ଅଷ୍ଟ୍ରେଲିଆନ୍ ଓପନ୍‌: ପ୍ରଥମଥର ଟାଇଟଲ୍ ରାଉଣ୍ଡରେ ପହଞ୍ଚିଲେ ଥିମ୍‌

ମେଲବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନରେ ଅଷ୍ଟ୍ରିଆର ଯୁବ ଖେଳାଳି ଡୋମିନିକ୍ ଥିମ୍ ନିଜର ଦମଦାର ପ୍ରଦର୍ଶନ ବଜାୟ ରଖି ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ସେମିଫାଇନାଲରେ ଥିମ୍ ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେଭଙ୍କୁ ୩-୬, ୬-୪, ୭-୬ (୭/୩), ୭-୬ (୭/୪) ସେଟରେ ପରାସ୍ତ କରି ଟାଇଟଲ୍ ରାଉଣ୍ଡରେ ପହଞ୍ଚିଛନ୍ତି। ଫାଇନାଲରେ ତାଙ୍କ ସାମ୍ନା ଡିଫେଣ୍ଡିଂ ଚାମ୍ପିୟନ୍ ନୋଭାକ୍ ଜୋକୋଭିଚଙ୍କ ସହ ହେବ, ଯିଏ ସେମିରେ ସ୍ୱିଜରଲ୍ୟାଣ୍ଡର ରୋଜର ଫେଡେରରଙ୍କୁ ହରାଇଥିଲେ। କ୍ୱାର୍ଟରଫାଇନାଲରେ ବିଶ୍ୱର […]

thiem

Ranjit Kumar Jena
  • Published: Friday, 31 January 2020
  • , Updated: 31 January 2020, 06:49 PM IST

ମେଲବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନରେ ଅଷ୍ଟ୍ରିଆର ଯୁବ ଖେଳାଳି ଡୋମିନିକ୍ ଥିମ୍ ନିଜର ଦମଦାର ପ୍ରଦର୍ଶନ ବଜାୟ ରଖି ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ସେମିଫାଇନାଲରେ ଥିମ୍ ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେଭଙ୍କୁ ୩-୬, ୬-୪, ୭-୬ (୭/୩), ୭-୬ (୭/୪) ସେଟରେ ପରାସ୍ତ କରି ଟାଇଟଲ୍ ରାଉଣ୍ଡରେ ପହଞ୍ଚିଛନ୍ତି।

ଫାଇନାଲରେ ତାଙ୍କ ସାମ୍ନା ଡିଫେଣ୍ଡିଂ ଚାମ୍ପିୟନ୍ ନୋଭାକ୍ ଜୋକୋଭିଚଙ୍କ ସହ ହେବ, ଯିଏ ସେମିରେ ସ୍ୱିଜରଲ୍ୟାଣ୍ଡର ରୋଜର ଫେଡେରରଙ୍କୁ ହରାଇଥିଲେ। କ୍ୱାର୍ଟରଫାଇନାଲରେ ବିଶ୍ୱର ଏକ ନମ୍ବର ଖେଳାଳି ରାଫେଲ୍ ନାଡାଲ ହରାଇଥିବା ଥିମ୍ ପ୍ରଥମ ସେଟରେ ୩-୬ରେ ହାରିଯାଇଥିଲେ। କିନ୍ତୁ ପରବର୍ତ୍ତୀ ତିନୋଟି ସେଟରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଏବଂ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ କୌଣସି ସୁଯୋଗ ଦେଇନଥିଲେ।

ଦ୍ୱିତୀୟ ସେଟକୁ ୬-୪ରେ ଜିତିବା ପରେ ତୃତୀୟ ଏବଂ ଚତୁର୍ଥ ସେଟ୍ ଟାଇବ୍ରେକରକୁ ଯାଇଥିଲା, ଯେଉଁଥିରେ ଥିମ୍ ବିଜୟୀ ହୋଇଥିଲେ। ଏହି ମୁକାବିଲାକୁ ଜିତିବା ପାଇଁ ଥିମ୍ ୩ ଘଣ୍ଟା ୪୨ ମିନିଟ୍ ସମୟ ନେଇଥିଲେ।

Related story