ପଟିଆଲା ଗ୍ରାଁ ପ୍ରି-୨: ୧୦୦ ମିଟର ଦୈଡ଼ରେ ଦୂତିଙ୍କୁ ସ୍ୱର୍ଣ୍ଣ, ଶ୍ରାବଣୀଙ୍କୁ ବ୍ରୋଞ୍ଜ

ପଟିଆଲା:ପଞ୍ଜାବର ପଟିଆଲାରେ ଚାଲିଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୨ର ୧୦୦ମିଟର ଦୌଡରେ ଶୁକ୍ରବାର ଓଡ଼ିଆ ଝିଅ ଦୂତି ଚାନ୍ଦ ସ୍ୱର୍ଣ୍ଣ ଜିତିଥିବା ବେଳେ ଶ୍ରାବଣୀ ନନ୍ଦ ବ୍ରୋଞ୍ଜ ଜିତିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଫେଡେରେସନ୍ କପ୍ ନ୍ୟାସ୍‌ନାଲ୍ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ରେ ଶନିବାର ଦିନ ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଦୂତି ରୌପ୍ୟ ପଦକ ଜିତିଥିଲେ। ତେବେ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନ ଥିଲେ। ସେଦିନ ଶ୍ରାବଣୀ ୨୦୦ […]

dutte-srabani-

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 03:57 PM IST

ପଟିଆଲା:ପଞ୍ଜାବର ପଟିଆଲାରେ ଚାଲିଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୨ର ୧୦୦ମିଟର ଦୌଡରେ ଶୁକ୍ରବାର ଓଡ଼ିଆ ଝିଅ ଦୂତି ଚାନ୍ଦ ସ୍ୱର୍ଣ୍ଣ ଜିତିଥିବା ବେଳେ ଶ୍ରାବଣୀ ନନ୍ଦ ବ୍ରୋଞ୍ଜ ଜିତିଛନ୍ତି।

ନୂଆଦିଲ୍ଲୀରେ ଅନୁଷ୍ଠିତ ଫେଡେରେସନ୍ କପ୍ ନ୍ୟାସ୍‌ନାଲ୍ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ରେ ଶନିବାର ଦିନ ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଦୂତି ରୌପ୍ୟ ପଦକ ଜିତିଥିଲେ। ତେବେ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନ ଥିଲେ।

ସେଦିନ ଶ୍ରାବଣୀ ୨୦୦ ମିଟର ରେସ୍‌କୁ ୨୩.୩୯ ସେକେଣ୍ଡରେ ଅତିକ୍ରମ କରିଥିବା ବେଳେ ଦୂତି ୨୩.୪୧ ସେକେଣ୍ଡରେ ଏହି ଦୂରତାକୁ ପାର କରିଥିଲେ।

ସୋମବାର ଦିନ ୧୦୦ ମିଟର ଦୌଡ଼ରେ ମଧ୍ୟ ଏହି ଦୁଇ ଓଡ଼ିଆଙ୍କୁ ମଧ୍ୟ ସଫଳତା ମିଳିଥିଲା। ଏଥିରେ ଦୂତି ୧୬ ବର୍ଷର ଜାତୀୟ ରେକର୍ଡ ଭାଙ୍ଗିବା ସହିତ ସ୍ୱର୍ଣ୍ଣ ପଦକ ଜିତି ଥିଲେ। ତେବେ ମାତ୍ର ୦.୦୧ ସେକେଣ୍ଡ୍ ପାଇଁ ଅଲିମ୍ପିକ୍ ଯୋଗ୍ୟତାରୁ ବଞ୍ଚିତ ହୋଇଥିଲେ। ଅଲିମ୍ପିକ୍ ଯୋଗ୍ୟତା ପାଇଁ ୧୧.୩୨ ସେକେଣ୍ଡ୍ ଟାଇମିଂ ଧାର୍ଯ୍ୟ କରାଯାଇଥିବା ବେଳେ ସେ ୧୧.୩୩ ସେକେଣ୍ଡରେ ଦୌଡ଼ ଶେଷ କରିଥିଲେ।

ଏହି ରେସ୍‌ରେ ଶ୍ରାବଣୀ ନନ୍ଦ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତି ଥିଲେ।

Related story