାର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଜୋକୋଭିଚ୍ ସ୍ୱିଜରଲ୍ୟାଣ୍ଡର କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରରଙ୍କୁ ୭-୬ (୭/୧), ୬-୪, ୬-୩ ସେଟରେ ପରାସ୍ତ କରିଛନ୍ତି। ଏହି ପରାଜୟ ସହ ୩୮ ବର୍ଷୀୟ ଫେଡେରରଙ୍କ ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବାର ସ୍ୱପ୍ନ ଧୂଳିସାତ ହୋଇଯାଇଛି। ରେକର୍ଡ ଅଷ୍ଟମ ଟାଇଟଲ୍ ଜିତିବା ଲକ୍ଷ୍ୟରେ କୋର୍ଟକୁ ଓହ୍ଲାଇଥିବା ୩୨ ବର୍ଷୀୟ ଜୋକୋଭିଚ୍ ନିଜର ଦମଦାର ପ୍ରଦର୍ଶନ ବଜାୟ ରଖି ୨ ଘଣ୍ଟା ୧୮ ମିନିଟରେ ଫେଡେରରଙ୍କୁ ହରାଇଛନ୍ତି।

ଫାଇନାଲରେ ଜୋକୋଭିଚଙ୍କ ସାମ୍ନା ଅଷ୍ଟ୍ରିଆର ପଞ୍ଚମ ସିଡ୍ ଡୋମିନିକ୍ ଥିମ୍ ଓ ଜର୍ମାନୀର ଆଲେକଜାଣ୍ଡାର ଜ୍ୱେରେଭଙ୍କ ମଧ୍ୟରେ ହେବାକୁଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କ ସହ ହେବ। ବିଜୟ ସହ ଜୋକୋଭିଚ୍ ଫେଡେରରଙ୍କ ବିରୋଧରେ ନିଜର ବିଜୟ ରେକର୍ଡ ୨୭-୨୩ରେ କରିଛନ୍ତି। ଅନ୍ୟପକ୍ଷରେ ଫେଡେରର ମେଲବର୍ଣ୍ଣରେ ପୁଣିଥରେ ଜୋକୋଭିଚଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଜୋକୋଭିଚ୍ ଅଷ୍ଟ୍ରେଲିଆନ୍ ଓପନରେ ଫେଡେରରଙ୍କୁ ୫ଥର ଭେଟିଛନ୍ତି ଏବଂ ସବୁଥିରେ ବିଜୟୀ ହୋଇଛନ୍ତି।

ସେମିଫାଇନାଲ୍ ମ୍ୟାଚର ପ୍ରଥମ ସେଟ୍ ଟାଇବ୍ରେକରରେ ନିର୍ଦ୍ଧାରିତ ହୋଇଥିଲା। ପ୍ରଥମ ସେଟରେ ଫେଡେରର ୫-୪ରେ ଆଗୁଆ ଥିଲେ ଏବଂ ତାଙ୍କ ପାଖରେ ଜିତିବାର ଭଲ ସୁଯୋଗ ଥିଲା। କିନ୍ତୁ ଜୋକୋଭିଚ୍ ଫେଡେରରଙ୍କ ସର୍ଭିସ୍ ବ୍ରେକ୍ କରି ଏହାକୁ ଟାଇବ୍ରେକର ପର୍ଯ୍ୟନ୍ତ ଟାଣିଥିଲେ। ଟାଇବ୍ରେକରରେ ଜୋକୋଭିଚଙ୍କ କୌଣସି ଶଟର ଜବାବ ଫେଡେରରଙ୍କ ପାଖରେ ନଥିଲା। ଏଥିରେ ଫେଡେରର୍ ମାତ୍ର ୧ ପଏଣ୍ଟ ହାସଲ କରିଥିବା ବେଳେ ଜୋକୋଭିଚ୍ ୭ ପଏଣ୍ଟ ପାଇ ବିଜୟୀ ହୋଇଥିଲେ।

ଦ୍ୱିତୀୟ ସେଟର ଅନ୍ତିମ ଗେମରେ ଜୋକୋଭିଚ୍ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ସର୍ଭିସ୍ ବ୍ରେକ୍ କରି ୬-୪ରେ ବିଜୟୀ ହୋଇଥିଲେ। ଡିଫେଣ୍ଡିଂ ଚାମ୍ପିୟନ୍ ଜୋକୋଭିଚ୍ ତୃତୀୟ ସେଟରେ ମଧ୍ୟ ନିଜର ଦବଦବା କାଏମ୍ ରଖିଥିଲେ ଏବଂ ୩୮ ବର୍ଷୀୟ ଭେଟେରାନଙ୍କ ଉପରେ ଲଗାତାର ଚାପ ପକାଇ ମୁକାବିଲାକୁ ଜିତି ନେଇଥିଲେ।

Related story