ଦୁଲୀପ ଟ୍ରଫି: ଇଣ୍ଡିଆ ଗ୍ରୀନ୍ ୪୪୦

ଆଲୁର୍: ଇଣ୍ଡିଆ ଗ୍ରୀନ୍ ଓ ଇଣ୍ଡିଆ ରେଡ୍ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫିରେ ଇଣ୍ଡିଆ ଗ୍ରୀନ୍ ଟିମ୍ ପ୍ରଥମ ଇନିଂସରେ ୪୪୦ ରନ୍ କରି ଅଲଆଉଟ୍ ହୋଇଛି। ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଣ୍ଡିଆ ରେଡ୍ ୨ ୱିକେଟ୍ ହରାଇ ୧୪୦ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କରୁନ୍ ନାୟର୍ ୭୭ (୧୦୬ ବଲ୍, ୧୪ ଚୌକା) ଓ ମହିପାଲ୍ ଲୋମରର୍ ୨୨ ରନ୍ କରି ଅପରାଜିତ ରହିଛନ୍ତି। ଓପନିଂ ବ୍ୟାଟ୍ସମ୍ୟାନ୍ ତଥା […]

karun

karun

Ranjit Kumar Jena
  • Published: Friday, 30 August 2019
  • Updated: 30 August 2019, 09:14 PM IST

Sports

Latest News

ଆଲୁର୍: ଇଣ୍ଡିଆ ଗ୍ରୀନ୍ ଓ ଇଣ୍ଡିଆ ରେଡ୍ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫିରେ ଇଣ୍ଡିଆ ଗ୍ରୀନ୍ ଟିମ୍ ପ୍ରଥମ ଇନିଂସରେ ୪୪୦ ରନ୍ କରି ଅଲଆଉଟ୍ ହୋଇଛି। ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଣ୍ଡିଆ ରେଡ୍ ୨ ୱିକେଟ୍ ହରାଇ ୧୪୦ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କରୁନ୍ ନାୟର୍ ୭୭ (୧୦୬ ବଲ୍, ୧୪ ଚୌକା) ଓ ମହିପାଲ୍ ଲୋମରର୍ ୨୨ ରନ୍ କରି ଅପରାଜିତ ରହିଛନ୍ତି। ଓପନିଂ ବ୍ୟାଟ୍ସମ୍ୟାନ୍ ତଥା କ୍ୟାପଟେନ୍ ପ୍ରିୟଙ୍କ ପାଞ୍ଚାଲ୍ ୩୧ ଓ ଅଙ୍କିତ କାଲସି ୧ ରନ୍ କରି ଆଉଟ୍ ହୋଇଛନ୍ତି। ଅନ୍ୟତମ ଓପ୍ନର ଅଭିମନ୍ୟୁ ଈଶ୍ୱରନ୍ ୩ ରନ୍ କରି ରିଟାୟର୍ଡ ହର୍ଟ ହୋଇଛନ୍ତି।

ଶୁକ୍ରବାର ଇଣ୍ଡିଆ ଗ୍ରୀନ୍ ତା'ର ପୂର୍ବଦିନର ସ୍କୋର ୩୦୮/୪ରୁ ଖେଳ ଆରମ୍ଭ କରିଥିଲା। ତେବେ ଦଳ ଆଉ ୧୩୨ ରନରେ ଶେଷ ୬ ୱିକେଟ୍ ହରାଇ ଅଲଆଉଟ୍ ହୋଇଥିଲା। ପୂର୍ବଦିନ ଅପରାଜିତ ଥିବା ପ୍ରିୟମ ଗାର୍ଗ ଓ ଅକ୍ଷୟ ୱାଦକର୍ ପଞ୍ଚମ ୱିକେଟ୍ ପାଇଁ ୬୬ ରନ୍ ଯୋଡ଼ିଥିଲେ। ଗାର୍ଗ ୫୩ ରନ୍ ଓ ୱାଦକର୍ ୪୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଶେଷଆଡ଼କୁ ଧର୍ମେନ୍ଦ୍ରସିଂ ଜାଡେଜା (୩୭)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିପାରିନଥିଲେ, ଯେଉଁକାରଣରୁ ଟିମ୍ ୪୪୦ ରନରେ ସୀମିତ ରହିଥିଲା। ତନବୀର ଉଲ୍-ହକ୍ ୧୪ ରନ୍ କରି ଅପରାଜିତ ରହିଥିବା ବେଳେ ରାହୁଲ ଚହର୍ (୧), ଅଙ୍କିତ ରାଜପୁତ (୦) ଓ ଇଶାନ୍ ପୋରେଲ୍ (୯) ନିରାଶ କରିଥିଲେ। ଇଣ୍ଡିଆ ରେଡ୍ ପକ୍ଷରୁ ଅକ୍ଷୟ ୱାଖରେ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଆଭେଶ ଖାନ୍ ଓ ସନ୍ଦୀପ ୱାରିୟର୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos