ଦୁଲୀପ ଟ୍ରଫି ଫାଇନାଲ୍: ରେଡ୍ ପ୍ରଥମ ଇନିଂସରେ ଆଗୁଆ

ବେଙ୍ଗାଲୁରୁ: ବେଙ୍ଗଲର ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଈଶ୍ୱରନଙ୍କ ୧୫୩ ରନର ଦମଦାର ଇନିଂସ୍ ବଳରେ ଇଣ୍ଡିଆ ରେଡ୍ ଚଳିତ ଦୁଲୀପ ଟ୍ରଫି ଫାଇନାଲରେ ପ୍ରଥମ ଇନିଂସରେ ଆଗୁଆ ହୋଇଛି। ମ୍ୟାଚର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଣ୍ଡିଆ ରେଡ୍ ୬ ୱିକେଟ୍ ହରାଇ ୩୪୫ ରନ୍ କରି ମୋଟ ୧୧୪ ରନର ଅଗ୍ରଣୀ ହାସଲ କରିଛି। ଏହା ପୂର୍ବରୁ ଇଣ୍ଡିଆ ଗ୍ରୀନ୍ ପ୍ରଥମ ଇନିଂସରେ ୨୩୧ ରନ୍ କରି ଅଲଆଉଟ୍ ହୋଇଥିଲା। ତୃତୀୟ ଦିବସ ଷ୍ଟମ୍ପ […]

duleep

duleep

Ranjit Kumar Jena
  • Published: Friday, 06 September 2019
  • Updated: 07 September 2019, 07:37 AM IST

ବେଙ୍ଗାଲୁରୁ: ବେଙ୍ଗଲର ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଈଶ୍ୱରନଙ୍କ ୧୫୩ ରନର ଦମଦାର ଇନିଂସ୍ ବଳରେ ଇଣ୍ଡିଆ ରେଡ୍ ଚଳିତ ଦୁଲୀପ ଟ୍ରଫି ଫାଇନାଲରେ ପ୍ରଥମ ଇନିଂସରେ ଆଗୁଆ ହୋଇଛି। ମ୍ୟାଚର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଣ୍ଡିଆ ରେଡ୍ ୬ ୱିକେଟ୍ ହରାଇ ୩୪୫ ରନ୍ କରି ମୋଟ ୧୧୪ ରନର ଅଗ୍ରଣୀ ହାସଲ କରିଛି।

ଏହା ପୂର୍ବରୁ ଇଣ୍ଡିଆ ଗ୍ରୀନ୍ ପ୍ରଥମ ଇନିଂସରେ ୨୩୧ ରନ୍ କରି ଅଲଆଉଟ୍ ହୋଇଥିଲା। ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଆଦିତ୍ୟ ସରୱତେ ୩୦ ଓ ଜୟଦେବ ଉନାଦକତ୍ ୧୦ ରନ୍ କରି ଅପରାଜିତ ରହିଛନ୍ତି।

ଇଣ୍ଡିଆ ରେଡ୍ ୨ ୱିକେଟରେ ୧୭୫ ରନରୁ ଦିବସର ଆରମ୍ଭ କରିଥିଲା। ଗତକାଲି ୧୦୨ ରନରେ ଅପରାଜିତ ଥିବା ଈଶ୍ୱରନ୍ ଆଜି ଆଉ ୫୧ ରନ୍ ଯୋଡ଼ି ଆଉଟ୍ ହୋଇଥିଲେ। ସେ ନିଜ ଇନିଂସରେ ୩୦୦ ବଲର ସାମ୍ନା କରି ୧୬ ଚୌକା ଓ ୨ ଛକା ମାରିଛନ୍ତି। ଈଶ୍ୱରନ୍ ଅଙ୍କିତ କଲସୀ (୩୦)ଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୧୦୧ ରନର ଭାଗୀଦାରୀ କରିଥିଲେ।

ଯୁବ ବ୍ୟାଟ୍ସମ୍ୟାନ୍ ମହିପାଲ୍ ଲୋମରର୍ (୧୫) ବଡ଼ ଇନିଂସ୍ ଖେଳିବାରେ ବିଫଳ ରହିଥିଲେ। ଇଶାନ୍ କିଶନ୍ ୩୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଇଣ୍ଡିଆ ଗ୍ରୀନ୍ ପକ୍ଷରୁ ଅଙ୍କିତ ରାଜପୁତ୍ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos