ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମନୋନୀତ ହେଲେ ଦୂତୀ

ନୂଆଦିଲ୍ଲୀ: ଚଳିତ ମାସ ୨୭ ତାରିଖରୁ ଦୋହାରେ ହେବାକୁଥିବା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଭାରତର ୨୫ଜଣିଆ ଟିମର ଘୋଷଣା କରାଯାଇଛି। ଏହି ଟିମରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ଖୋଦ୍ ଦୂତୀ ଟ୍ୱିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଦୂତୀ କହିଛନ୍ତି, “ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମୁଁ ୨୫ଜଣିଆ ଟିମରେ ମନୋନୀତ ହୋଇଛି। ଆପଣମାନେ ମୋତେ ସଫଳତା ପାଇଁ ଶୁଭକାମନା ଜଣାନ୍ତୁ।” ସୂଚନାଯୋଗ୍ୟ, ଦୂତୀ […]

dutee

Ranjit Kumar Jena
  • Published: Tuesday, 10 September 2019
  • , Updated: 10 September 2019, 08:46 PM IST

ନୂଆଦିଲ୍ଲୀ: ଚଳିତ ମାସ ୨୭ ତାରିଖରୁ ଦୋହାରେ ହେବାକୁଥିବା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଭାରତର ୨୫ଜଣିଆ ଟିମର ଘୋଷଣା କରାଯାଇଛି। ଏହି ଟିମରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ଖୋଦ୍ ଦୂତୀ ଟ୍ୱିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଦୂତୀ କହିଛନ୍ତି, "ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମୁଁ ୨୫ଜଣିଆ ଟିମରେ ମନୋନୀତ ହୋଇଛି। ଆପଣମାନେ ମୋତେ ସଫଳତା ପାଇଁ ଶୁଭକାମନା ଜଣାନ୍ତୁ।" ସୂଚନାଯୋଗ୍ୟ, ଦୂତୀ ୱାର୍ଲ୍ଡ ଚାମ୍ପିୟନଶିପର ୧୦୦ ମିଟର ଦୌଡ଼ରେ ଭାଗ ନେବେ।

ଦୂତୀ ଚଳିତ ବର୍ଷ ନେପୋଲିରେ ଆୟୋଜିତ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ନିର୍ଦ୍ଧାରିତ ଦୂରତାକୁ ମାତ୍ର ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ଅର୍ଜନ କରିଥିଲେ। ବର୍ତ୍ତମାନ ସେ ଜବରଦସ୍ତ ଫର୍ମରେ ଅଛନ୍ତି। ଦୂତୀଙ୍କ ନାଁରେ ୧୦୦ ମିଟର୍ ଦୌଡ଼କୁ ୧୧.୨୪ ସେକେଣ୍ଡରେ ଅତିକ୍ରମ କରିବାର ଜାତୀୟ ରେକର୍ଡ ରହିଛି। ଏହାଛଡ଼ା ଦୂତୀଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ କ୍ରୀଡ଼ା ବିଭାଗ ସୁପାରିସ୍ କରିଥିଲା, କିନ୍ତୁ ଡେଡଲାଇନ୍ ମିସ୍ ହେବାରୁ ତାଙ୍କ ନାଁ ଖାରଜ ହୋଇଥିଲା।

୨୩ ବର୍ଷୀୟା ଦୂତୀ ଚଳିତ ବର୍ଷ ଆରମ୍ଭରୁ ହିଁ ନିଜର ସମଲିଙ୍ଗୀକୁ ନେଇ ଖୁଲାସା କରିଥିଲେ, ଯାହା ପରେ ସେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଦୂତୀ କହିଥିଲେ, "ଏହା ମୋର ବ୍ୟକ୍ତିଗତ ମାମଲା ଏବଂ ମାସେ-ଦୁଇମାସ ଭିତରେ ସବୁକିଛି ଠିକଠାକ୍ ହୋଇଯିବ ବୋଲି ମୋର ବିଶ୍ୱାସ। ଅନ୍ତର୍ଜାତୀୟ ସ୍ତରରେ ଏଭଳି କ୍ରୀଡ଼ାବିତ୍ (ଯେଉଁମାନେ ସମଲିଙ୍ଗୀ ସମ୍ପର୍କ ରଖନ୍ତି) ଅଛନ୍ତି। ବଞ୍ଚିବା ପାଇଁ ସମସ୍ତଙ୍କୁ ଏକ ସାଥୀର ଆବଶ୍ୟକ ହୋଇଥାଏ, ଯିଏ ଆପଣଙ୍କ ହୃଦୟକୁ ଭଲଭାବେ ବୁଝିପାରିଥିବ। ମୁଁ ଏବଂ ମୋ ପାର୍ଟନର୍ ପରସ୍ପରକୁ ବହୁତ ପସନ୍ଦ କରୁ। ଏଥିପାଇଁ ଆମେ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଛୁ। ସେ ମୋତେ ଖେଳିବା ପାଇଁ ପ୍ରେରଣା ଯୋଗାନ୍ତି। କିନ୍ତୁ ମୋର ଖେଳ ଉପରୁ କେବେବି ଧ୍ୟାନ ହଟିବ ନାହିଁ।"

ସୂଚନାଯୋଗ୍ୟ, ଦୂତୀ ଏସିଆନ୍ ଗେମ୍ସରେ ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ସେ କଠିନ ପରିଶ୍ରମ କରି ଆଜି ଏହି ସ୍ତରରେ ପହଞ୍ଚିଛନ୍ତି। ଜୁନ୍, ୨୦୧୪ରେ ଦୂତୀଙ୍କୁ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଆଇ) ଜେଣ୍ଡର (ଲିଙ୍ଗ) ଟେଷ୍ଟ ପାଇଁ କହିଥିଲା। ଏହା ପରେ ବିନା କୌଣସି ତଦନ୍ତରେ ଏଏଫଆଇ ତାଙ୍କୁ ସସପେଣ୍ଡ କରିଥିଲା। ଫଳରେ ସେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାରୁ ବଞ୍ଚିତ ହୋଇଥିଲେ। ହେଲେ ଦୂତୀ ହାର୍ ମାନିନଥିଲେ ଏବଂ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ୍ସ (ସିଏଏସ୍) ନିକଟରେ ଅପିଲ୍ କରିଥିଲେ, ଯେଉଁଠାରେ ତାଙ୍କୁ ଆଶ୍ୱସ୍ତି ମିଳିଥିଲା। ଏବେ ସେ ନିଜ ଖେଳ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଲଗାଇଛନ୍ତି।

Related story