ଦୁଲୀପ ଟ୍ରଫି: ଡ୍ର' ଅଭିମୁଖେ ଗ୍ରୀନ୍- ରେଡ୍ ମ୍ୟାଚ୍

ଆଲୁର: ଏଠାରେ ଚାଲିଥିବା ଇଣ୍ଡିଆ ଗ୍ରୀନ୍ ଓ ଇଣ୍ଡିଆ ରେଡ୍ ଦୁଲୀପ ଟ୍ରଫି ମ୍ୟାଚ୍ ଡ୍ର’ ଅଭିମୁଖେ ଅଗ୍ରସର ହୋଇଛି। ଇଣ୍ଡିଆ ଗ୍ରୀନର ୪୪୦ ରନ୍ ଜବାବରେ ଇଣ୍ଡିଆ ରେଡ୍ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୪୦୪ ରନ୍ କରିଛି। ଫାଇନାଲରେ ପହଞ୍ଚିବାକୁ ହେଲେ ଇଣ୍ଡିଆ ରେଡକୁ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଇଣ୍ଡିଆ ଗ୍ରୀନ୍ ଆସନ୍ତାକାଲି ଗୋଟିଏ ୱିକେଟ୍ ନେଇ ପ୍ରଥମ ଇନିଂସରେ ଅଗ୍ରଣୀ ସହ […]

duleep-trophy

duleep-trophy

Ranjit Kumar Jena
  • Published: Saturday, 31 August 2019
  • Updated: 31 August 2019, 07:34 PM IST

Sports

Latest News

ଆଲୁର: ଏଠାରେ ଚାଲିଥିବା ଇଣ୍ଡିଆ ଗ୍ରୀନ୍ ଓ ଇଣ୍ଡିଆ ରେଡ୍ ଦୁଲୀପ ଟ୍ରଫି ମ୍ୟାଚ୍ ଡ୍ର' ଅଭିମୁଖେ ଅଗ୍ରସର ହୋଇଛି। ଇଣ୍ଡିଆ ଗ୍ରୀନର ୪୪୦ ରନ୍ ଜବାବରେ ଇଣ୍ଡିଆ ରେଡ୍ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୪୦୪ ରନ୍ କରିଛି। ଫାଇନାଲରେ ପହଞ୍ଚିବାକୁ ହେଲେ ଇଣ୍ଡିଆ ରେଡକୁ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଇଣ୍ଡିଆ ଗ୍ରୀନ୍ ଆସନ୍ତାକାଲି ଗୋଟିଏ ୱିକେଟ୍ ନେଇ ପ୍ରଥମ ଇନିଂସରେ ଅଗ୍ରଣୀ ସହ ଫାଇନାଲରେ ସ୍ଥାନ ହାସଲ କରିବାକୁ ଚାହିଁବ। ଶନିବାର ଷ୍ଟମ୍ପ ଅପସାରଣ ବେଳକୁ ଆଭେଶ ଖାନ୍ ୩୪ ଓ ସନ୍ଦୀପ ୱାରିୟର୍ ୨ ରନ୍ କରି ଅପରାଜିତ ଅଛନ୍ତି।

ତୃତୀୟ ଦିବସରେ ଇଣ୍ଡିଆ ରେଡ୍ ତା'ର ପୂର୍ବଦିନର ସ୍କୋର ୧୪୦/୨ରୁ ଖେଳ ଆରମ୍ଭ କରିଥିଲା। ଶୁକ୍ରବାର ଅପରାଜିତ ଥିବା ଇନଫର୍ମ ବ୍ୟାଟ୍ସମ୍ୟାନ୍ କରୁନ୍ ନାୟର୍ ୧୦ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ୯୦ (୧୫୪ ବଲ୍, ୧୬ ଚୌକା) ରନ୍ କରି ଅଙ୍କିତ ରାଜପୁତଙ୍କ ଶିକାର ହୋଇଥିଲେ। ଗତକାଲି ରିଟାୟର୍ଡ ହର୍ଟ ହୋଇଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଈଶ୍ୱରନ୍ ୨୨ ରନ୍ କରି ରାହୁଲ୍ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ।

ମହିପାଲ୍ ଲୋମରର୍ ଲଢ଼ୁଆ ବ୍ୟାଟିଂ କରି ଶତକ ମାରିଥିଲେ ହେଁ, ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ତରଫରୁ ସେଭଳି ସହଯୋଗ ମିଳିପାରିନଥିଲା। ଲୋମରର୍ ୨୭୨ ବଲରେ ୧୪ ଚୌକା ଓ ୩ ଛକା ସହ ୧୨୬ ରନ୍ କରି ଧର୍ମେନ୍ଦ୍ରସିଂ ଜାଡେଜାଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକର ଭରତ ୩୮, ଆଦିତ୍ୟ ସରୱତେ ୬, ଜୟଦେବ ଉନାଦକତ୍ ୩୦, ୱାଖରେ ୩ ରନ୍ କରି ଆଉଟ୍ ହୋଇଥିଲେ। ଇଣ୍ଡିଆ ଗ୍ରୀନ୍ ପକ୍ଷରୁ ଜାଡେଜା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ରାଜପୁତ୍ ଓ ତନବୀର ଉଲ୍-ହକ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos