‘ମୋ ଟଙ୍କା କାଟ, ସମସ୍ତଙ୍କୁ ଦିଅ ସମାନ ପୁରସ୍କାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତମାସରେ ଅଷ୍ଟ୍ରେଲିଆକୁ ହରାଇ ଉଣେଇଶ ବର୍ଷରୁ କମ୍‌ (U19) ବିଶ୍ୱକପ୍ ଜିତିଥିଲା ଭାରତ। ଏହା ସହିତ ଲଗାତାର ଚତୁର୍ଥ ଥର ପାଇଁ ଭାରତ ଏହି କପ୍‌ ହାତେଇଥିଲା। ଏହି ବିଜୟ ପରେ ବିସିସିଆଇ ପକ୍ଷରୁ ଉଭୟ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଟିମ୍‌ର ପ୍ରତ୍ୟେକ ଖେଳାଳିଙ୍କୁ ୩୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା ବିସିସିଆଇ। ସେହିପରି କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ୫୦ ଲକ୍ଷ ଓ ଅନ୍ୟ […]

RahulDravid

RahulDravid

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 11:17 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତମାସରେ ଅଷ୍ଟ୍ରେଲିଆକୁ ହରାଇ ଉଣେଇଶ ବର୍ଷରୁ କମ୍‌ (U19) ବିଶ୍ୱକପ୍ ଜିତିଥିଲା ଭାରତ। ଏହା ସହିତ ଲଗାତାର ଚତୁର୍ଥ ଥର ପାଇଁ ଭାରତ ଏହି କପ୍‌ ହାତେଇଥିଲା। ଏହି ବିଜୟ ପରେ ବିସିସିଆଇ ପକ୍ଷରୁ ଉଭୟ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଟିମ୍‌ର ପ୍ରତ୍ୟେକ ଖେଳାଳିଙ୍କୁ ୩୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା ବିସିସିଆଇ। ସେହିପରି କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ୫୦ ଲକ୍ଷ ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଥିଲା। ତେବେ ଏହି ଘୋଷଣାକୁ ନେଇ ଦ୍ରାବିଡ଼ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କୁ ଅଧିକ ଓ ଅନ୍ୟ ସପୋର୍ଟ ଷ୍ଟାଫଙ୍କୁ କମ୍ ପୁରସ୍କାର ରାଶି ଦିଆଯିବା କଥାକୁ ନେଇ ସେ ଅସନ୍ତୋଷ ଜାହିର କରିଥିଲେ। ସମସ୍ତଙ୍କୁ ସମାନ ପୁରସ୍କାର ଦିଆଯିବା ଉଚିତ ବୋଲି ସେ କହିଥିଲେ। ତାଙ୍କର ଯୁକ୍ତି ଥିଲା ଟିମ୍ ପାଇଁ ସେ ଯେତିକି ପରିଶ୍ରମ କରିଥିଲେ ଅନ୍ୟ ସପୋର୍ଟ ଷ୍ଟାଫ୍ ମଧ୍ୟ ସେତିକି ପରିଶ୍ରମ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଦ୍ରାବିଡ଼ ଅସନ୍ତୋଷ ପ୍ରକାଶ କରିବା ପରେ ବିସିସିଆଇ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛି। ଏପରିକି ରାହୁଲ ମଧ୍ୟ ୫୦ ଲକ୍ଷ ଟଙ୍କା ବଦଳରେ ୨୫ ଲକ୍ଷ ଟଙ୍କା ନେବେ। ଇଂରାଜୀ ଖବର କାଗଜ ‘ଇଣ୍ଡିଆନ୍ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ଖବର ଆଧାରରେ ସ୍କ୍ରୋଲ୍‌.ଇନ୍ ୱେବ୍‌ସାଇଟ୍‌ରେ ଏହି ଖବର ପ୍ରକାଶ ପାଇଛି।

ଏଥିରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଦ୍ରାବିଡ଼ ଫେବ୍ରୁଆରୀ ୧୪ରେ ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ। ସବୁ ସପୋର୍ଟ ଷ୍ଟାଫ୍‌ଙ୍କୁ ସମାନ ପୁରସ୍କାର ରାଶି ଦେବାକୁ ସେ କହିଥିଲେ। ଏହା ସହିତ ଅତୀତରେ ଟିମ୍ ପାଇଁ କାମ କରିଥିବା, କିନ୍ତୁ ବିଶ୍ୱକପ୍ ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇନଥିବା ଷ୍ଟାଫ୍‌ଙ୍କୁ ମଧ୍ୟ ପୁରସ୍କୃତ କରିବାକୁ ସେ କହିଥିଲେ।

ରାହୁଲ କହିବା ପରେ ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ପୁରସ୍କାର ରାଶିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଦ୍ରାବିଡ଼ ମଧ୍ୟ ୨୫ ଲକ୍ଷ ଟଙ୍କା ନେବେ। ରାହୁଲଙ୍କ ପ୍ରସ୍ତାବ ଅନୁଯାୟୀ ସ୍ୱର୍ଗତ ପ୍ରଶିକ୍ଷକ ରାଜେଶ ସାୱନ୍ତଙ୍କ ପରିବାରକୁ ପ୍ରୋତ୍ସାହନ ରାଶି ଦିଆଯିବ। ଗତବର୍ଷ ସାୱନ୍ତଙ୍କ ପରଲୋକ ହୋଇଥିଲା। ଡବ୍ଲ୍ୟୁ.ଭି. ରମଣଙ୍କୁ ମଧ୍ୟ ପୁରସ୍କୃତ କରାଯିବ।  U19 ଟିମ୍ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ସେ କୋଚ୍ ଥିଲେ। ଲଜିଷ୍ଟିକ୍‌ସ ମ୍ୟାନେଜର ମଞ୍ଜୁ ଶର୍ମା ଓ ସୁମିତ ମଲାହାପୁରାକର ଓ ଟ୍ରେନର ଅମୋଘ ପଣ୍ଡିତଙ୍କୁ ମଧ୍ୟ ପୁରସ୍କୃତ କରାଯିବ।

ବିସିସିଆଇର ଜଣେ ଅଧିକାରୀ ନାଁ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି,“ପୁରସ୍କାର ରାଶି ଘୋଷଣା କରିବା ସମୟରେ ଦ୍ରାବିଡ଼ ଖୁସି ନଥିଲେ। ଅନ୍ୟମାନଙ୍କ ଅପେକ୍ଷା ତାଙ୍କୁ ଅଧିକ ଅର୍ଥ ଦିଆଯିବା କଥାକୁ ସେ ଗ୍ରହଣ କରି ପାରିନଥିଲେ। ସେ ବୋର୍ଡ ଆଗରେ ତାଙ୍କ ମନ କଥା ରଖିଥିଲେ। ତାଙ୍କ ପୁରସ୍କାର ରାଶି କାଟିବା ପାଇଁ ସେ କହିବା ପରେ ବସିସିଆଇର ଅନେକ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।”

ଦିନେ ସେ ଥିଲେ ଟିମ୍ ଇଣ୍ଡିଆର ‘ମିଷ୍ଟର ଡିପେଣ୍ଡେବଲ୍‌’ ଓ ‘ଦ ୱାଲ୍’। ଖେଳ ପଡ଼ିଆରେ ଯେମିତି ସେ ଭଦ୍ର, ବାହାରେ ମଧ୍ୟ ସେତିକି ନମ୍ର। ନିଜର ଅମାୟିକ ବ୍ୟବହାର ପାଇଁ ସେ ବେଶ୍ ପରିଚିତ। ଏହି କ୍ଷେତ୍ରରେ ସେ କେବଳ ପୁରସ୍କାରକୁ ନେଇ ଅସନ୍ତୋଷ ପ୍ରକାଶ କଲେନି, ତାଙ୍କ ସମେତ ସମସ୍ତ ସପୋର୍ଟ ଷ୍ଟାଫଙ୍କୁ କିପରି ସମାନ ପୁରସ୍କାର ମିଳିବ ତାହା ବି ସୁନିଶ୍ଚିତ କଲେ। ଏହା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ଉଦାହରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story