ଡୁପ୍ଲେସିସ୍‌ ହେଲେ ୩ଟି ଫର୍ମାଟ୍‌ର ଅଧିନାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ଦିନିକିଆ କ୍ୟାପ୍ଟେନରୁ ଏବି ଡିଭିଲିୟର୍ସ ହଟିବା ପରେ ଡୁପ୍ଲେସିସ୍‌ଙ୍କୁ ଦିଆଯାଇଛି ଦାୟିତ୍ୱ। ଏଥିସହ ଡୁପ୍ଲେସିସ୍‌ ତିନୋଟି ଯାକ ଫର୍ମାଟ୍ ଟେଷ୍ଟ, ଦିନିକିଆ ଓ ଟି-୨୦ ଟିମ୍‌ର କ୍ୟାପ୍ଟେନ୍ ଭାର ସମ୍ଭାଳିବେ। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ଦଳର ନେତୃତ୍ୱ ନେବେ। ଅନ୍ୟପଟେ ଗିବ୍ସଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରାଯିବା ପରେ ଦକ୍ଷିଣ ଆଫ୍ରିକା ଟିମ୍ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 04:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ଦିନିକିଆ କ୍ୟାପ୍ଟେନରୁ ଏବି ଡିଭିଲିୟର୍ସ ହଟିବା ପରେ ଡୁପ୍ଲେସିସ୍‌ଙ୍କୁ ଦିଆଯାଇଛି ଦାୟିତ୍ୱ। ଏଥିସହ ଡୁପ୍ଲେସିସ୍‌ ତିନୋଟି ଯାକ ଫର୍ମାଟ୍ ଟେଷ୍ଟ, ଦିନିକିଆ ଓ ଟି-୨୦ ଟିମ୍‌ର କ୍ୟାପ୍ଟେନ୍ ଭାର ସମ୍ଭାଳିବେ। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ଦଳର ନେତୃତ୍ୱ ନେବେ। ଅନ୍ୟପଟେ ଗିବ୍ସଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରାଯିବା ପରେ ଦକ୍ଷିଣ ଆଫ୍ରିକା ଟିମ୍ ପ୍ରଥମଥର ବାଂଲାଦେଶକୁ ଭେଟିବ। ବର୍ତ୍ତମାନ ୩୩ ବର୍ଷୀୟ ଡୁପ୍ଲେସିସ୍ ପାକିସ୍ତାନ ବିପକ୍ଷରେ ହେବାକୁ ଥିବା  ବିଶ୍ୱ ଏକାଦଶ ଟିମର ନେତୃତ୍ୱ ନେଉଛନ୍ତି। ଡୁପ୍ଲେସିସ୍‌ଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ୯ଟି ଦିନିକିଆରୁ  ୮ଟି ଜିତିଛି। ସେପଟେ ଡିଭିଲିୟର୍ସ ୧୦୩ ଟି ମ୍ୟାଚ୍‌ରେ ଅଧିନାୟକତ୍ୱ କରି ୫୯ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି, ଯେଉଁଥିରେ ୩୯ଟି ମ୍ୟାଚ୍‌ରେ ପରାଜୟର ମଧ୍ୟ ସାମ୍ନା କରିବାକୁ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos