ଦ୍ରାବିଡ଼ ହୋଇପାରନ୍ତି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌

ମୁମ୍ବାଇ: ‘ଦି ୱାଲ୍‌’ ରାହୁଲ ଦ୍ରାବିଡ଼ ହୋଇପାରନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌। ବର୍ଷକ ପୂର୍ବେ ଇଣ୍ଡିଆ-ଏ ଏବଂ ଅଣ୍ଡର-୧୯ ଟିମ୍‌ର କୋଚ୍‌ ହୋଇଥିବା ଦ୍ରାବିଡ଼ଙ୍କୁ ବିସିସିଆଇ ଏହି ଦାୟିତ୍ୱ ଦେବାକୁ ଚାହୁଁଛି। ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ ଆଡଭାଇଜରୀ କମିଟି ଏ ନେଇ ଦ୍ରାବିଡ଼ଙ୍କ ସହ ଆଲୋଚନା କରିବା ସହ ତାଙ୍କ ମତାମତ ଲୋଡ଼ିଛନ୍ତି। ଏ ବିଷୟରେ ଚିନ୍ତା କରିବେ ବୋଲି ଦ୍ରାବିଡ଼ କହିଛନ୍ତି। ବିସିସିଆଇ ଏପରି ଜଣେ କୋଚ୍‌ଙ୍କ […]

rahul dravid

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 01:57 PM IST

ମୁମ୍ବାଇ: ‘ଦି ୱାଲ୍‌’ ରାହୁଲ ଦ୍ରାବିଡ଼ ହୋଇପାରନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌। ବର୍ଷକ ପୂର୍ବେ ଇଣ୍ଡିଆ-ଏ ଏବଂ ଅଣ୍ଡର-୧୯ ଟିମ୍‌ର କୋଚ୍‌ ହୋଇଥିବା ଦ୍ରାବିଡ଼ଙ୍କୁ ବିସିସିଆଇ ଏହି ଦାୟିତ୍ୱ ଦେବାକୁ ଚାହୁଁଛି। ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ ଆଡଭାଇଜରୀ କମିଟି ଏ ନେଇ ଦ୍ରାବିଡ଼ଙ୍କ ସହ ଆଲୋଚନା କରିବା ସହ ତାଙ୍କ ମତାମତ ଲୋଡ଼ିଛନ୍ତି। ଏ ବିଷୟରେ ଚିନ୍ତା କରିବେ ବୋଲି ଦ୍ରାବିଡ଼ କହିଛନ୍ତି।

ବିସିସିଆଇ ଏପରି ଜଣେ କୋଚ୍‌ଙ୍କ ସନ୍ଧାନରେ ଅଛି, ଯିଏ ଯୁବ ଖେଳାଳିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିପାରିବେ। ବିଶେଷ କରି ଟେଷ୍ଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତ କରିବେ। ଏଥିପାଇଁ ଦ୍ରାବିଡ଼ ପ୍ରସ୍ତୁତ ଥିବା ଜଣାପଡିଛି। ଯଦି ସେ କୋଚ୍‌ ହୁଅନ୍ତି ତାଙ୍କୁ କାମ କରିବାରେ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। ତା’ସହିତ ୨୦୧୯ ବିଶ୍ୱକପ୍‌ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯିବ।

ମୁଖ୍ୟ କୋଚ୍‌ ନିଯୁକ୍ତିକୁ ନେଇ ମଙ୍ଗଳବାର ବିସିସିଆଇ ଆଡଭାଇଜରୀ କମିଟି ବୈଠକ ବସିବ। ହେଲେ ଏଥିରେ କିଛି ଚୂଡାନ୍ତ ନିଷ୍ପତ୍ତି ନିଆଯିବାର ଆଶା କମ୍ ରହିଛି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଡାଇରେକ୍ଟର ରବି ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଅବସରରେ ଶେଷ ହୋଇଯାଇଛି। ଶାସ୍ତ୍ରୀଙ୍କ କଣ୍ଟ୍ରାକ୍ଟ ଆଗକୁ ବଢ଼ାଯିବ କି ନାହିଁ ତାହା ବୋର୍ଡ ସ୍ପଷ୍ଟ କରିନାହିଁ। ରବି ଶାସ୍ତ୍ରୀ ଟିମ୍‌ ସହ ଆଗକୁ କାମ କରିବାକୁ ଚାହୁଁଛନ୍ତି, ହେଲେ ବୋର୍ଡ ତାଙ୍କୁ ମୁଖ୍ୟ କୋଚ୍‌ କରିବା ଯୋଜନାରେ ନାହିଁ।

ଅଷ୍ଟ୍ରେଲିଆର ମାଇକେଲ ହସିଙ୍କୁ ମୁଖ୍ୟ କୋଚ୍‌ କରିବାକୁ ବିସିସିଆଇ ଆଗ୍ରହ ପ୍ରକାଶ କରିଥିଲା। ହେଲେ ବିସିସିଆଇ ଓ ହସିଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସଫଳ ହୋଇ ନ ଥିଲା। ମୁଖ୍ୟ କୋଚ୍‌ ଚୟନ ଲାଗି କିଛି ସମୟ ଲାଗିବାକୁ ଥିବାରୁ ବିସିସିଆଇ ସହାୟକ କୋଚ୍‌ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍‌ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧରଙ୍କ ଚୁକ୍ତି ସମୟ ବଢାଇବାକୁ ଯୋଜନା କରୁଛି।

Related story